ଚୀନରେ ବ୍ୟାପୁଥିବା ନିମୋନିଆକୁ ନେଇ ଆଲର୍ଟ କଲା ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ଚୀନରେ ବ୍ୟାପୁଥିବା ନିମୋନିଆକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ପରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।
ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ଓ ଟେଷ୍ଟିଙ୍ଗ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି।
ଯଦିଓ ଏ ଭାଇରସ H9N2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ। ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର