Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ନିର୍ବାଚନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର'

Smruti Parija
Browse all articles by Smruti Parija
·2 years ago·1 min read
'ନିର୍ବାଚନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର'

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରି ନକରିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ବଦଳ କରିବା ପାଇଁ ରାଜ୍ୟ ସରକାରଙ୍କୁ ଡିସେମ୍ବର ୧ ରେ ଚିଠି କରିଥିଲେ । ଜାନୁଆରୀ ୩୧ ଶେଷ ତାରିଖ ଥିବା ସତ୍ତ୍ୱେ ମଧ୍ୟ ଏ ଯାଏଁ ରାଜ୍ୟ ସରକାର ସେ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ନାହିଁ କିମ୍ବା କୌଣସି ପ୍ରକ୍ରିୟା ଆରମ୍ଭ କଲେ ନାହିଁ । 

ରାଜ୍ୟରେ ୧୦ ଜିଲ୍ଲାରେ ଜିଲ୍ଲାପାଳମାନେ ୩ ବର୍ଷରୁ ଅଧିକ ସମୟ ଧରି ଜିଲ୍ଲାରେ ରହିଛନ୍ତି । ସେହିପରି ଏକାଧିକ ଆଇଏଏସ ଏବଂ ଆଇପିଏସ ମଧ୍ୟ ଲମ୍ବା ସମୟ ଧରି ଗୋଟିଏ ପଦବୀରେ ରହିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କଲା ବିଜେପି । ରାଜ୍ୟ ସରକାର ସୁପାରିଶ କାର୍ଯ୍ୟକାରୀ ନ କଲେ ଖୁବ୍ ଶୀଘ୍ର ଅଧିକାରୀଙ୍କ ତାଲିକା ଧରି ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାଖଲ କରିବ ବୋଲି କହିଛନ୍ତି ବିଜେପି ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government not implementing Election Commission recommendations | Argus News