CNG and PNG instead of LPG / ରାଜ୍ୟ ସରକାରଙ୍କ PNG ଓ CNGକୁ ଗୁରୁତ୍ବ, ଗ୍ୟାସ୍ ଭିଭିଭୂମିକୁ ତ୍ୱରାନ୍ବିତ କରିବେ ସରକାର
·3 months ago·2 min read

Key Points
ଏଲ୍ପିଜି ଯୋଗାଣ ସମସ୍ୟା ଦୂର ହେବ
ସିଟି ଗ୍ୟାସ୍ ଭିଭିଭୂମିକୁ ତ୍ୱରାନ୍ବିତ କରିବେ ସରକାର
LPG ବଦଳରେ PNG ଓ CNG ବ୍ୟବହାର ପାଇଁ ପ୍ରୋତ୍ସାହନ

ରାଜ୍ୟରୁ ଦୂର ହେବ ଏଲପିଜି(ରନ୍ଧନ ଗ୍ୟାସ) ସମସ୍ୟା । ଏଥିପାଇଁ ସରକାର ସିଟି ୱିଟି ଗ୍ୟାସ ଭିତ୍ତିଭୂମିକୁ ତ୍ୱରାନ୍ବିତ କରିବେ। ଏନେଇ ଏକ ଜରୁରୀକାଳୀନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏସଂକ୍ରାନ୍ତରେ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନସଚିବ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ୟାସ୍ ଭିତ୍ତିଭୂମି ନିର୍ମାଣରେ ଥିବା ସମସ୍ୟାର ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଘରୋଇ ଖାଉଟି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଯଥା ଡାକ୍ତରଖାନା, ହୋଟେଲ ଓ ରେସ୍ତୋରାଂ ଗୁଡ଼ିକୁ ଏଲ୍ପିଜି ପରିବର୍ତ୍ତେ ପାଇପ୍ ପ୍ରାକୃତିକ ଗ୍ୟାସ୍ (ପିଏନଜି) ଏବଂ ସିଏନ୍ଜି ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଗୁରୁତ୍ଵ ଦିଆଯାଇଥିଲା। ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପାଇପ୍ ପ୍ରାକୃତିକ ଗ୍ୟାସ୍ (ପିଏନଜି) ଏବଂ ସିଏନ୍ଜି ପାଇଁ ଆବଶ୍ୟକ ପ୍ରଶାସନିକ ଅନୁମତି ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ‘ଯୁଦ୍ଧକାଳୀନ ଭିଭିରେ’ ଶେଷ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ପେଟ୍ରୋଲିୟମ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହାଇଛି। ଭାରତ ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ, ଓଡ଼ିଶା ଏବେ ପ୍ରାକୃତିକ ଗ୍ୟାସ୍ ବ୍ୟବହାରକୁ ପ୍ରାଥମିକତା ଦେଉଛି। ଆସନ୍ତା ଜୁନ ୩୦ ସୁଦ୍ଧା ଭିଭିଭୂମି କାର୍ଯ୍ୟକୁ ଦ୍ରୁତଗତିରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍, ପୂର୍ତ୍ତ ବିଭାଗ ଏବଂ ଜଳସମ୍ପଦ ବିଭାଗ ନିକଟରେ ପାଇପଲାଇନ ବିଛାଇବା ପାଇଁ ଥିବା ସମସ୍ତ ଆବେଦନକୁ ୨୪ ଘଣ୍ଟା ମଧ୍ୟରେ କ୍ଲିୟରାନ୍ସ ଦିଆଯିବ।
ସିଟି ଗ୍ୟାସ୍ ସଂସ୍ଥାଗୁଡ଼ିକ ପାଇଁ ରାସ୍ତା ମରାମତି ଶୁଳ୍କ ଏବଂ ଅନୁମତି ଶୁଳ୍କ ଛାଡ଼ କରିବାକୁ ସହରାଞ୍ଚଳ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖ୍ ସିଟି ଗ୍ୟାସ୍ ସଂସ୍ଥାଗୁଡ଼ିକୁ ଦିନରାତି କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି। ଶିଳ୍ପ, ନଗର ଉନ୍ନୟନ ଏବଂ ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ ନୋଡାଲ୍ ଅଫିସର ନିଯୁକ୍ତ କରାଯିବ।
ଘରୋଇ ଗ୍ରାହକମାନଙ୍କୁ ପିଏନଜି ସଂଯୋଗ ପାଇଁ ରିହାତି ପ୍ରଦାନ କରିବାକୁ ଗେଲ୍, ବିପିସିଏଲ, ଆଦାନୀ ଓ ଟୋଟାଲ ଗ୍ୟାସ୍ ଭଳି ସଂସ୍ଥାଗୁଡ଼ିକୁ ମଧ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂଙ୍କ ସମେତ ଗେଲ୍, ବିପିସିଏଲ୍ ଏବଂ ଆଦାନୀ ଟାଟାଲ ଗ୍ୟାସ୍ ଭଳି ପ୍ରମୁଖ ସଂସ୍କାର ପ୍ରତିନିଧୂମାନେ ଯୋଗଦେଇଥିଲେ।
ଏଥିସହ ପଢ଼ନ୍ତୁ: LPG ସଙ୍କଟ ମଧ୍ୟରେ ଖୁସି ଖବର: "ଶିବାଲିକ" ପରେ ୪୭ହଜାର ମେଟ୍ରିକଟନ ଗ୍ୟାସ ଆଣି ଭାରତ ଉପକୂଳ ଛୁଇଁଲା "ନନ୍ଦାଦେବୀ"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories