Videos
|
Odisha

ଆଦିବାସୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତାରଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଦିବାସୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତାରଣା

ଅର୍ଗସ ବ୍ୟୁରୋ:  ପୋଲ ନାହିଁ କି ରାସ୍ତା ନାହିଁ । ଦେବଗଡ଼ ତିଲେଇବଣି ବ୍ଲକ ଝରାଗଗୁଆ ପଞ୍ଚାୟତର ଦେଶଙ୍କୁଳି ଗାଁକୁ ସଂଯୋଗ ପାଇଁ ନାହିଁ ବ୍ରିଜ। କାଠ ପୋଲ ଭରଷାରେ ଗ୍ରାମବାସୀ । ୪ ବର୍ଷ ହେବ ବ୍ରିଜ ଭାଙ୍ଗି ପଡ଼ିଥିଲେ ବି ପ୍ରଶାସନ ନିର୍ମାଣ କରୁ ନାହିଁ । ଶେଷରେ ଗ୍ରାମବାସୀ କାଠ ପୋଲ ନିର୍ମାଣ କରି ବିପଦ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଗାଁ କୁ ଆମ୍ବୁଲାନ୍ସ ଆସିପାରୁନଥିବାରୁ  ଗର୍ଭବତୀ ମହିଳା ଅସୁବିଧା ଭୋଗୁଛନ୍ତି।ବିଦ୍ୟାଳୟ ଯିବାକୁ ଛୋଟ ପିଲା ଭୟ କରୁଛନ୍ତି।

କେବଳ ପୋଲ ସମସ୍ୟା ନୁହଁ ୫ଟି ଗାଁ କୁ ଏବେ ବି ନାହିଁ ଭଲ ରାସ୍ତା। ଦେବଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଗାଁ କୁ ସଂଯୋଗ ପାଇଁ ନାହିଁ ଭଲ ରାସ୍ତା। ବର୍ଷା ଦିନରେ ଲୋକେ ନାଳ ପାରି ହୋଇ ଯାତାୟାତ କରନ୍ତି।ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରିଥିଲେ ବି ଫଳ ଶୂନ। ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ୫ଖଣ୍ଡ ଗାଁର ଗ୍ରାମବାସୀ।ଭଲ ରାସ୍ତା ନିର୍ମାଣ ହୋଇନଥିବାରୁ ଲୋକମାନଙ୍କୁ  ଅଧିକ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଛି।

କେବଳ ରାସ୍ତା ନୁହଁ ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ।ନଳକୂପ ଅଛି ହେଲେ ଏଥିରେ ଆସୁନି ପାଣି। ବସୁଧା ଯୋଜନାରେ ପାଣି ପାଇପି ପଡ଼ିଛି ହେଲେ ପାଣି ଆସୁ ନାହିଁ।ପଞ୍ଚୟରେ ନାହିଁ ସ୍ୱାସ୍ଥ୍ୟ କେନ୍ଦ୍ର। ମୌଳିକ ସୁବିଧା ରୁ ବଞ୍ଚିତ ଥିବା ଗାଁ ର ଅଧିବାସୀ ସରକାରଙ୍କ ପ୍ରତି ଥିବା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored