Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଉଡ଼ିଲା ମା'ଙ୍କ ସମ୍ମାନର ଧଜିଆ

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ଉଡ଼ିଲା ମା'ଙ୍କ ସମ୍ମାନର ଧଜିଆ

ଅର୍ଗସ ବ୍ୟୁରୋ : ପୁଣି ମହିଳାଙ୍କୁ ଅସମ୍ମାନ କଲେ ରାଜ୍ୟ ସରକାର । ପାଣ୍ଡିଆନଙ୍କ ସାମ୍ନାରେ ମହିଳାଙ୍କୁ କଲେ ଅଭଦ୍ରାମୀ ବ୍ୟବହାର । ହୋ ହାଲ୍ଲା, ଧକ୍କା ମରାମରି, ପାଟି ତୁଣ୍ଡ । ପୁଣି ଉଡ଼ିଲା ମହିଳାଙ୍କ ସମ୍ମାନର ଧଜିଆ । ପାଣ୍ଡଆନଙ୍କ ସଭାରେ ମହିଳାଙ୍କୁ କରାଯାଉଛି ଟଣାଓଟରା । ରାଜ୍ୟ ସରକାର ଗୋଟିଏ ପଟେ ମହିଳାଙ୍କ ସମ୍ମାନର ଡେଙ୍ଗୁରା ପିଟୁଥିବା ବେଳେ, କୁନ୍ତି ଏଠି ୫ଟିଙ୍କ ସମ୍ମୁଖରେ ମହିଳାଙ୍କୁ କାରାଯାଇଛି ଅସମ୍ମାନ । ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

କଣ ପାଇଁ ମହିଳାଙ୍କୁ ଏମିତି ବ୍ୟବହାର କଲେ ପୋଲିସ ବାବୁ ? ସେ ପୁଣି ୫ଟି ଅଧ୍ୟକ୍ଷଙ୍କ ସମ୍ମାନରେ ? କଣ ଏ ପୋଲିସ ବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହବ ତ ? ମହିଳାଙ୍କୁ ଧକ୍କା ମଧ୍ୟ ମାରୁଛନ୍ତି । ପୋଲିସ ବାବୁ ମାନେ ଭୁଲିଗଲେ ନାରୀଙ୍କ ସମ୍ମାନ ଦେବା କଥା ।  ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରିକୁ ଆସିଥିଲେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସେଠାରେ ୧୬କୋଟି ଟଙ୍କାର ନିର୍ମିତ ମନୋଜ ମନ୍ମଥ ସ୍ମାରକୀ ପୀଠକୁ ପରିଦର୍ଶନର କରିବାକୁ ଆସିଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣ୍ଡିଆନ ହେଲିକ୍ୟାପଟରୁ ଅବତରଣ ପରେ ଲୋକେ ନିଜ ନିଜର ଦାବୀ ପତ୍ର ପାଣ୍ଡିଆନଙ୍କୁ ଦେଉଥିଲା ବେଳେ, ଜୟରାମପୁର ପଞ୍ଚାୟତରୁ ଆସିଥିବା ବିଜୟ ଲକ୍ଷ୍ମୀ ପାତ୍ର ପାଣ୍ଡିଆନଙ୍କୁ ଦାବୀ ପତ୍ର ଦେବାକୁ ଗଲା ବେଳେ ପୋଲିସ ତାଙ୍କୁ ଅଟକାଇ ଥିଲା, ପରେ ପୋଲିସ ଧକ୍କାର ଶିକାର ମଧ୍ୟ ହୋଇଥିଲେ । ଯେତେ ଚେଷ୍ଟା କରିଥିଲେ ମଧ୍ୟ ଯୁବତୀ ଜଣକ ଦାବୀ ପତ୍ର ଦେଇ ପାରି ନଥିଲେ । ଶେଷରେ ଯୁବତୀ ପାଖରୁ ଦାବିପତ୍ର ନେଇ ଚିରି ଦେଲା ପୋଲିସ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ସେହିପରି ଏହି ସଭାକୁ ଆସିଥିବା ଆଉ ଜଣେ ମହିଳା ବି ସମାନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଆମ ଅଭିଯୋଗ ନ ସୁଣି କେମି ଚାଲିଗଲେ ପାଣ୍ଡଆନ ସାର୍ । ଆମେ ଖରା ଆସୁଲୁ, ଖରାରେ ଛିଡ଼ା ବି ହେଲୁ କିନ୍ତୁ ଆମ କଥା ସୁଣିଲେ ନାହିଁ । ରାଜ୍ୟ ସରକାର ନରୀ ମାନଙ୍କ ପାଇଁ ଅନେକ କାମ କରୁଛନ୍ତି । ତାଙ୍କ ସମ୍ମାନ ପାଇଁ ମଧ୍ୟ ଅନେକ ଯୋଜନା ବି କରିଛନ୍ତି । କିନ୍ତୁ ଆଜି ବି ନାରୀ ଅସୁରକ୍ଷିତ । ଯାହା ଆଜି ପାଣ୍ଡିଆନଙ୍କ ସଭାରେ ଦେଖିବାକୁ ମିଳିଥିଲା ।
 

Sponsored
state government disrespected women | Argus News