Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରେ ପଶି ଦମ୍ପତିଙ୍କୁ ଛୁରାମାଡ

Rashmita Mishra
Browse all articles by Rashmita Mishra
·1 year ago
ଘରେ ପଶି ଦମ୍ପତିଙ୍କୁ ଛୁରାମାଡ

ଅର୍ଗସ ବ୍ୟୁରୋ : ଚୋରି କରିବାକୁ ଯାଇ ଦମ୍ପତିଙ୍କୁ ହାଣିଲା ଦୁର୍ବୁତ୍ତ । ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ସମୟରେ କିଛି ଦୁର୍ବୁତ୍ତ ସତୀଶଙ୍କ ଘରର ଛାତ ଉପରକୁ ଯାଇ ଘରର ଲୁହା ଗ୍ରିଲ୍ କାଟି ଘର ଭିତରକୁ ପ୍ରବେଶ କରୁଥିବା  ବେଳେ ସତୀଶ ଓ ତାଙ୍କର ସ୍ତ୍ରୀଙ୍କ ନିଦ ଭାଙ୍ଗିଯାଇଥିଲା । ଏ ନେଇ ସତୀଶ କିଏ କିଏ ବୋଲି ପାଟି କରିବାରୁ ଦୁର୍ବୁତ୍ତମାନେ ସତୀଶକୁ ଆକ୍ରମଣ କରିଥିଲେ।  ଏହା ଦେଖି ତାଙ୍କର ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ । ଘଟଣାକୁ ନେଇ ସତୀଶ ବଡ଼ ବଜାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଘଟଣା ସ୍ଥଳରେ ପୁଲିସ ତଦନ୍ତ ଜାରି ରହିଛି । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stabbing couple at home | Argus News