Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀ ମାଝୀ ମର୍ଡର କେସରେ ଏସଟି କମିଶନଙ୍କ ହସ୍ତକ୍ଷେପ

Manini Pattanayak
Browse all articles by Manini Pattanayak
·1 year ago·2 min read
ଲକ୍ଷ୍ମୀ ମାଝୀ ମର୍ଡର କେସରେ ଏସଟି କମିଶନଙ୍କ ହସ୍ତକ୍ଷେପ

ଭୁବନେଶ୍ୱର:  ଅପରାଧୀ ଯେତେ କ୍ଷମତାଶାଳୀ, ପ୍ରଭାବଶାଳୀ ହୁଅନ୍ତା ନା କାହିଁକି, କାହାରିକୁ ନିସ୍ତାର ନାହିଁ। ରାଜ୍ୟରେ ଚର୍ଚ୍ଚିତ ମାମଲା ଗୁଡ଼ିକର ଫାଇଲ୍ ଖୋଲିବାକୁ ଆକ୍ସନ୍ ମୋଡରେ ବିଜେପି ସରକାର। ଖୋଲିବ ବଡ଼ ମାମଲାର ଫାଇଲ୍, ଖୋଲିବ ବିଜେଡିର ହାଇ ପ୍ରୋଫାଇଲ୍ ନେତା ଦିବ୍ୟଶଙ୍କର ଓ ପ୍ରଣବ ବଳବନ୍ତରାୟ ଭଳି ନେତାଙ୍କ ମୁଖା। ମମିତା, ସ୍ମିତାରାଣୀ ପରେ ଲକ୍ଷ୍ମୀ ମାଝୀ ହତ୍ୟାର ହେବ ଫାଇଲ୍ ରିଓପନ୍ ହେବ। ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ଅନୁସୂଚିତ ଜନଜାତି କମିଶନ।  କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁର ହସପିଟାଲ ପରିସରରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ ଦେହ। ଅତି ଜଘନ୍ୟ ଭାବେ ହତ୍ୟା କରି ଲକ୍ଷ୍ମୀଙ୍କୁ ପୋଡି ଦେଇଥିଲେ ଦୃବୁର୍ତ୍ତ। ଏତେ ଭୟଙ୍କର ଥିଲା ସେ ଦୃଶ୍ୟ ଯାହା ଦେଖାଇବା ବି ସମ୍ଭବ ନୁହେଁ ।

ଚନ୍ଦ୍ରପୁରର ମା ଘରେ କାମ କରୁଥିଲେ ଲକ୍ଷ୍ମୀ। ସନ୍ଦେହ ଘେରକୁ ଆସିଥିଲେ ସ୍ବେଚ୍ଛାସେବୀ ସଂସ୍ଥା ଆଲିସାର ପରିଚାଳକ ନରସିଂହ ମହାପାତ୍ର । ସେତେବଳେର ଆଇନମନ୍ତ୍ରୀ ତଥା ସେହି ରାୟଗଡା ଜିଲ୍ଲାର ଜଗନ୍ନାଥ ସାରକାଙ୍କ ନୀରବତା ବି ତାଙ୍କୁ ବିବାଦ ଘେରକୁ ଟାଣିଥିଲା। ଏବେ ଏହି ଘଟଣାରେ ଜାତୀୟ ଏସଟି କମିଶନଙ୍କ ହସ୍ତକ୍ଷେପ ବିଜେଡିର ଟେନସନକୁ ବଢ଼ାଇଛି । ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଏସଟି କମିଶନ ନୋଟିସ ଜାରି କରିଛନ୍ତି । ଦିଲ୍ଲୀରେ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୭ ତାରିଖରେ ଏସଟି କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଶୁଣାଣି ବେଳେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଟି କମିଶନ। 

କେବଳ ଲକ୍ଷ୍ମୀ ମାଝୀ ନୁହନ୍ତି, ଟିକିରି, କୁନ୍ଦୁଲି, ପିପିଲି, ସ୍ମିତାରାଣୀ ଠାରୁ ଆରମ୍ଭ କରି ପରୀ, ମମିତା ପର୍ଯ୍ୟନ୍ତ ସବୁ ମାମଲାକୁ ଚାପି ଦେଇଥିଲା ପୂର୍ବ ନବୀନ ସରକାର। ମମିତା ମର୍ଡର କେସରେ ବିବାଦ ଘେରକୁ ଆସିଥିଲେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ପରୀ କେସରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଆସିଥିଲେ ସନ୍ଦେହ ଘେରକୁ ।  କିଛି ଦିନ ତଳେ ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲାର ଫାଇଲ୍ ଖୋଲିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଇନମନ୍ତ୍ରୀ ବି କହିଥିଲେ ଫାଇଲ୍ ଖୋଲିବ। 
 ଲକ୍ଷ୍ମୀମାଝୀ ମର୍ଡର କେସରେ ତଦନ୍ତକୁ କିଏ କରିଛି ବାଟବଣା, ଆଦିବାସୀ ଦିବ୍ୟାଙ୍ଗ ଝିଅର ନ୍ୟାୟରେ କିଏ ସାଜିଥିଲା ବାଧକ, ଜଘନ୍ୟ କାଣ୍ଡ ଘଟାଇଥିବା ଅପରାଧୀଙ୍କୁ କାହିଁକି ସୁରକ୍ଷା ଦେଉଥିଲା ପୋଲିସ, ଫାଇଲ ଖୋଲିବ ଏ ସବୁ ପ୍ରଶ୍ନର ଉତ୍ତର ବି ଆସିବ। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ST Commission's intervention in Lakshmi Majhi murder case | Argus News