SSB Exam Postponed / ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର; SSB ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଳର୍କ ନିଯୁକ୍ତି ପରୀକ୍ଷା ସ୍ଥଗିତ
·25 mins ago·2 min read

Key Points
ବାତ୍ୟା 'ଅକଭାନ'ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି SSB ପକ୍ଷରୁ ହେବାକୁ ଥିବା ୨ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ ରଖାଯାଇଛି । ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଳର୍କ ପଦବୀ ପାଇଁ ହେବାକୁ ପରୀକ୍ଷା ସ୍ଥଗିତ ରହିଛି ।
ଭୁବନେଶ୍ଵର: ଓଡ଼ିଶା ଉପକୂଳ ମୁହାଁ ବାତ୍ୟା 'ଅକଭାନ' । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆଉ ବାତ୍ୟା 'ଅକଭାନ'ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି SSB ପକ୍ଷରୁ ହେବାକୁ ଥିବା ୨ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ ରଖାଯାଇଛି ।
SSB ପକ୍ଷରୁ ହେବାକୁ ଥିବା ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଳର୍କ ପଦବୀ ପାଇଁ ହେବାକୁ ପରୀକ୍ଷା ସ୍ଥଗିତ ରଖାଯାଇଛି । ଆସନ୍ତା ୨୧ ଓ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଛି । ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଆସୁଛି ବାତ୍ୟା 'ଅକଭାନ'; ୭ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
ତେବେ ଅନ୍ୟ ତାରିଖର CBT ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ । ପୂର୍ବ ନିର୍ଦ୍ଧାରିତ ତାରିଖ ନଭେମ୍ବର ୨୫ ଓ ୨୭ ତାରିଖ ଏବଂ ଡିସେମ୍ବ ୧ ଏବଂ ୨ ତାରିଖରେ CBT ପରୀକ୍ଷା ଅନୁଷ୍ଠିତ ହେବ । ଏବେ ସ୍ଥଗିତ ରଖା ଯାଇଥିବା ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଳର୍କ ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ଜାରି କରାଯିବ ।
ସ୍ଥଗିତ ହୋଇଥିବା ନଭେମ୍ବର ୨୧ ଓ ୨୩ ତାରିଖର ପରୀକ୍ଷା ଲାଗି ନୂଆ ତାରିଖ ପରେ ଘୋଷଣା କରାଯିବ । ଏନେଇ ପରୀକ୍ଷାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ରେ ନିୟମିତ ଅପଡେଟ୍ ଦେଖିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
ସେପଟେ ବାତ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ନଭେମ୍ବର ୩୦ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ମିଆଦି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖର ନଭେମ୍ୱର ୨୨ ରହିଥିଲା । ଏବେ ବାତ୍ୟା 'ଅକଭାନ'କୁ ଦୃଷ୍ଟିରେ ରଖି ବୋର୍ଡ ଫର୍ମ ପୂରଣ ତାରିଖ ବୃଦ୍ଧି କରିଛି ।

#Bhubaneswar: Odisha State Selection Board (SSB) has postponed the Junior Assistant and Junior Clerk Recruitment Examinations scheduled for November 21 and 23, 2026, in view of the possible impact of Cyclone “Akvan” and IMD warnings. Exams scheduled for November 25, 27 and December 1-2 will be held as planned. Revised dates for the postponed exams will be announced later. #SSBOdisha #Odisha #CycloneAkvan #RecruitmentExam
— Argus News (@ArgusNews_in) November 18, 2026
ସ୍ଥଗିତ ହୋଇଥିବା ନଭେମ୍ବର ୨୧ ଓ ୨୩ ତାରିଖର ପରୀକ୍ଷା ଲାଗି ନୂଆ ତାରିଖ ପରେ ଘୋଷଣା କରାଯିବ । ଏନେଇ ପରୀକ୍ଷାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ରେ ନିୟମିତ ଅପଡେଟ୍ ଦେଖିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
ସେପଟେ ବାତ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ନଭେମ୍ବର ୩୦ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ମିଆଦି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖର ନଭେମ୍ୱର ୨୨ ରହିଥିଲା । ଏବେ ବାତ୍ୟା 'ଅକଭାନ'କୁ ଦୃଷ୍ଟିରେ ରଖି ବୋର୍ଡ ଫର୍ମ ପୂରଣ ତାରିଖ ବୃଦ୍ଧି କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories