Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

State Budget / “ସୁଭଦ୍ରା ଶକ୍ତି ସମ୍ବାଦ” ନାମରେ ନୂଆ ଯୋଜନା, ମହିଳାଙ୍କ ଖାତାକୁ ଯିବ ଏତିକି କୋଟି ?

Banajyotshna Ray
Browse all articles by Banajyotshna Ray
·4 months ago·3 min read
“ସୁଭଦ୍ରା ଶକ୍ତି ସମ୍ବାଦ” ନାମରେ ନୂଆ ଯୋଜନା, ମହିଳାଙ୍କ ଖାତାକୁ ଯିବ ଏତିକି କୋଟି ?
State Budget

Key Points

ରାଜ୍ୟ ବଜେଟରେ ମହିଳାଙ୍କ ପାଇଁ ଘୋଷଣା
ଆରମ୍ଭ ହେବ “ସୁଭଦ୍ରା ଶକ୍ତି ସମ୍ବାଦ” ନାମରେ ନୂଆ ଯୋଜନା
ଆରମ୍ଭ ହେଲା ଓଡ଼ିଶା ବଜେଟ। ଚଳିତ ବଜେଟରେ ମହିଳା ମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ଝିଅମାନେ ହେଉଛନ୍ତି ଆମର ଗର୍ବ, ଏଣୁ ସେମାନଙ୍କୁ ସେମାନଙ୍କର ସାମର୍ଥ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ । ମହିଳା ସଶକ୍ତିକରଣ ଏବଂ କଲ୍ୟାଣକୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ଏକ ନୂତନ ଯୋଜନା “ସୁଭଦ୍ରା ଶକ୍ତି ସମ୍ବାଦ” ଆରମ୍ଭର ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନା ସୁଭଦ୍ରା ହିତାକାରୀଙ୍କ ଅଭିଜ୍ଞତାକୁ ବାଣ୍ଟିବା, ସମସ୍ୟାର ସମାଧାନ ପାଇଁ ଅଧିକାରୀ ଏବଂ ଗୋଷ୍ଠୀର ହିତାକାରୀଙ୍କ ସହ ନିୟମିତ ଆଲୋଚନା ମାଧ୍ୟମରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ଅଂଶଗ୍ରହଣକାରୀ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ।

ଏହା ବ୍ୟତୀତ, ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହିତ ସମସ୍ତ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ସ୍ଥାନମାନଙ୍କରେ “ସୁଭଦ୍ରା ୱେଲନେସ୍ ସେଣ୍ଟର” ପ୍ରତିଷ୍ଠା କରାଯିବ । ମହିଳାମାନଙ୍କ ପାଇଁ ଆର୍ଥିକ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରୁଥିବା ଆମର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ “ସୁଭଦ୍ରା” ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାକାରୀଙ୍କୁ ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କାର ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କୁ ଉପକୃତ କରିବା ପାଇଁ ୧୦ ହଜାର ୧ ଶହ ୪୫ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଶିଳ୍ପ ହବ୍ ସ୍ଥାପନ କରିବା ତଥା ବ୍ରାଣ୍ଡିଂ ଓ ପ୍ରୋତ୍ସାହନ ପାଇଁ ସହାୟତା ପ୍ରଦାନ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କୁ ଲକ୍ଷପତି ଦିଦିରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ | ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ମାଧ୍ୟମରେ, ୧ ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ସରକାରୀ ଚୁକ୍ତିନାମା ଏବଂ ସେବା ପ୍ରଦାନର ସୁବିଧା ପ୍ରଦାନ କରାଯାଉଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ବଜେଟରେ ୧ ହଜାର ୩ ଶହ ୩୩ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି । ମିଶନ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ମାଧ୍ଯମରେ ମହିଳା ସଶକ୍ତିକରଣ ପାଇଁ ଆବଣ୍ଟନକୁ ୨ ହଜାର ୮ ଶହ ୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

