Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ; ପିଛିଲା ଭାବେ ଏପ୍ରିଲ୍‌ ୧ରୁ ଲାଗୁ

Odisha

Daily Wage Increased / ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ; ପିଛିଲା ଭାବେ ଏପ୍ରିଲ୍‌ ୧ରୁ ଲାଗୁ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ; ପିଛିଲା ଭାବେ ଏପ୍ରିଲ୍‌ ୧ରୁ ଲାଗୁ
Odisha Increases Daily Labour Wages

Key Points

ରାଜ୍ୟରେ ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ । ଶ୍ରମିକ ଦିବସରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ଵର: ଶ୍ରମିକ ଦିବସରେ ଦିନ ମଜୁରିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟରେ ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ । ଶ୍ରମିକ ଦିବସରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ ଟଙ୍କାକୁ ବୃଦ୍ଧି ପାଇଛି । କୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇ ୫୭୨ ଟଙ୍କା ହୋଇଥିବା ବେଳେ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୨୨ ଟଙ୍କା ହୋଇଛି । ଏଥିସହ ପ୍ରତି ୬ ମାସ ବ୍ୟବଧାନରେ ପରିବର୍ତ୍ତନୀୟ ମହଙ୍ଗା ଭତ୍ତାକୁ ପୁନଃ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଘର ଉପରେ ବଜ୍ରପାତ; ଜଳିଗଲେ ଗୋଟିଏ ପରିବାରର ୩ ସଦସ୍ୟ 

ଦୈନିକ ୧୦ ଟଙ୍କା ଭାବରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମିକ ଦିବସ ଅବସରରେ ପିଛିଲା ଭାବେ ଅପ୍ରେଲ ୧ ରୁ ଏହାକୁ ସାରା ରାଜ୍ୟରେ ଲାଗୁ ହେବ । ସେପଟେ ଅନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୬ର ରାଜ୍ୟ ସ୍ତରୀୟ ସମାରୋହ, OUAT କୃଷି ଶିକ୍ଷା ସଦନରେ ଆୟୋଜିତ ହୋଇଛି ।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ଯୋଗ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: 'ମେଟ୍ରୋ ବନ୍ଦ ହୋଇନାହିଁ, ସ୍ଥଗିତ ରହିଛି...ଟ୍ରାଇ ସିଟି ହେବ ଇକୋନୋମିକ୍ ହବ୍‌' 

ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

  • ଶିକ୍ଷା ସହାୟତା: ବିଭିନ୍ନ ଶିକ୍ଷା ନିମନ୍ତେ ସର୍ବାଧିକ ୨ ଗୋଟି ସନ୍ତାନ ନିମନ୍ତେ ଝିଅ- ୬ଷ୍ଠ ଶ୍ରେଣୀ ଓ ତଦୁର୍ଦ୍ଧ୍ଵ, ପୁଅ - ୮ମ ଶ୍ରେଣୀ ଓ ତଦୁର୍ଦ୍ଧ୍ଵ (ବାର୍ଷିକ ୨ ହଜାର ଟଙ୍କାରୁ ୪୦ ହଜାର ଟଙ୍କା)
  • ନିର୍ମାଣ କୁସୁମ: ସରକାରୀ ଶିକ୍ଷାନୁଷ୍ଠାନରେ ଆଇ. ଟି. ଆଇ ଏବଂ ପଲିଟେକନିକ୍ ଶିକ୍ଷା ବାବଦରେ ସମସ୍ତ ଆର୍ଥିକ ସହାୟତା
  • ବିବାହ ସହାୟତା: ସର୍ବାଧିକ ୨ ଗୋଟି କନ୍ୟା ସନ୍ତାନ ନିମନ୍ତେ ଓ ପଞ୍ଜୀକୃତ ଅବିବାହିତ ମହିଳା ଶ୍ରମିକ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା
  • ପ୍ରସୂତି କାଳୀନ ସହାୟତା: ସର୍ବାଧିକ ୨ ଗୋଟି ଛୁଆ ପ୍ରସବ ନିମନ୍ତେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା
  • ମୃତ୍ୟୁ କାଳୀନ ସହାୟତା: ସ୍ଵାଭାବିକ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ ୩ ଲକ୍ଷ ଟଙ୍କା, କାର୍ଯ୍ୟ ସ୍ଥଳୀରେ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ ୬ ଲକ୍ଷ ଟଙ୍କା (୧୮ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ)
  • ଅନ୍ତ୍ୟେଷ୍ଟି କ୍ରିୟା ସହାୟତା: ପ୍ରତ୍ୟେକ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଏକକାଳୀନ ୫ ହଜାର ଟଙ୍କା (୬୦ ବର୍ଷ ପର୍ଯ୍ୟନ୍ତ)
  • ଦୁର୍ଘଟଣା ଜନିତ ଅକ୍ଷମତା ସହାୟତା: ଦୁର୍ଘଟଣା ଜନିତ ଅକ୍ଷମତା ସହାୟତା କାର୍ଯ୍ୟ ସ୍ଥଳୀରେ ଦୁର୍ଘଟଣା ଜନିତ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା
  • ଆଶ୍ରୟ ଯୋଜନା: ସହରାଞ୍ଚଳରେ ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ସାମୟିକ ଆଶ୍ରୟସ୍ଥଳୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Govt Hikes Daily Wages for Workers from April 1 | Argus News | Argus News