Videos
|
Odisha

ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Ritu Das
Browse all articles by Ritu Das
·1 year ago
ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଅର୍ଗସ ବ୍ୟୁରୋ: ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସ୍ୱର୍ଗତଃ ମିଶ୍ର ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ପ୍ରତିଷ୍ଠାତା ତଥା ସାପ୍ତାହିକ ପତ୍ରିକା “ଇପିଏ”ର ମୁଖ୍ୟ ସମ୍ପାଦକଭାବେ କାର୍ଯ୍ୟ କରିଥିଲେ। ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ମିଶ୍ରଙ୍କ ମୃତ୍ୟୁ ଓଡ଼ିଶାରେ ଫଟୋ ସାମ୍ବାଦିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। 
ସ୍ୱର୍ଗତଃ ମିଶ୍ରଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
State BJP | Argus News