Allowance Money / ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଘରେ ଆସି ଭତ୍ତା ଟଙ୍କା ଦେବେ ଅଧିକାରୀ
·4 months ago·2 min read

Key Points
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
ଖରାରେ ଭତ୍ତା ପାଇଁ ପଞ୍ଚାୟତ ଅଫିସ ଯିବାକୁ ପଡ଼ିବନାହିଁ
ଘରେ ଆସି ଭତ୍ତା ଟଙ୍କା ଦେବେ ଅଧିକାରୀ

୦୪/୦୫: ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଛନ୍ତି ଜରୁରୀ ନିର୍ଦ୍ଦେଶ । ଏଣିକି ଆଉ ଖରାରେ ଭତ୍ତା ପାଇଁ ଆଉ ପଞ୍ଚାୟତ ଅଫିସ ଯିବାକୁ ପଡ଼ିବନାହିଁ । ବୃଦ୍ଧ ଓ ଅସହାୟଙ୍କୁ ଘରେ ଦିଆଯିବ ଭତ୍ତା ଟଙ୍କା ।
ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ନେଇ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଦ୍ୱାରା ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ପଠାଯାଇଛି।
ଏହି ଚିଠିରେ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିଅସ୍ ମଧ୍ୟରେ ପହଞ୍ଚିଥିବା ବେଳେ ଉପକୂଳ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ସହ ଗୁଳୁଗୁଳି ପରିସ୍ଥିତି ଗଭୀର ରୂପ ନେଇଛି। ଏହି ପରିସ୍ଥିତିରେ ପ୍ରତିମାସ ୧୫ ତାରିଖରେ ହେଉଥିବା ଭତ୍ତା ବଣ୍ଟନ ସମୟରେ ଲୋକମାନଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ସେମାନେ ଅଂଶୁଘାତ, ଡିହାଇଡ୍ରେସନର ଶିକାର ହେବା ଆଶଙ୍କା ରହିଛି। ଏହିପରି ପରିସ୍ଥିତିରେ ସମସ୍ତ ଜିଲ୍ଲା ପ୍ରଶାସନକୁ ବଣ୍ଟନ କେନ୍ଦ୍ରରେ ପିଇବା ପାଣି, ORS ପ୍ୟାକେଟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି। ସେଥିସହିତ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଘରେ ଘରେ ଭତ୍ତା ପହଞ୍ଚାଇବାକୁ ବିଶେଷ ଭାବେ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ ଏହି ଖବର: ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ; ପିଛିଲା ଭାବେ ଏପ୍ରିଲ୍ ୧ରୁ ଲାଗୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶା ସରକାରଙ୍କ ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ହେଉଛି ଏକ ସାମାଜିକ ସୁରକ୍ଷା ଯୋଜନା, ଯାହା ରାଜ୍ୟର ଅସହାୟ ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଥିଲା.
୧. ଯୋଗ୍ୟତା ମାନଦଣ୍ଡ
ପେନ୍ସନ୍ ପାଇବା ପାଇଁ ଆବେଦନକାରୀଙ୍କୁ ନିମ୍ନଲିଖିତ ସର୍ତ୍ତ ପୂରଣ କରିବାକୁ ହେବ:
ବୟସ: ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୟସ ୬୦ ବର୍ଷ ବା ତା'ଠାରୁ ଅଧିକ ହେବା ଆବଶ୍ୟକ ଆୟ: ପରିବାରର ବାର୍ଷିକ ଆୟ ୪୦,୦୦୦ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ
ଅନ୍ୟାନ୍ୟ: ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ ଏବଂ ସେ ଅନ୍ୟ କୌଣସି ସରକାରୀ ପେନ୍ସନ୍ ପାଉ ନଥିବା ଆବଶ୍ୟକ।
୨. ହିତାଧିକାରୀ ଶ୍ରେଣୀ
ଏହି ଯୋଜନାରେ ନିମ୍ନଲିଖିତ ବ୍ୟକ୍ତିମାନେ ସାମିଲ ହୋଇପାରିବେ:
ବୃଦ୍ଧବୃଦ୍ଧା (୬୦ ବର୍ଷରୁ ଉର୍ଦ୍ଧ୍ୱ), ବିଧବା ମହିଳା,ଭିନ୍ନକ୍ଷମ ବ୍ୟକ୍ତି (କୁଷ୍ଠ ରୋଗୀଙ୍କ ସମେତ),ଏଡସ ଆକ୍ରାନ୍ତ ବ୍ୟକ୍ତି,କିନ୍ନର, ଅବିବାହିତ ମହିଳା (୩୦ ବର୍ଷରୁ ଉର୍ଦ୍ଧ୍ୱ)
୩. ଆବଶ୍ୟକୀୟ ଦସ୍ତାବେଜ ଆବେଦନ ସମୟରେ ନିମ୍ନଲିଖିତ ପ୍ରମାଣପତ୍ର ଆବଶ୍ୟକ ହୁଏ:
ଆଧାର କାର୍ଡ, ବୟସ ପ୍ରମାଣପତ୍ର ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ବ୍ୟାଙ୍କ ପାସବୁକ୍ ଭିନ୍ନକ୍ଷମ ହୋଇଥିଲେ ସେ ସମ୍ପର୍କିତ ପ୍ରମାଣପତ୍ର
୪. ଆବେଦନ ପ୍ରକ୍ରିୟା
ଦୁଇଟି ଉପାୟରେ ଆବେଦନ କରିପାରିବେ:
ଅନଲାଇନ: ଓଡ଼ିଶା ସରକାରଙ୍କ SSEPD ପୋର୍ଟାଲ ମାଧ୍ୟମରେ ନିଜେ କିମ୍ବା ଜନ ସେବା କେନ୍ଦ୍ର (CSC) ଜରିଆରେ ଆବେଦନ କରିପାରିବେ.
ଅଫଲାଇନ: ଆପଣ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ କିମ୍ବା ପୌରପାଳିକା କାର୍ଯ୍ୟାଳୟରେ ଫର୍ମ ପୂରଣ କରି ଜମା କରିପାରିବେ.

Related Topics
Explore more stories