Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srimandir / ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ନେଇ ହେବ ବିସ୍ତୃତ ଆଲୋଚନା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ନେଇ ହେବ ବିସ୍ତୃତ ଆଲୋଚନା

Key Points

ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ
ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବ ବୈଠକ
ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ହେବ ଆଲୋଚନା
ଆଜି ଦିନ ୧୧ ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ପରିଚାଳନା କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିବେ ।

ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଥିବା ବେଳେ ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି କେବେ ହେବ ତା ଉପରେ ବିସ୍ତୃତ ଆଲୋଚନା ହେବ । ଏଥିସହ ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହେବ । ନାଟମଣ୍ଡପରେ ଦର୍ଶନ ପାଇଁ କାଠ ରାମ୍ପକୁ ଦେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ।

ଅଧିକ ପଢ଼ନ୍ତୁ: ଶୀତରେ ବି ପ୍ରବଳ ବର୍ଷିବ, ପାଣି ମାଡ଼ି ଆସିବ !

ଶ୍ରୀମନ୍ଦିର ଧାଡି ଦର୍ଶନ ପାଇଁ ଭୁବନେଶ୍ୱରରେ ତିଆରି ହୋଇଥିବା କାଠ ରାମ୍ପକୁ ବୁଲି ଦେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ । କାଠ ରାମ୍ପ କିପରି ପ୍ରସ୍ତୁତ ହୋଇଛି ଓ ଭକ୍ତମାନେ କିପରି ଶୃଙ୍ଖଳିତ ସହ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେନେଇ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ଯାଞ୍ଚ କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ହେବ ଆଲୋଚନା । ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ୍‌ କମିଟିର ବିବରଣୀ ଉପରେ ଆଲୋଚନା ହେବ । ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହେବ । ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ, ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ହୋମଯଜ୍ଞ ପ୍ରକଳ୍ପ, ନାମଯଜ୍ଞ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାର୍ଯ୍ୟର ଅଗ୍ରଗତି ଉପରେ ଆଜି ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଆଲୋଚନ ହେବ ।

ସେପଟେ ଶ୍ରୀମନ୍ଦିର ପ୍ରଶାସନର ଶ୍ରୀଜଗନ୍ନାଥ ତତ୍ତ୍ବ, ଗବେଷଣା, ପ୍ରକାଶ ଓ ପ୍ରସାର ଉପକମିଟି ବୈଠକରେ ହୋଇଛି ବଡ଼ ନିଷ୍ପତି । ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ଲିଖିତ ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟା ପୁସ୍ତକ ରଚିତ ହୋଇଥିବା ବେଳେ ଏଥିରେ ରହିଛି ଦୁଇ ଭାଗ ଓ ୬୦ଟି ଅଧ୍ୟାୟ । ଯେଉଁଥିରେ ପ୍ରଥମ ଭାଗ ବା ଖଣ୍ଡରେ ୨୬ଟି ଅଧ୍ୟାୟ ରହିଥିବା ବେଳେ ଦ୍ୱିତୀୟ ଖଣ୍ଡରେ ରହିଛି ୩୪ଟି ଅଧ୍ୟାୟ। ଆଉ ସମୁଦାୟ ରହିଛି ୩୮୬୩ଟି ଶ୍ଲୋକ। ସେଥିମଧ୍ୟରୁ ବଛାବଛା ଏକ ହଜାର ଶ୍ଲୋକକୁ ଚୟନ କରାଯାଇ ଓଡ଼ିଆ, ହିନ୍ଦୀ ପରେ ଏବେ ଇଂରାଜୀ ଭାଷାରେ ଛାପିବା ପାଇଁ ନିଷ୍ପତ୍ତି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Srimandir Managing Committee Meeting Today: Key Decisions Expected | Argus News