IT ରେଡରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି

ଭୁବନେଶ୍ୱର: IT ରେଡରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି । ଆନୁମାନିକ ଭାବେ ୫ ସହ ରୁ ଅଧିକ କଳାଟଙ୍କା ଜବତ ହେଲାଣି । ଯାହାକି ଓଡ଼ିଶା ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖାନ୍ତୁ ମୁଖ୍ୟମନ୍ତ୍ରୀ । ଏହାସହ ତାଙ୍କ ଗୋଇନ୍ଦା ସଂସ୍ଥା ତଥା ଗୃହ ବିଭାଗ ଫେଲ ମାରିଛି ବୋଲି ସ୍ବୀକାର କରନ୍ତୁ । ଯଦି କୌଣସି ବିଜେପି ନେତାଙ୍କ ସଂପୃକ୍ତି ଅଛି ବୋଲି ବିଜେଡି କହୁଛି ତେବେ ରାଜ୍ୟ ସରକାରଙ୍କ ସମସ୍ତ ଗୁଇନ୍ଦା ସଂସ୍ଥା ମିଶି ଏହାକୁ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଏହି କଳା ସାମ୍ରାଜ୍ୟ ବିଷୟରେ କେନ୍ଦ୍ର ସରକାର ଜାଣିଛନ୍ତି ହେଲେ ରାଜ୍ୟ ସରକାର ଏହା ବିଷୟରେ ଜାଣିନାହାନ୍ତି ।
ଏହା କିପରି ସମ୍ଭବ ? ଓଡ଼ିଶାର ଗୁଇନ୍ଦା ସଂସ୍ଥା ବା ଗୃହ ବିଭାଗ ଆଉ EOW ପାଖକୁ ଏ ବିଷୟରେ ଖବର ଆସିଲେନି କେମିତି ? ଏହି କଳା ସାମ୍ରାଜ୍ୟ ଓଡ଼ିଶା ସରକାରଙ୍କ ସହାୟତାରେ ଚାଲିଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିଛନ୍ତି , ନବୀନ ପଟ୍ଟନାୟକ ଏହାକୁ ନେଇ କୌଣସି ସ୍ପଷ୍ଟତା ଆଣିନାହାନ୍ତି କାହିଁକି ? ଏତେ ଟଙ୍କା ଗୋଟେ ଜାଗାରୁ ବାହାରିବା ରାଜ୍ୟ ପାଇଁ ଲଜ୍ୟାର ବିଷୟ । ବାର୍ଷିକ ୧୨୦ କୋଟି ଟଙ୍କା ର ବ୍ୟବସାୟ କରୁଥିବା କମ୍ପାନୀରୁ ୫୦୦ କୋଟି ବାହାରିବ କେମିତି ? ଓଡ଼ିଶା ଓ ଝାଡ଼ଖଣ୍ଡ ସେମାନଙ୍କ ପାଇଁ ସୁରକ୍ଷିତ ଜାଗା ଥିଲା । ସାହୁ ବ୍ରଦର୍ଶ ଆଣ୍ଡ କମ୍ପାନୀ ରେ ରାଜ୍ୟସରକାର ଙ୍କ କଣ ଲିଙ୍କ ରହିଛି ? ରାଜ୍ୟ ସରକାର ମଦ ସାମ୍ରାଜ୍ୟ ଠାରୁ ପଇସା ନାଉଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବହୁ ମନ୍ତ୍ରୀ ଏବେ ବିବାଦ ଘେରରେ । ସରକାରୀ ଦଳର ଛତ୍ରଛାୟା ତଳେ ଏହି ସାମ୍ରାଜ୍ୟ ସୁରକ୍ଷିତ ରହିଥିଲା । ଏହାକୁ ନେଇ କେନ୍ଦ୍ର କୌଣସି ପ୍ରକାରର ସାଲିସ କରିବନି ।
ଅଧିକ ପଢନ୍ତୁ ଓଡ଼ିଶା ଖବର