emergency care by air lift / ଜରୁରି ଏୟାର ଲିଫ୍ଟି ଯୋଜନା ମଞ୍ଜୁର,ସାଧାରଣ ଲୋକ ପାଇପାରିବେ ଏୟାର ଆମ୍ବୁଲାନ୍ସ
·4 months ago·2 min read

Key Points
ଏଣିକି ସାଧାରଣ ଲୋକ ବି ପାଇପାରିବେଏୟାର ଆମ୍ବୁଲାନ୍ସ ସେବା
‘ଏମର୍ଜେନ୍ସି କେୟାର ବାଏ ଏୟାର ଲିଫ୍ଟିଂ’ ଯୋଜନାକୁ ମଞ୍ଜୁରୀ
ରାଜ୍ୟ ସରକାର ଏହାର ଗସ୍ତ ଖର୍ଚ୍ଚ ବହନ କରିବେ

ଭୁବନେଶ୍ୱର : ଏଣିକି ସାଧାରଣ ଲୋକ ବି ପାଇପାରିବେଏୟାର ଆମ୍ବୁଲାନ୍ସ ସେବା। ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଓଡିଶା ଆଉ ପାଦେ ଆଗେଇଲା। ରୋଗୀଙ୍କୁ ଅତି ଜରୁରି ସମୟରେ ରାଜ୍ୟ ବାହାରକୁ ଘରୋଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ସ୍ବତନ୍ତ୍ର ‘ଏମର୍ଜେନ୍ସି କେୟାର ବାଏ ଏୟାର ଲିଫ୍ଟିଂ
’ ଯୋଜନାକୁ ମଞ୍ଜୁର ମିଳିଛି। ଯୋଜନା ରୋଗୀଙ୍କ ଲାଗି ଦେବଦୂତ ସାଜିବ। ରୋଗୀଙ୍କୁ ମାଗଣା ଏୟାର ଆମ୍ବୁଲାନ୍ସ ପରିବହନ ସେବା ମିଳିବ। ରାଜ୍ୟ ସରକାର ଏହାର ଗସ୍ତ ଖର୍ଚ୍ଚ ବହନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ନୂଆ ଯୋଜନା ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଏହାର ଅନୁମୋଦନକାରୀ କର୍ତ୍ତୃପକ୍ଷ। ସ୍ବାସ୍ଥ୍ୟ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ଏହା ସମସ୍ତ ନୀତିଗତ ନିଷ୍ପଭି ଗ୍ରହଣ କରିବ। ସେଥିପାଇଁ ଏକ ଏକ୍ସପର୍ଟ କମିଟି ଗଠନ ହୋଇଛି। ସେଥିରେ ଡିଏମ୍ଇଟି ଓ ଡିଏସ୍ଏସ୍ ଅଛନ୍ତି। ଅତିରିକ୍ତ ଡିଏମଇଟି ଏହାର ନୋଡାଲ ଅଫିସର ଅଛନ୍ତି। ମେଡିକାଲ କଲେଜରୁ ଜଣେ ବିଶେଷଜ୍ଞ କମିଟିରେ ଅଛନ୍ତି। ସେ ରୋଗୀଙ୍କ ରୋଗ ସମ୍ପର୍କରେ ଯାଞ୍ଚ କରିବେ। ରୋଗୀଙ୍କୁ ଏୟାର ଲିଙ୍ଗି ଆବଶ୍ୟକ କି ନାହିଁ ତାହା ଉପରେ ମତ ରଖିବେ। ଶେଷରେ ଏୟାର ଲିଙ୍କି ନେଇ କମିଟି ନିଷ୍ପତ୍ତି ଗ୍ରହଣ କରିବେ। ଏବଂ ଏ ବାବଦରେ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିବେ। ଷ୍ଟେଟ୍ ନୋଡାଲ ଅଫିସର ଘରୋଇ ଏୟାର ଆମ୍ବୁଲାନ୍ସ ସଂସ୍ଥା ସହ ଯୋଗାଯୋଗ ସ୍ଥାପନ କରିବେ। ସମସ୍ତ ଖର୍ଚ୍ଚ ଓ ଆମ୍ବୁଲାନ୍ସରେ ରୋଗୀକୁ ସ୍ଥାନାନ୍ତରଣ କ୍ଷେତ୍ରରେ ପ୍ରକ୍ରିୟା ପରିଚାଳନା କରିବେ । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରୁ ଏହି ଅର୍ଥ ବହନ କରାଯିବ।
ରାଜ୍ୟରେ ବର୍ତ୍ତମାନ ଏୟାର ଆମ୍ବୁଲାନ୍ସ ନାହିଁ । ତେଣୁ ଯେଉଁଠି ଏୟାର ଆମ୍ବୁଲାନ୍ସ ରହିଛି, ସେହି ସଂସ୍ଥା ସହିତ ଯୋଗାଯୋଗ ରକ୍ଷା କରିବେ। ଯାହାକି ଜରୁରି ସମୟରେ ଏୟାର ଲିପ୍ଟି ସମ୍ଭବ ହୋଇପାରିବ। ରୋଗୀଙ୍କୁ ହସ୍ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ନେବା ପାଇଁ ଏଏଲଏସ ଆମ୍ବଲାନ ପରିବହନ କରିବ।
ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସ୍ୱାସ୍ଥ୍ୟ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଦୁର୍ଗମ ଅଞ୍ଚଳର ରୋଗୀମାନଙ୍କୁ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ, ବରଂ ବିଶେଷଜ୍ଞମାନେ ସେମାନଙ୍କ ନିକଟକୁ ଆସି ଚିକିତ୍ସା କରିବା। ରାଜ୍ୟର ଦୁର୍ଗମ ଏବଂ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତ ସୁପର-ସ୍ପେସିଆଲିଟି ଚିକିତ୍ସା ସେବା ଯୋଗାଇଦେବା। ଏହି ଯୋଜନା ମାଧ୍ୟମରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ବିମାନ କିମ୍ବା ହେଲିକପ୍ଟର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଏ ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ ମୁଖ୍ୟତଃ ଚାରୋଟି ଜିଲ୍ଲା ନବରଙ୍ଗପୁର ମାଲକାନଗିରି ନୂଆପଡ଼ା ଓ କଳାହାଣ୍ଡିରେ ଆରମ୍ଭ ହୋଇଥିଲା।
ପଢନ୍ତୁ ଏହି ଖବର: ଅବତରଣ ବେଳେ ରନ୍ ୱେରେ ବାହାରିଗଲା ଚକ, ବିମାନରେ ଥିଲେ ୧୩୩ ଯାତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories