Videos
|
Odisha

ରାଜ୍ୟ ସରକାରଙ୍କ ବିଚିତ୍ର ବ୍ୟବସ୍ଥା: ନିର୍ମାଣ ହୋଇଛି କାମରେ ଲାଗୁନି ଶୌଚାଳୟ

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟ ସରକାରଙ୍କ ବିଚିତ୍ର ବ୍ୟବସ୍ଥା: ନିର୍ମାଣ ହୋଇଛି କାମରେ ଲାଗୁନି ଶୌଚାଳୟ

ଅର୍ଗସ ବ୍ୟୁରୋ:  ସବୁ ଶୌଚାଳୟରେ ଶୌଚ ହେବାପାଇଁ ପାଣିର ବ୍ୟବସ୍ଥା କରାଯାଇଥାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ବଜାରରେ କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠିରେ ୨୦୧୮-୧୯ ମସିହାରେ ବଜାରକୁ ଆସୁଥିବା ଲୋକମାନଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ ହୋଇଥଲା, କିନ୍ତୁ ଏପର୍ଯ୍ୟନ୍ତ ପାଣିର ସୁବିଧା କରାଯାଇନି। ସେଥିପାଇଁ ଲୋକମାନେ ଶୌଚାଳୟକୁ ନ ଯାଇ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି। 

ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ, ଏ ହେଉଛି ରାଜ୍ୟରେ ବିଜେଡି ସରକାର ଦୀର୍ଘ ୨୫ବର୍ଷ ଶାସନରେ କରିଥିବା ଏକ ବିକାଶର ଉଦାହରଣ। ଏ ହେଉଛି କେଶଦୁରାପାଳ ବଜାର, ପ୍ରତ୍ୟେକ ଦିନ ଏହି ବଜାର ଉପରେ ହଜାର ହଜାର ସଂଖ୍ୟକ ଲୋକ ନିର୍ଭର କରନ୍ତି। ଏଠାରେ ପାଇପ୍ ଲାଗିଥିଲେ ମଧ୍ୟ ମରାମତି ଓ ସଫା ହେଉନାହିଁ। ସେଥିପାଇଁ ଲୋକେ ଶୌଚାଳୟକୁ ନ ଯାଇ ବାହାରକୁ ଯାଉଛନ୍ତି। 

ସେହିଭଳି ଏ ହେଉଛି ଦରଡିପାଳ ପଞ୍ଚାୟତର ବାଲିପାଳ ହାଟ ପଡ଼ିଆରେ ଥିବା ଶୌଚାଳୟର ଦୃଶ୍ୟ, ଏହି ଶୌଚାଳୟ ନିର୍ମାଣ ସରିବା ଦିନଠାରୁ ଅପରିଷ୍କାର ହୋଇଯିବ ବୋଲି ତାଲା ପକାଇ ରଖିଛନ୍ତି। ଅନ୍ୟପଟେ ହାଟକୁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାରି ଅର୍ଥରେ ଏହି ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ କୌଣସି ସୂଚନା ଫଳକ ଦେଖିବାକୁ ମିଳିନାହିଁ।

ଗୋଟିଏ ପଟେ ବିଜେଡି ସରକାର ଅନେକ ଯୋଜନା ଯୋଗାଇ ଦେଉଥିବା କହି ବଡ଼ ବଡ଼ ହୋର୍ଡିଂ ମାଧ୍ୟମରେ କୋଟି କୋଟି ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। କେବଳ ଏହି ତିନୋଟି ନୁହେଁ ବରଂ ଏଭଳି ଅନେକ ସମସ୍ୟା ବିଭିନ୍ନ ଅଞ୍ଚଳରେ ଥିବା ଦେଖିବାକୁ ମିଳୁଛି। ଯାହାର କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

state govt. | Argus News