Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହଣ ମହଣ ସୁନା ପିନ୍ଧି ଝଲସୁଛନ୍ତି ଶ୍ରୀଜୀଉ

Odisha

ମହଣ ମହଣ ସୁନା ପିନ୍ଧି ଝଲସୁଛନ୍ତି ଶ୍ରୀଜୀଉ

Ritu Das
Browse all articles by Ritu Das
·1 year ago·1 min read
ମହଣ ମହଣ ସୁନା ପିନ୍ଧି ଝଲସୁଛନ୍ତି ଶ୍ରୀଜୀଉ

ଅର୍ଗସ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ଆଜି ସନ୍ଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ବାର ଦେଇ ସେବାୟତମାନେ ରଥ ଉପରକୁ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେବା ବେଳେ ଝଲସି ଉଠିଥିଲା ଶ୍ରଦ୍ଧାଳୁଙ୍କ ଆଖି। ଆଜି ପବିତ୍ର ହରିଶୟନ ଏକାଦଶୀ ହୋଇଥିବାରୁ ଶ୍ରୀଜୀଉଙ୍କୁ ଦେଖିବାକୁ ପୁରୀ ଜନସମୁଦ୍ର ହୋଇଉଠିଛି। 

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଉଛି ମହଣ ମହଣ ସୁନା ଅଳଙ୍କାର। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି ଗହଣା ଗାଣ୍ଠିରେ ବିଭୁଷିତ ହୋଇଛନ୍ତି ଶ୍ରୀଜିଉ। ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଲାଗି ହୋଇଛି। ଏହା ସାଙ୍ଗକୁ ତିନି ଦିଅଁ ସ୍ବତନ୍ତ୍ର ଆୟୁଧ ଏବଂ ସ୍ବତନ୍ତ୍ର ଆଭୂଷଣରେ ସଜେଇ ହୋଇଛନ୍ତି।

ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଆଜି ପାଗ ଭଲ ଥିବାରୁ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଛି। ତେବେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବାକୁ ଥିବାରୁ ଆଜି ସୁନାବେଶ ଦର୍ଶନ ସମୟ ରାତି ୧୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Srijiyu is | Argus News