Srimandir Declared As Red Zone / ୩ ବର୍ଷ ଲାଗି RED ZONE ଘୋଷଣା ହେଲା ଶ୍ରୀମନ୍ଦିର

Key Points
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ
ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ
୩ ବର୍ଷ ଲାଗି RED ZONE ଘୋଷଣା କଲା ଡିଜିସିଏ
ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ। ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ। ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ। ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ କରାଯାଇଛି l ଏହାର ଅବଧି ତିନିବର୍ଷ ମଧ୍ୟ ରହିଛି। ଅର୍ଥାତ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ। ପୁର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ।
ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ RED ZONE ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଗତକାଲି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟରକୁ ଧରିବାରେ ପୁରୀ ପୋଲିସ ସଫଳ ହୋଇଥିଲା। ତେଣୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଭାବେ ଘୋଷଣା ହେବାପରେ କେବଳ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଉଡୁଥିବା ଡ୍ରୋନ୍ କାବୁ ହୋଇପାରିବ ।
ଏଥିସହ ପଢ଼ନ୍ତୁ: ଏଣିକି ନିଜେ ଟେଣ୍ଟ ନେଇ ମନ ଇଚ୍ଛା ଦେଓମାଳିରେ ନାଇଟ୍ ଷ୍ଟେ କରିପାରିବେନି ପର୍ଯ୍ୟଟକ !
📱 Get Argus News App
✨
ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ଯେ ।"ଓଡ଼ିଶା ପୋଲିସ ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ମାଧ୍ୟମରେ DGCA କୁ ଆବେଦନ କରିଥିଲେ। ଅନୁରୋଧ ଉପରେ କାର୍ଯ୍ୟ କରି, DGCA ଅଞ୍ଚଳ ସର୍ଭେ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତ କରିଥିଲା। ସେମାନଙ୍କ ସୁପାରିଶ ପରେ, DGCA ସେପ୍ଟେମ୍ବର ୨୫ରେ ଏକ ବିଜ୍ଞପ୍ତି ଜାରି କରି ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ରେଡ୍ ଜୋନ୍ ଭାବରେ ଘୋଷଣା କରାଯାଇଛି"
RED ZONE ହେବା ପରେ ମନ୍ଦିର ନିକଟରେ ଯେକୌଣସି ଅନଧିକୃତ ଡ୍ରୋନ୍ ଅପରେସନ୍ କିମ୍ବା ଆକାଶ ମାର୍ଗ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆକାଶ ମାର୍ଗରେ ନଜର ରଖିବା ଏବଂ ଐତିହାସିକ ମନ୍ଦିରକୁ ସୁରକ୍ଷା ଦେବା, ଯାହା ପ୍ରତିବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରେ।
Related Topics
Explore more stories