Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜନ୍ମବେଦୀରେ ସରିଯିବ ଶ୍ରୀଜିଉଙ୍କ ଲୀଳାଖେଳା

Ritu Das
Browse all articles by Ritu Das
·2 years ago
ଜନ୍ମବେଦୀରେ ସରିଯିବ ଶ୍ରୀଜିଉଙ୍କ ଲୀଳାଖେଳା

ଅର୍ଗସ ବ୍ୟୁରୋ: କାଲି ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଯିବ ଶ୍ରୀଜିଉଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିବେ ଶ୍ରୀଜିଉ । ଆଉ ମିଳିବନି ଆଡ଼ପ ଅବଢ଼ା କି ଶରଧାବାଲିରେ ଲାଗିବନି ମେଳା। 

ସମସ୍ତ ନୀତିକାନ୍ତି ଶେଷ ହେବା ପରେ ହେବ ପହଣ୍ଡି ଓ  ପରେ ରଥଟଣା । ପ୍ରଥମେ ଚକ୍ରରାଜ ସୁଦର୍ଶନ ପଛକୁ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ହଲାଇ ରଥାରୂଢ଼ ହେବେ ଶ୍ରୀ ଜଗନ୍ନାଥ ।  ବାଟରେ ଚତୁର୍ଦ୍ଧାମୂରତି ତାଙ୍କ ପ୍ରିୟ ମାଉସୀ ପ୍ରସ୍ତୁତ କରିଥିବା ପୋଡ଼ପିଠା ଖାଇବେ । ବାହୁଡ଼ା ଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Srijiu's performance | Argus News