ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ
·2 years ago

ଅର୍ଗସ ବ୍ୟୁରୋ: ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ୬ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ମାଲକାନଗିରିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆର୍ଦ୍ରତା ରହୁଛି ।
ଏନେଇ ଉଷ୍ମ ଓ ଆର୍ଦ୍ର ସ୍ଥିତି 6 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ସେପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: