ଶିକ୍ଷା ବିରୋଧୀ ନବୀନ ବାବୁ !

Key Points
- ପରୀକ୍ଷା ଆଗ ନା ପାଣ୍ଡିଆନଙ୍କ ସଭା ଆଗ ?
- ପିଲାଙ୍କୁ ଭୂଆଁ ବୁଲାଉଛନ୍ତି ସରକାର !
- ଶିକ୍ଷା ବିରୋଧୀ ନବୀନ ବାବୁ !
ଅର୍ଗସ ବ୍ୟୁରୋ: ବିଜେଡି ସରକାରର କଥା ଗୋଟେ, କାମ ଆଉଗୋଟେ । ଆଉ ନୁହେଁ ତ କଣ ? ଗୋଟିଏ ପଟେ କହୁଛି ଆମ ସରକାର ଶିକ୍ଷାବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ଵ ଦେଉଛି । ହେଲେ ସେହି ଶିକ୍ଷାନୁଷ୍ଠାନରେ କେମିତି ପିଲାଙ୍କ ସହ ସାଙ୍ଘାତିକ ଖେଳ ଖେଳୁଛନ୍ତି ବିଜେଡି ନେତା ପାଣ୍ଡିଆନ ତାହା ସତ୍ୟବାଦୀ ଘଟଣାରୁ ସ୍ପଷ୍ଟ ହେଲା । କାରଣ ପୋଗ୍ରାମକୁ ଆସିଲେ ମାର୍କ ମିଳିବନି ବୋଲି କହିଲେ ଅଧ୍ୟକ୍ଷ, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଏ ସରକାର ପିଲାଙ୍କ ସହ ଖେଳୁଛି ଖେଳ ।
ଫକୀର ମୋହନ ବିଶ୍ଵବିଦ୍ୟାଳୟରେ 5 ନଭେମ୍ବର 2023ରେ ପରୀକ୍ଷା ବନ୍ଦ କଲେ । 6 ଡ଼ିସେମ୍ବରରେ ହେବାର ଥିଲା । 15 ଡ଼ିସେମ୍ବରରେ ପୁଣି ବିଜ୍ଞପ୍ତି ବାହାରିଲା । 3 ଜାନୁଆରୀ ହେବ ବୋଲି କହିଲେ । 2 ତାରିଖରେ ଆଉ ଏକ ବିଜ୍ଞପ୍ତି ବାହାର କରି କହିଲେ 8 ତାରିଖରେ ପରୀକ୍ଷା ହେବ । 3 ଥର ପରୀକ୍ଷା ବନ୍ଦ ହେଲା ।
କେବଳ ଫକୀର ମୋହନ ନୁହେଁ ବରଂ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ମଧ୍ୟ ପରୀକ୍ଷା ବାତିଲ କରାଗଲା । ନାଚଗୀତରେ ପିଲାଏ ଝୁମିଲେ । ଏମିତି ହେଲେ ପିଲାଙ୍କ ଭବିଷ୍ୟତ ଗଢିହେବ ନା ବର୍ବାଦ ହେବ ?
ଇଏ ଦୁଇଟି ନୁହେଁ ବରଂ ଗୋରୁ ମହିସାଣି ଆଇରନ କଲେଜରେ ମଧ୍ୟ 24 ତାରିଖରେ ବିଜ୍ଞପ୍ତି ବାହାରିଲା । ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଯଦି ଉପସ୍ଥିତ ନରହିବେ, ଯାହା ଅସୁବିଧା ହେବ କଲେଜ ଦାୟୀ ରହିବ ନାହିଁ ବୋଲି ନୋଟିସ ବାହାରିଛି । ତେବେ ଏବେ ପ୍ରଶ୍ନ ଏ ନୋଟିସ ବାହାର କରି ସରକାର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏବେ ଜିଲ୍ଲା ପରେ ଜିଲ୍ଲାରେ ନୂଆ ଓ କାର୍ଯ୍ୟକ୍ରମ କରୁଛନ୍ତି ପାଣ୍ଡିଆନ । ଆଉ ଗୋଟିଏ ପରେ ଗୋଟିଏ ସ୍ଥାନରୁ ସାମ୍ନାକୁ ଆସୁଛି ଏମିତି ଅଭାବନୀୟ ଚିତ୍ର । ସମୟ କହିବ କେବେ ଚେତିବେ ପାଣ୍ଡିଆନ ଆଉ କେବେ ଚେତିବେ ସରକାର ।
ଆହୁରି ପଢନ୍ତୁ ଓଡିଶା ଖବର...