Srimandir Rituals / ସଅଳ ହୋଇପାରୁନାହିଁ ମହାପ୍ରଭୁଙ୍କ ନୀତିକାନ୍ତି, ୨ ସପ୍ତାହ ମଧ୍ୟରେ ୩ ରାତି ଅନିଦ୍ରା ହେଲେଣି କାଳିଆ ସାଆନ୍ତ
·3 hours ago·2 min read

Key Points
କାହିଁକି ଅନିଦ୍ରା କାଳିଆ ସାଆନ୍ତ ?
ଗତକାଲି ଏକାଦଶୀ ତିଥିରେ ବି ହୋଇପାରିଲାନି ପହୁଡ଼ ନୀତି
ପ୍ରଶାସନ ଓ ସେବକଙ୍କ ମଧ୍ୟରେ ରହୁନି ସମନ୍ୱୟ

ବାରମ୍ବାର ନୀତି ଶୃଙ୍ଖଳା ବୈଠକ ଓ ଆଲୋଚନା ପରେ ବି ଶ୍ରୀମନ୍ଦିରରେ ସଅଳ ହୋଇପାରୁନାହିଁ ମହାପ୍ରଭୁଙ୍କ ନୀତିକାନ୍ତି । ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଚାଲିଥିବା ବେଳେ ମାତ୍ର ୨ ସପ୍ତାହ ମଧ୍ୟରେ ୩ ରାତି ଅନିଦ୍ରା ହେଲେଣି କାଳିଆ ସାଆନ୍ତ । ଗତକାଲି ମଳ ମାସ ଏକାଦଶୀ ତିଥିରେ ମଧ୍ୟ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇପାରିନାହିଁ । ଗତ ମେ’ ୧୬ ସାବିତ୍ରୀ ଅମାବାସ୍ୟା ଓ ମେ’ ୨୦ ବୁଧବାର ବନକଲାଗି ପରେ ଗତକାଲି ପୁଣି ସାରା ରାତି ଅନିଦ୍ରା ରହିଛନ୍ତି ବିଶ୍ୱନିଅନ୍ତା । ବୈଠକ ପରେ ବୈଠକ ବସୁଛି, ହେଲେ ପ୍ରଶାସନ ଓ ସେବକଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଚେତୁନାହାନ୍ତି କେହି, ଯାହାକୁ ନେଇ ଭକ୍ତ ମହଲରେ ଜୋରଦାର୍ ଅସନ୍ତୋଷ ପ୍ରକାଶ ପାଇଛି ।
ସାରା ରାତି ଅନିଦ୍ରା ଚକା ଆଖି । ଗତକାଲି ମଳ ମାସ ଏକାଦଶୀରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ରହିଥିଲା । ହେଲେ ଅନ୍ୟାନ୍ୟ ନୀତି ସରି ବଡ଼ ସିଂହାର ବେଶ ହେବା ବେଳକୁ ଭୋର୍ ୪ଟା ୫୫ ମିନିଟ୍ ହୋଇଯାଇଥିଲା । ଫଳରେ ଜଳକ୍ରୀଡ଼ା ପରେ ସାରା ରାତି ଅନିଦ୍ରା ରହିବାକୁ ପଡ଼ିଥିଲା ମହାପ୍ରଭୁଙ୍କୁ । ତେବେ ଭିତର ଚନ୍ଦନ ଯାତ୍ରା ସମୟରେ ପ୍ରାୟ ପ୍ରତ୍ୟେକ ଦିନ ଅତ୍ୟନ୍ତ ବିଳମ୍ବରେ, ଅର୍ଥାତ୍ ଭୋର୍ ୩ଟାରୁ ୪ଟା ପାଖାପାଖି ପହୁଡ଼ ନୀତି ହେଉଛି । ଏହାମଧ୍ୟରେ ଗତ ୧୨ ଦିନ ଭିତରେ ୩ ରାତି ଠାକୁରଙ୍କ ପହୁଡ଼ ହୋଇପାରିନାହିଁ । ବିଶେଷକରି ପ୍ରାୟ ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ପଣା ଭୋଗ ଲାଗି କରାଯିବା ଏବଂ ଭୋର୍ ସମୟକୁ ବଡ଼ ସିଂହାର ବେଶ କରାଯାଇ ମହାପ୍ରଭୁଙ୍କୁ ଶୋଇବାକୁ ସୁଯୋଗ ନଦେବା ଘଟଣାକୁ ନେଇ ଏବେ ଜଗନ୍ନାଥ ପ୍ରେମୀମାନେ ପ୍ରଶାସନ ଉପରେ ଖପ୍ପା ହୋଇଛନ୍ତି ।
ନୀତି ବିଭ୍ରାଟର ଏହି ଧାରା କିଛି ନୂଆ ନୁହେଁ । ଗତ ମେ’ ୧୬ ସାବିତ୍ରୀ ଅମାବାସ୍ୟା ଦିନ ଜଳକ୍ରୀଡା ନୀତି ପରେ ରାତି ସାରା ଅନିଦ୍ରା ରହିଥିଲେ ମହାପ୍ରଭୁ । ବଡ଼ ସିଂହାର ବେଶ ବେଳକୁ ଭୋର ହୋଇଯାଇଥିବାରୁ ପହୁଡ଼ ନହୋଇ ସିଧାସଳଖ ପରଦିନର ନୀତି ଆରମ୍ଭ ହୋଇଥିଲା । ପୁଣି ମେ’ ୨୦ ବୁଧବାର ଦିନ ସମାନ ଘଟଣାର ପୁନରାବୃତ୍ତି ଘଟିଥିଲା । ବନକଲାଗି ନୀତି ପରେ ମହାବାହୁଙ୍କ ପହୁଡ଼ ନୀତି ଆଉ ସମ୍ଭବ ହୋଇନଥିଲା । ଆଉ ଗତକାଲି ମଳ ମାସ ଏକାଦଶୀରେ ମଧ୍ୟ ତାହା ହେଲା । ଭିତର ଚନ୍ଦନ ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ରହିଛି, ହେଲେ କାଳିଆ ସାଆନ୍ତଙ୍କର ଏହି ଅନିଦ୍ରା ରୂପ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ନୀତି ଶୃଙ୍ଖଳା ପାଇଁ ୩୫ ଜଣ ପାଳିଆ ସେବକଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ ହୋଇଛି, ପ୍ରତି ସପ୍ତାହରେ ବୈଠକରେ ବସୁଛି । ତଥାପି ସେବକ ଏବଂ ପ୍ରଶାସନ ମଧ୍ୟରେ କାହିଁକି ସମନ୍ୱୟ ରହୁନାହିଁ ଏବଂ କାହିଁକି ଏଭଳି ବିଭ୍ରାଟ ଉପୁଜୁଛି, ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଦିନ ସକାଳ ପ୍ରାୟ ୬ଟା ବେଳକୁ ଦ୍ୱାରଫିଟା ନୀତି ହେଉଛି । ଯଦି ଏହି ଦ୍ୱାରଫିଟା ନୀତି ସଅଳ କରାଯାଏ, ତେବେ ଅନ୍ୟାନ୍ୟ ସମସ୍ତ ନୀତି ମଧ୍ୟ ସଅଳ ସମ୍ପନ୍ନ ହୋଇପାରିବ । ଏଥିସହ ପ୍ରଶାସନ ଓ ସେବକଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିଲେ ହିଁ ଶ୍ରୀମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ଫେରିଆସିବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories