Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଶିପୁରରେ 5 ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା

Smruti Parija
Browse all articles by Smruti Parija
·2 years ago·2 min read
କାଶିପୁରରେ 5 ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା

Key Points

  • କାଶିପୁରରେ 5 ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା
  • ତୁରନ୍ତ ପରିସ୍ଥିତିକୁ ସାମାନ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ପିଇବା ପାଣି ସହ ଗାଡ଼ି ଯାଇପାରୁଥିବା ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ
  • ମାନୁଷପଦର ଗାଁରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କଲା ଡାକ୍ତରୀ ଦଳ
  • 25 ବର୍ଷର ବିଜେଡି ସରକାରର ଅପାରଗତାରୁ ମୃତ୍ୟୁର ଇଲାକା ପାଲଟିଛି କାଶୀପୁର 
  • ବାରମ୍ବାର ସଂକ୍ରମିତ ରୋଗ ବ୍ୟାପୀବା ସତ୍ତ୍ବେ ମୌଳିକ ସୁବିଧାରୁ ବଞ୍ଚିତ କାଶୀପୁରବାସୀ
     

ରାୟଗଡା: ରାୟଗଡା କାଶୀପୁର ବ୍ଲକ ମାନୁଷପଦର ଗାଁରେ ଆଜଣା ରୋଗକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ରୋଗର କାରଣ ଖୋଜିବା ସହ ସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆଇଏମଆରସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ମାନୁଷପଦରରେ ତୁରନ୍ତ ପିଇବା ପାଇଁ ବ୍ୟବସ୍ଥା କରିବା ସହ ଗାଁକୁ ଗାଡ଼ି ଚଳାଚଳା କରିବା ଭଳି ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଗାଁରେ ପହଞ୍ଚି ଶନିବାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ନୂଆ ଆକ୍ରାନ୍ତଙ୍କ ରକ୍ତ ନମୂନା ସଂଗ୍ରହ ସହ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି । ବିଜେପିର କୋରାପୁଟ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ମଧ୍ୟ ମାନୁଷପଦର ଯାଇଥିଲେ। 

ଗତ ମାସକ ମଧ୍ୟରେ ମାନୁଷପଦରରେ ଅଜଣା ରୋଗରେ 5 ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ 4 ମୃତକଙ୍କୁ ପରିବାର ଲୋକେ ଡାକ୍ତରଖାନା ନଆଣି ସ୍ଥାନୀୟ ଅଞ୍ଚଳରେ ସଂସ୍କାର କରିଦେଇଥିଲେ। ପଞ୍ଚମ ଆକ୍ରନ୍ତଙ୍କ ମୃତ୍ୟୁପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ତୁରନ୍ତ ତତ୍ପରତା ଦେଖାଇଥିଲେ ରାଜ୍ୟ ସରକାର। ପଞ୍ଚମ ମୃତକଙ୍କ ରକ୍ତ ନମୂନା ପରୀକ୍ଷା ପରେ ମୃତ୍ୟୁର କାରଣ ଶ୍ବାସ ଜନିତ ରୋଗ ଡିପଥେରିଆ ବୋଲି ସ୍ପଷ୍ଟ ହୋଇଛି। ଏବେ ବି 6 ଜଣ ଆକ୍ରାନ୍ତଙ୍କର ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। 

ସୁଦ୍ଧ ପିଇବା ପାଣି ଓ ସ୍ବାସ୍ଥ୍ୟସେବା ଅଭାବରୁ କାଶୀପୁର ଅଞ୍ଚଳରେ ବାରମ୍ବାର ଲୋକେ ବିଭିନ୍ନ ସଂକ୍ରମକ ରୋଗରେ ପ୍ରାଣ ହରାଇଛନ୍ତି। 2022 ନଭେମ୍ବରରେ ଏଠାରେ ଝାଡ଼ାବାନ୍ତି ବ୍ୟାପୀ 10ରୁ ଅଧିକ ଲୋକ ପ୍ରାଣ ହାଇଥିଲେ। ତତକାଳୀନ ବିଜେଡି ସରକାର ଏହାପରେ ପିଇବା ପାଣି ସୁବିଧା ଯୋଗାଇବା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସବୁ ପାଲଟିଥିଲା ପାଣିର ଗାର। ଏବେ ନୂଆ ସରକାର ଏ ଅଞ୍ଚଳରେ ମୌଳିସ ସମସ୍ୟା ପହଞ୍ଚାଇବାକୁ ପ୍ରାଥମିକତା ଦେବେ ବୋଲି ଆଶା କରାଯାଉଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
State government's urgency regarding 5 deaths in Kashipur | Argus News