Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ ସରକାରଙ୍କର କାମ କମ୍ ପ୍ରଚାର ବେଶି

Odisha

ରାଜ୍ୟ ସରକାରଙ୍କର କାମ କମ୍ ପ୍ରଚାର ବେଶି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟ ସରକାରଙ୍କର କାମ କମ୍ ପ୍ରଚାର ବେଶି

ଅର୍ଗସ ବ୍ୟୁରୋ:  ପ୍ରଚାରରେ ସିମିତ ବସୁଧା ଯୋଜନା।  ହୋଡିଂ ଓ କାନ୍ଥରେ ସିମିତ ବସୁଧା ଯୋଜନା। ଦରଡିପାଳ ଗ୍ରମରେ ଅଚଳ ହୋଇ ପଡ଼ିଥିବା ବସୁଧା ଯୋଜନା ପ୍ରକଳ୍ପର ଦୃଶ୍ୟ। ଘଷିପୁରାର ପୁର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ୨୦୧୩ ମସିହାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ମତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୬ଦିନ ପରେ ପାଇପ୍ ଫଟି ଅଚଳ ହୋଇଗଲା ପ୍ରକଳ୍ପ। ସେବେଠାରୁ ନଈ କୂଳରେ ଚୂଆ କରି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ।

ନିମ୍ନମାନର କାମ ହୋଇଥିବାରୁ ମାତ୍ର ୬ଦିନରେ ପାଇପ୍ ଫାଟିଗଲା । ସେବେଠୁ ଅଚଳ ହୋଇ ପଡ଼ିରହିଲା ପ୍ରକଳ୍ପ। ଏନେଇ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ଲାଭ ନ ମିଳିବାରୁ ବାଧ୍ୟ ହୋଇ ନଈରେ ଚୁଆ ଖୋଳି, ସେହି ପାଣିକୁ ପାନୀୟ ଜଳ ରୂପ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ। ଏପଟେ ଅଚଳ ପ୍ରକଳ୍ପକୁ 5t ରଙ୍ଗରେ ରଙ୍ଗେଇ ଠିକାଦାର ଅର୍ଥ ଆତ୍ମସାଦ କରିଥିବା ଅଭିଯୋଗ ହୋଇଛି।

କେବଳ ଦରଡିପାଳ ଗ୍ରାମରେ ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ଏଭଳି ବସୁଧା ଯୋଜନାର ପ୍ରକଳ୍ପ ଅଚଳ ଅବସ୍ଥାରେ ଥିବା ଦେଖିବା ପାଇଁ ମିଳୁଛି। କେଉଁଠି ବସୁଧା ଯୋଜନା ପହଞ୍ଚି ପାରିନି ତ କେଉଁଠି ପ୍ରକଳ୍ପ ହୋଇଛି ମାତ୍ର ପାଣି ଯୋଗେଇ ହେଉନି। ଏମିତରେ ବସୁଧା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଶୃଷ୍ଟି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
State government work is less publicized | Argus News