Videos
|
Odisha

ଭରତପୁର ଥାନା ଘଟଣା ନେଇ ଆକ୍ସନ୍ ମୋଡରେ ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·1 year ago·3 min read
ଭରତପୁର ଥାନା ଘଟଣା ନେଇ ଆକ୍ସନ୍ ମୋଡରେ ରାଜ୍ୟ ସରକାର

Key Points

. ଭରତପୁର ଥାନା ଘଟଣା ନେଇ ଆକ୍ସନ୍ ମୋଡରେ ରାଜ୍ୟ ସରକାର

. ମୁଖ୍ୟମନ୍ତ୍ରୀ କହିଲେ, ମାମଲାରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

. ବିଚାର ବିଭାଗୀୟ ତଦନ୍ତ ନେଇ ନବୀନଙ୍କ ଦାବି ପରେ କଡ଼ା ଜବାବ ରଖିଲେ ରାଜସ୍ବ ମନ୍ତ୍ରୀ

. ହଠାତ୍ ମହିଳା କମିଶନ ସକ୍ରିୟ ହୋଇଉଠିବା ନେଇ ପ୍ରଶ୍ନ

. ବିଜେଡି ଶାସନରେ ରାଜ୍ୟରେ ବାରମ୍ବାର ଭୂଲୁଣ୍ଠିତ ହୋଇଥିଲା ମହିଳା ସମ୍ମାନ

. କାହିଁକି ଚୁପ୍ ବସିଥିଲେ 24 ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ଓ ମହିଳା କମିଶନ ?

. ଲାଞ୍ଚ ମାଗି ବଦନାମ ହୋଇଥିବା IICଙ୍କୁ ଗେହ୍ଲାପୁଅ କରି ମଡେଲ୍ ଥାନାକୁ ଆଣିଥିଲା କିଏ ?

ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ଭରତପୁର ଥାନା ଘଟଣା ନେଇ ସାରା ରାଜ୍ୟରେ ହଇଚଇ । ଆକ୍ସନ୍ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ କହିଛନ୍ତି ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସେମାନଙ୍କ ନାଁରେ FIR ବି ହୋଇଛି। ସରକାର ସଚେତନ ଅଛନ୍ତି, ଆଗାମୀ ଦିନରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ଭୁବନେଶ୍ବର ଡିସିପିଙ୍କୁ ଡକାଇ ମାମଲା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତା ପରେ ମେଜରଙ୍କ ବାନ୍ଧବୀଙ୍କୁ ବି ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ କହିଛନ୍ତି, ଅପରାଧୀଙ୍କୁ କୌଣସି ମତେ ଛଡ଼ାଯିବ ନାହିଁ, ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। 

ସେପଚେ ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ. ଭି ସିଂଦେଓ ଓ ରାଜସ୍ଵମନ୍ତ୍ରୀ । କେ. ଭି କହିଛନ୍ତି ମୁଖ୍ୟମନ୍ତ୍ରୀ ଥିବାବେଳେ କେତେ ଦୋଷୀ ପୋଲିସ, ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଆକ୍ସନ୍ ନେଇଥିଲେ ନବୀନ ? ସୁରେଶ ପୂଜାରୀ କହିଛନ୍ତି ନବୀନଙ୍କ ଶାସନରେ ହୋଇଥିବା 24ଟି ବିଚାର ବିଚାର ବିଭାଗୀୟ ତଦନ୍ତର ରିପୋର୍ଟ ଗଲା କୁଆଡ଼େ ? କାହିଁକି ଗୋଟିଏ ବି ରିପୋର୍ଟ ସାର୍ବଜନୀନ କରିନଥିଲେ ନବୀନଙ୍କ ସରକାର ? ସେହିପରି ଗତ ମାର୍ଚ୍ଚରେ ଭରତପୁର ମଡେଲ୍ ଥାନାର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ କାହିଁକି ଆଦର୍ଶ ଥାନାରେ ନାହିଁ ସିସିଟିଭି କ୍ୟାମେରା ତାହା ବଡ଼ ପ୍ରଶ୍ନ। 

ସେପଟେ ଭରତପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା । ତେବେ ରାଜ୍ୟ ମହିଳା କମିଶନ ହଠାତ୍ ସକ୍ରିୟ ହୋଇଉଠିବା ନେଇ ଉଠିଛି ପ୍ରଶ୍ନ। ବିଜେଡିର 24 ବର୍ଷର ଶାସନରେ ବାରମ୍ବାର ଭୂଲୁଣ୍ଠିତ ହୋଇଥିଲା ମହିଳା ସମ୍ମାନ। ମମିତା, ବେବିନା, ଲକ୍ଷ୍ମୀ ଆଦି ମାମଲାରେ ନା ମହିଳା କମିଶନ କେବେ ଯାଞ୍ଚ କରିଥିଲେ ନା ମାଗିଥିଲେ ରିପୋର୍ଟ ? ଏ ସବୁ ମାମଲାରେ ନେଇ ସାରା ରାଜ୍ୟରେ ହଇଚଇ ହୋଇଥିବାବେଳେ କାହିଁକି ଥରେ ବି ମୁହଁ ଥୋଲିନଥିଲେ ନବୀନ ପଟ୍ଟନାୟକ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ମାମଲାରେ ବେଶୀ ବିବାଦୀୟ ହୋଇଛନ୍ତି IIC ଦୀନକୃଷ୍ଣ ମିଶ୍ର । ଯିଏ 2022ରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବା ବେଳେ ବାଲିଯାତ୍ରା ଷ୍ଟାଣ୍ଡ ପାଇଁ ମାଗୁଥିଲେ ଲାଞ୍ଚ । ନ ଦେଲେ ମିଛ କେସରେ ଫସାଇବେ ବୋଲି ବି ଧମକାଉଥିଲେ । ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ପରେ ବି କାହିଁକି ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ହେଲା ନାହିଁ ଆକ୍ସନ୍ ? ଦୀନକୃଷ୍ଣ ନିଜେ ଦୋଷ ସ୍ବୀକାର ବି କରିଥିଲେ।  ଓଲଟା ତାଙ୍କୁ ପୁରସ୍କାର ମିଳିଲା। ଭରତପୁର ମଡେଲ ଥାନାକୁ ତାଙ୍କୁ ବଦଳି କରିଥିଲେ ନବୀନ ସରକାର। ପ୍ରଶ୍ନ ହେଲା ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦେଇଥିବା ପୋଲିସ ବାବୁଙ୍କ କିଏ ସେ ଗଡ୍ ଫାଦର ? ଲାଞ୍ଚୁଆ IICଙ୍କୁ ବିଜେଡିର ଗେହ୍ଲାପୁଅଙ୍କୁ କିଏ ଆଣିଥିଲା ମଡେଲ୍ ଥାନା । ସେପଟେ ଆଦର୍ଶ ଥାନାରେ ସିସିଟିଭି ନଥିବା ନେଇ ବଡ଼ ପ୍ରଶ୍ନ । ସନ୍ଦେହ ଘେରରେ ପୂର୍ବ ନବୀନ ସରକାର ।

ଅଧିକ ପଢନ୍ତୁ ଓଡ଼ିଶା ଖବର