Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Drinking Water Corporation / ପାନୀୟଜଳ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଗଠନ ହେବ ପାନୀୟଜଳ ନିଗମ

Bikash Mohanty
Browse all articles by Bikash Mohanty
·3 months ago·2 min read
ପାନୀୟଜଳ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଗଠନ ହେବ ପାନୀୟଜଳ ନିଗମ
Drinking Water Project

Key Points

ପାନୀୟଜଳ ନେଇ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି
ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ
ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକକୁ ଯିବ ଓଡ଼ିଶା ଟିମ
ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାଏକଙ୍କ ସୁଚନା 


ଭୁବନେଶ୍ବର,୧୧/୦୪:ଭୁବନେଶ୍ବର,୧୧/୦୪: ପାନୀୟ ଜଳ ନେଇ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମ୍ୟ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା । ନିଗମ ଗଠନ ନେଇ ଓଡିଶାର ଏକ ଟିମ ଖୁଵ ଶୀଘ୍ର ଦୁଇଟି ରାଜ୍ୟ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକକୁ ଯିବ ବୋଲି କହିଛନ୍ତି ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାଏକ।

ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକକୁ ଟିମ୍ ଯାଇ ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟି ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ । ୨୦୭ଟି ମେଗା ପ୍ରକଳ୍ପ,୧୮୭୦୦ ସିଙ୍ଗଲ ଭାଲଭ, ୬୫୫୧ ସୋଲାର ସିଷ୍ଟମ ପ୍ରକଳ୍ପକୁ ପରିଚାଳନା ନିଗମ ନିରୀକ୍ଷଣ କରିବ । ନୂଆନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ପାଇଁ ଗୋଟିଏ ଏଜେନ୍ସୀକୁ ଦିଆଯିବ। ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଞ୍ଚକୁ ହସ୍ତାନ୍ତର କରିବୁ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ । ପାଣି ପହଂଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ । ଏହା ଗାଁ କମିଟି ବ୍ଲକକୁ ଅବଗତ କରିବ । ବ୍ଲକ ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ । ୧୯ଟି ପଏଣ୍ଟ ଭାରତ ସରକାର ଦେଇଛନ୍ତି ତାକୁ ଆଧାର କରି ସରକାର ନୀତି ପ୍ରଣୟନ କରିଛନ୍ତି ।

ପଢନ୍ତୁ ଏହି ଖବର: ଆଜି ପ୍ରବଳ ଗୁଳୁଗୁଳି, ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା

ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସର୍ବାଧିକ ଗୁରୁତ୍ବ ଦିଆଯାଇଛି ପାନୀୟ ଜଳ ଓ ଜଳସେଚନକୁ। ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ଓ ରକ୍ଷଣାବେକ୍ଷଣ -୨୦୨୬ ନୀତିକୁ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି । ଲୋକଙ୍କ ପାଖରେ ଯେଭଳି ନିରବଚ୍ଛିନ୍ନ ପିଇବା ପାଣି ପହଞ୍ଚିବ, ସେ ଦିଗରେ ଏହି ନୀତି କାର୍ଯ୍ୟ କାରୀ ହେବ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ଗ୍ରାମୀଣ ପରିବାରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଅନେକ ଭିତ୍ତିଭୂମି ବିକାଶ କରାଯାଉଛି। କେବଳ ଭିଭିଭୂମି ନିର୍ମାଣ ଶେଷ ପଦକ୍ଷେପ ନୁହେଁ। ଲୋକଙ୍କ ପାଖରେ ନିରବଚ୍ଛିନ୍ନ ଜଳ ଯୋଗାଣ ଆବଶ୍ୟକତା ରହିଛି। ପାନୀୟ ଜଳର ମାନ ନିର୍ଦ୍ଧାରଣ, ଭିଭିଭୂମିର ରକ୍ଷଣାବେକ୍ଷଣ ସହ ସ୍ବଚ୍ଛ ଆର୍ଥିକ ପରିଚାଳନା ଦିଗରେ ଏହି ନୀତି କାମ କରିବ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ମନିଟରିଂଠାରୁ ନେଇ କେଉଁ ବିଭାଗ କି କାମ କରିବ, ସବୁ କିଛି ଏହି ନୀତି ନିର୍ଦ୍ଧାରଣ କରିବ। ପ୍ରାକୃତିକ ପ୍ରାକୃ ଦୁର୍ବିପାକ ସମୟରେ ବି ଲୋକେ ପିଇବା ପାଣିରୁ ବଞ୍ଚିତ ହେବେନି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା, ଜିଲ୍ଲା କର୍ତ୍ତୃପକ୍ଷ, ପଞ୍ଚାୟତ, ଗ୍ରାମ୍ୟ ଜଳ ଓ ପରିମଳ କମି ନମିଟିର ଦାୟିତ୍ଵ ମଧ୍ୟ ଏଥିରେ ନିର୍ଦ୍ଧାରଣ କରାଯିବ। ଡିଜିଟାଲ ରିୟଲ ଟାଇମ ନିୟନ୍ତ୍ରଣ ସହ କେନ୍ଦ୍ରୀୟ କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ ସ୍ଥାପନା ବ୍ୟବସ୍ଥା ରଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drinking Water Corporation | Drinking Water Corporation | Drinking Water Corporation | State Government to Soon Establish Drinking Water Corporation | Argus News