“ନାରୀ ଶକ୍ତି ସମାଜର ଶକ୍ତି” ଏହି ଆହ୍ୱାନରେ ପ୍ରେରିତ ହୋଇ ସରକାର ଉଦ୍ୟୋଗୀକରଣ ଏବଂ ଗ୍ରାମାଞ୍ଚଳ ସ୍ଥାୟୀ ଜୀବିକାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ଭୂମିକାକୁ ପ୍ରାଥମିକତା ଦେଇଆସୁଛନ୍ତି । ୨୦୨୬-୨୭ଆର୍ଥିକ ବର୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ହେବାକୁ ଥିବା ଫୁଲ ଓ ଛତୁ ଚାଷ ବାବଦକୁ ୫୭ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି I ଏହା ସହିତ କୃଷି ଉତ୍ପାଦକ କ୍ଲଷ୍ଟରଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟର ସମସ୍ତ ଅସମ୍ପୂର୍ଣ ଅଙ୍ଗନୱାଡି କେନ୍ଦ୍ରକୁ ସମୟବଦ୍ଧ ଭିଭିରେ ସମ୍ପୂର୍ଣ୍ଣ କରିବା ପାଇଁ ଏକ ନୂତନ ଯୋଜନା “ସମୃଦ୍ଧ ଅଙ୍ଗନୱାଡି ଯୋଜନା” ପ୍ରସ୍ତାବ ଦିଆଯାଇଛି। ଏହି ନୂତନ ଯୋଜନାରେ କ୍ରେଚ୍ ସୁବିଧା ବିନା ପ୍ରତି କେନ୍ଦ୍ର ପିଛା ୧୫ ଲକ୍ଷ ଟଙ୍କା ଏବଂ କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯିବ ।

ଏହି ନୂଆ ଯୋଜନା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୬ ଶହ ୩୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। କେବଳ ସେତିକି ନୁହେଁ, ପରିବାରଗୁଡ଼ିକୁ ସହାୟତା କରିବା ପାଇଁ ”ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ର ଶୁଭାରମ୍ଭ ହେଇଛି । ସାମୂହିକ ବିବାହକୁ ସୁଗମ କରି, ସରକାର ଆର୍ଥିକ ଦାୟିତ୍ବ ହିସାବରେ ବିବାହର ସମସ୍ତ ଖର୍ଚ୍ଚ ସମ୍ଭାଳିବା ସହିତ କନ୍ୟାକୁ ଉପହାର ମଧ୍ୟ ପ୍ରଦାନ କରୁଛନ୍ତି । ଏଥିପାଇଁ ୧୨ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଦିଆଯାଇଛି। ଭଉଣୀ ଏବଂ ଝିଅମାନଙ୍କୁ ସମର୍ଥନ କରିବା ପାଇଁ, ଲିଙ୍ଗଗତ ସମାନତା ହାସଲ କରିବା ଏବଂ ଆମ ରାଜ୍ୟକୁ ଆଗକୁ ବଢାଇବା ପାଇଁ ଆମ ଜନସଂଖ୍ୟାର ଅଧାକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ଯୋଜନା ଏବଂ କାର୍ଯ୍ୟକ୍ରମ ପାଇଁ ୧୮ ହଜାର ୯ ଶହ ୫୭ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି।

ଏଥିସହ ପଢ଼ନ୍ତୁ: ବଜେଟ୍‌ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

ଉଦ୍ୟାନ କୃଷିରେ ଫସଲ-ନିର୍ଦ୍ଦିଷ୍ଟ କ୍ଲଷ୍ଟରଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଉଦ୍ୟାନ କୃଷି ଫସଲ-ନିର୍ଦ୍ଦିଷ୍ଟ ଯୋଜନା, ମସଲା ମିଶନ୍ ସମେତ ଆଳୁ ଚାଷର ଉନ୍ନୟନ ଏବଂ ଉଦ୍ୟାନ କୃଷି ମିଶନ ପ୍ଲସ ମାଧ୍ୟମରେ କ୍ଷେତ୍ରଫଳ ବିସ୍ତାର, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଚାଷରେ ସହାୟତା ଯୋଗାଇ ଦେବା, ମାଛ ବିହନ ହାଚେରୀ ପ୍ରତିଷ୍ଠା କରିବା, ବର୍ଷସାରା ଗୁଣାତ୍ମକ ମାଛ ଯାଆଁଳ ଯୋଗାଣ ପାଇଁ ବିହନ ଉତ୍ପାଦନକାରୀଙ୍କ ଏକ ନେଟୱାର୍କ ବିକଶିତ କରିବା ଏବଂ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାକୁ ଉପଯୋଗୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ୨ ଶହ ୧ କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
State Budget | State Budget: New Scheme “Subhadra Shakti Sambad” Launched, Know Allocation in Crores | Argus News