Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ରାଜ୍ୟରେ ବଢିବ ତାତି

Ritu Das
Browse all articles by Ritu Das
·2 years ago·1 min read
ପୁଣି ରାଜ୍ୟରେ ବଢିବ ତାତି

ଅର୍ଗସ ବ୍ୟୁରୋ: ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ୧୮ ଏବଂ ୧୯ ତାରିଖରେ କିଛି ସ୍ଥାନରେ ଯେପରିକି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିବ। ୧୮ ତାରିଖରେ ବଲାଙ୍ଗୀର,ବରଗଡ଼ , ଝାରସୁଗୁଡ଼ା ,ନୂଆପଡ଼ା ଆଦି ସ୍ଥାନରେ ଗ୍ରୀଷ୍ମପ୍ରବାହ ରହିପାରେ।୧୯ରେ ଏହି ଜିଲ୍ଲାଗୁଡିକ ସହ ବୌଦ୍ଧ ଏବଂ ସୋନପୁରରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। 

ଟୁଇନ୍ ସିଟିରେ ତାପମାତ୍ରା ୩୭ରୁ ୩୮ ହେବାର ସମ୍ଭାବନା ଥିବା ବେଳେ ଅପରାହ୍ନରେ ବର୍ଷା ହୋଇପାରେ। ୨ୟ ପର୍ଯ୍ୟାୟ ନିର୍ବାଚନରେ ରହିବ ଗ୍ରୀଷ୍ମ ପ୍ରବାହର ପ୍ରଭାବ। ନିର୍ବାଚନ ହେବାକୁ ଥିବା କିଛି ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ। ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାରେ ରହିପାରେ ଗ୍ରୀଷ୍ମ ଲହରୀ। ଏହି ଜାଗାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିପାରେ।ଏହା ସହ ଅପରାହ୍ନ ପରେ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି । ତେଣୁ ପିକ ଆଉଅର୍ ପୂର୍ବରୁ ଭୋଟ ଦେବାକୁ ଉପଦେଶ ଦେଇଛି ପାଣିପାଗ କେନ୍ଦ୍ର।  ଏହା ସହ ୧୧ ରୁ ୩ ଭିତରେ ଭୋଟ ଦେବାକୁ ଯାଉଥିଲେ ଛତା ,ପାଣି ବୋତଲ ଭଳି ଆବଶ୍ୟକ ଜିନିଷ ନେଇ ଯିବାକୁ ପରାମର୍ଶ ଦିଆଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
state increases | Argus News