Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଥଖଳାରେ ବଳକା କାଠକୁ ନେଇ ବିବାଦୀୟ ପରିସ୍ଥିତି, ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢାଉଛି ରଥ କାଠ ଅଭାବ

Odisha

Rathakhala Wood Dispute / ରଥଖଳାରେ ବଳକା କାଠକୁ ନେଇ ବିବାଦୀୟ ପରିସ୍ଥିତି, ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢାଉଛି ରଥ କାଠ ଅଭାବ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରଥଖଳାରେ ବଳକା କାଠକୁ ନେଇ ବିବାଦୀୟ ପରିସ୍ଥିତି, ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢାଉଛି ରଥ କାଠ ଅଭାବ
Rathakhala Wood Dispute

Key Points

ରଥଖଳାରେ ଖେଇ ବା ପ୍ରାପ୍ୟକୁ ନେଇ ବିବାଦ
ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢାଉଛି ରଥ କାଠ ଅଭାବ
ରଥଖଳାରେ ବଳକା କାଠକୁ ନେଇ ବିବାଦୀୟ ପରିସ୍ଥିତି
ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି ରଥକାଠ ଅଭାବ । ସେପଟେ ରଥଖଳାରେ ଖେଇ ବା ପ୍ରାପ୍ୟକୁ ନେଇ ବିବାଦ ଦେଖାଦେଇଥିଲା । ୪ ଘଣ୍ଟା କାମ ବନ୍ଦ କରିଥିଲେ ବିଶ୍ବକର୍ମା ମହାରଣା । ପ୍ରଶାସନିକ ଆଲୋଚନା ପରେ ରଥକାମ ସ୍ୱାଭାବିକ ହୋଇଥିଲେ ମଧ୍ୟ ଦାବି ପୂରଣ ନହେଲେ ଆଗକୁ ପୁଣି ରଥ କାର୍ଯ୍ୟ ବନ୍ଦ ପାଇଁ ଚେତାବନୀ ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି ରଥକାଠ ଅଭାବ । ଧଉରା, ଅସନ, ଫାଶୀ, ବଳକା ରଥକାଠକୁ ଆଗାମୀ ବର୍ଷ ପାଇଁ ସୁରକ୍ଷିତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ । ନିର୍ମାଣ କାର୍ଯ୍ୟ ପରେ ବଳକା ରହୁଥିବା ଉପଯୁକ୍ତ କାଠକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନୋଟିସ୍ ପରେ ରଥ ମହାରଣା- ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଘନେଇଛି ବିବାଦ । ଏଥିଯୋଗୁଁ ୪ ଘଣ୍ଟା ପ୍ରଭାବିତ ହୋଇଥିଲା ରଥ ନିର୍ମାଣ । ଗତ ୧୩ ଜୁନରେ ବିଶ୍ୱକର୍ମା ମହାରଣାଙ୍କୁ ନୋଟିସ୍ କରିଥିଲା ଜିଲ୍ଲା ପ୍ରଶାସନ । ଏହି ନୋଟିସକୁ ନମାନି, ନିଜ ଜିଦରେ ଅଟଳ ରହିବା ସହ ୪ ଘଣ୍ଟା କାଳ କାର୍ଯ୍ୟ ବନ୍ଦ କରି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ବିଶ୍ୱକର୍ମା ମହାରଣା ।

ସେପଟେ ବିବାଦୀୟ ପରିସ୍ଥିତିକୁ ସୁଧାରିବା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବିଶ୍ଵକର୍ମା ମହାରଣାଙ୍କୁ ନେଇ ହୋଇଥିଲା ବୈଠକ । ବିନା ଆଲୋଚନାରେ ନୋଟିସ୍ ପଠାଇବାକୁ ନେଇ ତତ୍ତ୍ୱାବଧାରକଙ୍କୁ ଦୋଷ ଦେଇଛନ୍ତି ବିଶ୍ୱକର୍ମା ମହାରଣା । ଘଟଣାର ସ୍ଥାୟୀ ସମାଧାନ ନ ହେଲେ ଆଗକୁ ରଥ ଗଡାଇ ଦେବୁନି ବୋଲି ଚେତାବନୀ ଦେଇଛନ୍ତି ବିଶ୍ୱକର୍ମା । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଏଇଭଳି କାର୍ଯ୍ୟାଳୟଦେଶ ବା ନୋଟିସ୍ ବିଶ୍ୱକର୍ମା ମହାରଣାଙ୍କୁ ଦିଆଯାଇଥାଏ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ବଳକା କାଠକୁ ଖେଇ ହିସାବରେ ନେବା ପାଇଁ ବିଶ୍ୱକର୍ମା ମହାରଣା ସ୍ଵତ୍ଵଲିପିର ଦ୍ୱାହି ଦେଉଥିବା ବେଳେ ପ୍ରଶାସନ କିନ୍ତୁ ରଥକାଠ ଅଭାବକୁ ନେଇ ଏଭଳି ନିଷ୍ପତ୍ତି ନେଇ ଆସୁଛି । ତେବେ ଏଭଳି ଛୋଟ ଘଟଣାରେ ରଥ ନିର୍ମାଣ ବନ୍ଦ କରିବାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଜଗନ୍ନାଥ ପ୍ରେମୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored