ଭାଷା ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନାହିଁ ଆନ୍ତରିକତା

Key Points
- ଭାଷା ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନାହିଁ ଆନ୍ତରିକତା
- ବିଚ୍ଛିନ୍ନାଞ୍ଚଳରେ ବଡ଼ ସଂକଟରେ ଓଡ଼ିଆ ଭାଷା
- ଓଡ଼ିଆ ସ୍କୁଲରେ ଓଡ଼ିଆ ପଢ଼ାଉଛନ୍ତି ଅଣଓଡ଼ିଆ ଶିକ୍ଷକ
- ଭାଷାକୁ ବି ନେଇ ହୀନ ରାଜନୀତି କରୁଛି ବିଜେଡି
ଅର୍ଗସ ବ୍ୟୁରୋ: ସୀମାନ୍ତ ଗାଁରେ ସଙ୍କଟରେ ଓଡ଼ିଆ ଭାଷା । ଆଉ ଏଥିପାଇଁ ଦାୟୀ କେବଳ ରାଜ୍ୟ ସରକାର । କାରଣ ସରକାରଙ୍କ ଅପରାଗତା ପାଇଁ ଏବେ ଓଡ଼ିଆ ଭାଷା ବିପଦରେ ପଡିଲାଣି । ଖାସ୍ କରି ପଶ୍ଚିମବଙ୍ଗ ଓ ଆନ୍ଧ୍ର ସୀମାନ୍ତରେ ଦୁର୍ଦିନରେ ପଡିଲାଣି ଓଡ଼ିଆ ।
ଓଡ଼ିଶା ସୀମାକୁ ଲାଗିକରି ଥିବା ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲାର ଏ ଅଞ୍ଚଳ । ଏଠି ଓଡ଼ିଆ ସ୍କୁଲ ଅଛି, ପିଲା ଆସୁଛନ୍ତି, କିନ୍ତୁ ପାଠପଢ଼ା କଥା କହିଲେ ନାନା ଅବ୍ୟବସ୍ଥା । ନା ପିଲାଙ୍କୁ ପାଠ୍ୟ ପୁସ୍ତକ ମିଳୁଛି ନା ପିଲାଙ୍କୁ ପଢ଼ାଇବାକୁ ଅଛନ୍ତି ଆବଶ୍ୟକ ସଂଖ୍ୟାରେ ଓଡ଼ିଆ ଶିକ୍ଷକ। ଓଡ଼ିଆ ସ୍କୁଲ, କିନ୍ତୁ ଏଠାରେ ଓଡ଼ିଆ ପଢ଼ାଉଛନ୍ତି ଅଣଓଡ଼ିଆ ଶିକ୍ଷକ। ଏମିତି ହେଲ ଆମ ଓଡିଆ ଭାଷା କେତେ ଆଗକୁ ଯିବ ଆପଣ ଅନୁମାନ କରିପାରୁଥିବେ ।
ଆଉ ଏ ହେଉଛି ଝାଡ଼ଖଣ୍ଡରେ ଥିବା ଷଢ଼େଇକଳା -ଖରସୁଆଁ , ପଶ୍ଚିମ ସିଂହଭୂମ ଆଦି ସବୁ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାରେ ସମାନ ଅବସ୍ଥା । ଝାଡ଼ଖଣ୍ଡରେ ରହନ୍ତି ପ୍ରାୟ ୨୦ ଲକ୍ଷ ଓଡ଼ିଆ । ଓଡ଼ିଆ ପିଲାଙ୍କ ପାଇଁ ୧୭୦ରୁ ଅଧିକ ଓଡ଼ିଆ ବିଦ୍ୟାଳୟ ଥିବା ବେଳେ ଏବେ ଏହି ସଂଖ୍ୟା ମାତ୍ର ୪୦ରୁ ୫୦ । ଏହି ସ୍କୁଲଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି, ଶିକ୍ଷକଙ୍କୁ ଦରମା ଦେବା ଓ ପାଠ୍ୟ ପୁସ୍ତକ ଯୋଗାଇବା ଦାୟିତ୍ବ ଉତ୍କଳ ସମ୍ମିଳନୀକୁ ଦେଇଛନ୍ତି ଓଡ଼ିଶା ସରକାର। କିନ୍ତୁ ବିଡ଼ମ୍ବନା ଏଠାକାର ଓଡ଼ିଆ ଶିକ୍ଷକମାନେ ଦୁଇବର୍ଷ ହେଲାଣି ପାଇନାହାନ୍ତି ଦରମା।
ସଜସଜ ପୁରୀରେ ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲା । ପୁଣି ଫେବୃୟାରୀ ୩ ତାରିଖରୁ ଭୁବନେଶ୍ବରରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରି ଓଡ଼ିଆ ଭାଷା ସୁରକ୍ଷା ଦିଗରେ ବେଶ୍ ତତ୍ପର ଥିବା ପ୍ରଚାର କରୁଛନ୍ତି ବିଜେଡି ସରକାର । କିନ୍ତୁ ବିଚ୍ଛିନ୍ନାଞ୍ଚଳର ଏ ସ୍କୁଲ ଗୁଡ଼ିକର ଅବସ୍ଥା ଖୋଲି ଦେଉଛି ରାଜ୍ୟ ସରକାରଙ୍କ ଅସଲ ମୁଖା ।
📱 Get Argus News App
✨ଏ ସବୁ ଦେଖିବା ପରେ ସରକାରଙ୍କ ଉପରେ ପ୍ରଶ୍ନ ଉଠିବା ସ୍ଵାଭାବିକ କଥା । କାରଣ , ଓଡ଼ିଆ ଭାଷା ସମ୍ମିଳନୀ କରୁଛନ୍ତି ନବୀନ ବାବୁ । ହେଲେ ସୀମାନ୍ତରେ ଭାଷାର ଅବସ୍ଥା କଣ ହେଲା ସେନେଇ କିନ୍ତୁ ଦୃଷ୍ଟି ଦେଉନାହାନ୍ତି ରାଜ୍ୟ ସରକାର । ଯାହାକୁ ନେଇ ତେଜିଲାଣି ଅସନ୍ତୋଷ ।
ଆହୁରି ପଢନ୍ତୁ ଓଡିଶା ଖବର...