Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ମାନସମନ୍ଥନ

Odisha

ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ମାନସମନ୍ଥନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ମାନସମନ୍ଥନ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ମାନସମନ୍ଥନ। ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ରେ ହୋଇଛି ବିସ୍ତୃତ ଆଲୋଚନା। ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପିଏମ ମୋଦି ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଂଚାଇବା ପାଇଁ ବିସ୍ତୃତ ଯୋଜନା କରିଛି ବିଜେପି।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ରାଜ୍ୟ ନିର୍ବାଚନ କମିଟିର ସଦସ୍ୟ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କେ.ଭି.ସିଂହଦେଓ ପ୍ରମୁଖ ଯୋଗଦାନ କରିଥିଲେ। ଏହି ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦୀର୍ଘ ସମୟ ଧରି ବିସ୍ତୃତ ଆଲୋଚନା ହୋଇଛି । ଏହାର ସବିଶେଷ ରିପୋର୍ଟ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବା ନେଇ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State BJP brainstorming ahead of elections | Argus News