ଦଶହରା ତିଥିରେ ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ବିଜୟା ଦଶମୀ। ଦଶହରା ତିଥିରେ ସୁନାବେଶ ବା ରାଜାଧିରାଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ ଲାଗି ଓ ନୂଆଲୁଗ ଲାଗି ହୋଇ ମହାପ୍ରଭୁଙ୍କୁ ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇଥିଲା। ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ମଧ୍ୟ ସମ୍ପର୍ଣ୍ଣ କରାଯାଇଛି ।ପୂଜାରେ ବସିଥିବା ମହାପ୍ରଭୁଙ୍କ ଶଙ୍ଖ ଚକ୍ର ,ବଡ ଭାଇ ବଳଭଦ୍ରଙ୍କ ହଳ ମୁଷଳ ଓ ଦେବୀ ସୁଭଦ୍ରାଙ୍କ ତଡାଗି ପୂଜାରେ ଆସିଥିବା ବେଳେ ଆଜି ବିଜୟା ଦଶମୀ ରେ ଆୟୁଧ ଧାରଣ କରିଛନ୍ତି ଠାକୁର।
ଆସନ୍ତା କାଲି ଏକାଦଶୀ ତିଥିରୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଓ କାର୍ତ୍ତିକ ନୀତି ଆରମ୍ଭ ହେବ। ଶ୍ରୀକ୍ଷେତ୍ର କୁ ଛୁଟିବ ହବିଷ୍ୟାଳୀଙ୍କ ଭିଡ। ଅନ୍ୟପଟରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ବିଭିନ୍ନ ମୃଣ୍ମୟୀ ଦେବୀ,ଗୋଷାଣୀ ନାଗା, ସମ୍ପତ୍ତି ଆଦି ଆସନ୍ତାକାଲି ସିଂହଦ୍ଵାରଠାରେ ଦେବସଭାରେ ଏକତ୍ର ହେବାର ପରମ୍ପରା ରହିଛି ।ମହାପ୍ରଭୁଙ୍କ ମହାଦୀପ ଉଠିବାପରେ ଏହି ମୂର୍ତ୍ତି ସବୁ ବିସର୍ଜିତ ହେବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
