Videos
|
Odisha

ଲକ୍ଷେ ୨୦ ହଜାର ବଦଳରେ ଏଣିକି ମିଳିବ ଲକ୍ଷେ ୮୦ ହଜାର

Smruti Parija
Browse all articles by Smruti Parija
·2 years ago·2 min read
ଲକ୍ଷେ ୨୦ ହଜାର ବଦଳରେ ଏଣିକି ମିଳିବ ଲକ୍ଷେ ୮୦ ହଜାର

Key Points

- ବଢିବ ପକ୍କା ଘର ନିର୍ମାଣ ପାଇଁ ମିଳୁଥିବା ଆର୍ଥିକ ସହାୟତା ରାଶୀ
- ଲକ୍ଷେ ୨୦ ହଜାର ବଦଳରେ ଏଣିକି ମିଳିବ ଲକ୍ଷେ ୮୦ ହଜାର
- ଶୌଚାଳୟ ନିର୍ମାଣ ପାଇଁ ବି ଅଧିକ ୮ ହଜାର ଦେବେ ସରକାର
- ପ୍ରତି ଆବସ ହିତାଧିକାରୀଙ୍କ ଗୃହକୁ ଆଦର୍ଶ ଗୃହରେ ପରିଣତ କରିବେ ରାଜ୍ୟ ସରକାର
- ପ୍ରତି ଘରକୁ ଶୌଚାଳୟ, ପାନୀୟ ଜଳ ଓ ବିଜୁଳି ଯୋଗାଇ ଦିଆଯିବ
- ପ୍ରାକୃତିକ ବିପର୍ଯ୍ୟୟରେ ଘର ଭାଙ୍ଗିଲେ ଅନ୍ତଦ୍ଵୟ ଗୃହ ଯୋଜନାରେ ମିଳିବ ଗୃହ

ଅର୍ଗସ ବ୍ୟୁରୋ: ରାଜ୍ୟରୁ ହଟିବ ଚାଳଘର । ସମସ୍ତ ରାଜ୍ୟବାସୀଙ୍କୁ ସୁରକ୍ଷିତ ପକ୍କା ଘର ଯୋଗାଇ ଦେବେ ରାଜ୍ୟ ସରକାର । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବଡ଼ ପ୍ରସ୍ତୁତି । ସୁରକ୍ଷିତ ପକ୍କା ଘର ସହ ଆଦର୍ଶ ଗୃହ ନିର୍ମାଣ ପାଇଁ ଯୋଜନା । ସେଥିପାଇଁ ଆବାସ ନିର୍ମାଣର ଆର୍ଥିକ ସହାୟତା ବଢାଇବାକୁ ଯାଉଛନ୍ତି ସରକାର । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳ ରେ ଏଣିକି ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ ।  ମନରେଗା କୁ ଆର୍ଥିକ ରାଶି ମିଶାଇଲେ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ମିଳିବ । ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆ ଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର । ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସ କୁ ମଡେଲ ଗୃହ ନିର୍ମାଣ କରହିବ । ଏ ନେଇ ଖୁବଶୀଘ୍ର ଗାଇଡ଼ ଲାଇନ ଆସିବ ବୋଲି କହିଛନ୍ତି ମନ୍ତ୍ରୀ । 

ସେହିପରି କାହାକୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତଦ୍ଵୟ ଗୃହ ଯୋଜନା । ବିଭାଗୀୟ ମନ୍ତ୍ରୀ ରଖିଛନ୍ତି ବିସ୍ତୁତ ତଥ୍ୟ । ମନ୍ତ୍ରୀ କହିଛନ୍ତି ବାତ୍ୟା, ବନ୍ୟା, ହାତୀ ଦ୍ୱାରା ଘର ନଷ୍ଟ କିମ୍ବା ବିଭିନ୍ନ କାରଣ ରୁ ଘର ପୋଡ଼ିଗଲେ  ସେହି ସବୁ ଲୋକଙ୍କୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତଦ୍ଵୟ ଗୃହ ଯୋଜନାରେ ଘର ଯୋଗାଇ ଦିଆଯିବ ।

ସେପଟେ ମୋ ଘର ଯୋଜନା କୁ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ମୋ ଘର ଯୋଜନା କେବଳ ନିର୍ବାଚନ ପାଇଁ ଲାଗୁ କରିଥିଲେ । ଏହି ଯୋଜନା ରେ କୌଣସି ଲୋକ ଉପକୃତ ହୋଇ ନାହାନ୍ତି । ଯୋଜନାର କୌଣସି ନିର୍ଦ୍ଦିଷ୍ଟ ଗାଇଡ଼ ଲାଇନ ନାହିଁ । 

ଆବାସ ଟଙ୍କା ବଢିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ଗାଁ ଗାଁ ରେ ଲୋକଙ୍କ ଭିତରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସମସ୍ତେ ରାଜ୍ୟ ସରକାରଙ୍କ ଏହି ଘୋଷଣା କୁ ସ୍ୱାଗତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ବିଜେଡି ସରକାର ଆବାସ ଯୋଜନାକୁ ଦୁର୍ନୀତିର ଗନ୍ତାଘର କରିଥିଲା । ଦଳୀୟ ଭିତ୍ତିରେ ମଧ୍ୟ ଯୋଜନା ବାଣ୍ଟିବାର ହେଉଥିଲା ଅଭିଯୋଗ । ବର୍ତ୍ତମାନର ବିଜେପି ସରକାର ଦୁର୍ନୀତି କୁ ବନ୍ଦ କରିବା ସହ ଯୋଗ୍ୟ ଲୋକ ଙ୍କୁ ପକ୍କା ଘର ଦେବାକୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । 

ଆହୁରି ପଢନ୍ତୁ ଓଡିଶା ଖବର...