Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / କାର୍ତ୍ତିକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ରେଟ୍ ଚାର୍ଟ

Banajyotshna Ray
Browse all articles by Banajyotshna Ray
·9 months ago·2 min read
କାର୍ତ୍ତିକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ରେଟ୍ ଚାର୍ଟ

Key Points

କାର୍ତ୍ତିକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ରେଟ୍ ଚାର୍ଟ
ଶ୍ରୀମନ୍ଦିର ଭିତରେ ଓ ବାହାରେ କୁଡୁଆ ଫଟୋ ଥାଇ ହେବ ଡେମନଷ୍ଟ୍ରେସନ
ପ୍ରତ୍ୟେକ ମହାପ୍ରସାଦ କୁଡୁଆର ରହିବ ନିର୍ଦ୍ଧାରିତ ଧାର୍ଯ୍ୟ ଦର
2019ରୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି, 6 ବର୍ଷ ଧରି କାର୍ଯ୍ୟକାରୀ ହେଉନି
10% ଲାଭାଂଶ ରଖି ଦର ନିର୍ଦ୍ଧାରିତ କରିବ ସୁଆର ମହାସୁଆର ନିଯୋଗ

ପ୍ରଶାସନ ତରଫରୁ 7 ଦିନ ମଧ୍ୟରେ ରେଟ ଚାର୍ଟ ଲଗାଇବାକୁ ନିର୍ଦେଶ ରହିଥିଲେ ହେଁ କାର୍ତ୍ତିକ ମାସ ଯୋଗୁଁ ଲାଗି ପାରୁନାହିଁ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି। ହବିଶ୍ୟାଳିଙ୍କ ପାଇଁ ପାଇଁ ପ୍ରାୟ 3 ହଜାର 100 ଲୋକଙ୍କ ଅବଢ଼ା ନେଉଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ପରିବା ଦର ବଢିବା ସହ 90 ଟଙ୍କା ଥିବା ବସୁମତୀ ଚାଉଳର ମୂଲ୍ୟ 100 ଟଙ୍କାରେ ପହଞ୍ଚିଛି। ତେଣୁ ନିର୍ଦ୍ଧାରିତ ହୋଇ ପାରୁନାହିଁ ଦର। କାର୍ତ୍ତିକ ପରେ ଗୋଟିଏ ନିର୍ଦ୍ଦିଷ୍ଟ ଦର ନିର୍ଦ୍ଧାରିତ ହେବାପରେ ତାହା ଆନନ୍ଦ ବଜାର ସମେତ ଶ୍ରୀମନ୍ଦିର ଭିତର ଓ ବାହାରେ ରେଟ ଚାର୍ଟ କୁଡୁଆ ଫଟୋ ଥାଇ ପ୍ରଦର୍ଶନ କରାଯିବ। ଯାହାଫଳରେ ଲୋକଙ୍କ ମନରେ ଶଙ୍କା ରହିବ ନାହିଁ । ଏବେ 100 ଟଙ୍କାରେ ଜଣେ ଲୋକ ଅବଢ଼ା ଡାଲି ବେସର ଖାଇ ପାରୁଥିବା ବେଳେ 150 ଟଙ୍କାରେ ଜଣେ ଲୋକ ସ୍ପେଶିଆଲ କିଛି ଅଧିକ ପ୍ରସାଦ ଖାଇ ପାରୁଛି।


ସେପଟେ 2019ରୁ ଶ୍ରୀମନ୍ଦିର ସଂସ୍କାର ମାମଲା ଅନୁଯାୟୀ ରେଟ ଚାର୍ଟ ଲଗାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଯାହା 6 ବର୍ଷ ଧରି କାର୍ଯ୍ୟକାରୀ ହୋଇନାହିଁ। ଶ୍ରୀମନ୍ଦିରରେ ଛଅ ପ୍ରକାର ହାଣ୍ଡି ଯଥା- ବାଇହାଣ୍ଡି, ଟିପେଇ ହାଣ୍ଡି, ଅଧର ହାଣ୍ଡି, ସମାଧି, ଦାସିଆ, ଏମାର । ଛଅ ପ୍ରକାର କୁଡୁଆ ଯଥା- ବଡ଼ମଠ, ସାନମଠ, ନମ୍ବରି, ଧଳା ବା ଢଳା, ଥାଳି, କଳା ବା ଭାତ, ଛଅ ପ୍ରକାର ଓଳି- ପଖାଳ ବା ବଡ଼, ଅଙ୍ଗବାସ ବା ଅଙ୍ଗାଂଶ, ଚକ, ପାଇକିଆ, ସୁମୋ ଓ ମୁଗ, ଚାରି ପ୍ରକାର ସରା-ବଡ଼, ପୁଳି, ପାଳି, ମଝାଲ ମାଟି ପାତ୍ର ବ୍ୟବହାର ହେଇଥାଏ। କୁଡୁଆ ଅନୁଯାୟୀ ଦର ନିର୍ଦ୍ଧାରଣ କରିବାକୁ ରହିଛି ନିର୍ଦ୍ଦେଶ। ଆନନ୍ଦ ବଜାରରେ ଅନେକ କିଛି ପରିବର୍ତ୍ତନ ହୋଇ ଶୃଙ୍ଖଳିତ ହୋଇଛି। ରେଟ ଚାର୍ଟ ଲାଗିବା ପରେ ଲୋକଙ୍କୁ ଅବଢ଼ା ମହାପ୍ରସାଦ ପାଇବା ଆହୁରି ସହଜ ହେବ ମତ ପ୍ରକାଶ ପାଇଛି।


ଏଥିସହ ପଢ଼ନ୍ତୁ: ୩ ବର୍ଷ ଲାଗି RED ZONE ଘୋଷଣା ହେଲା ଶ୍ରୀମନ୍ଦିର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ। ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ। ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ। ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ କରାଯାଇଛି l ଏହାର ଅବଧି ତିନିବର୍ଷ ମଧ୍ୟ ରହିଛି। ଅର୍ଥାତ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ। ପୁର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Odisha Update | Srimandir to Revise Rate Chart for Devotees After Kartik Month | Argus News | Argus News