Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମେଣ୍ଟ ଚର୍ଚ୍ଚା ଭିତରେ ରୋଚକ ସ୍ଥିତିରେ ରାଜ୍ୟ ରାଜନୀତି

Odisha

ମେଣ୍ଟ ଚର୍ଚ୍ଚା ଭିତରେ ରୋଚକ ସ୍ଥିତିରେ ରାଜ୍ୟ ରାଜନୀତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମେଣ୍ଟ ଚର୍ଚ୍ଚା ଭିତରେ ରୋଚକ ସ୍ଥିତିରେ ରାଜ୍ୟ ରାଜନୀତି

ଅର୍ଗସ ବ୍ୟୁରୋ: ବଡ଼ ରୋଚକ ସ୍ଥିତିରେ ରାଜ୍ୟ ରାଜନୀତି । 24 ନିର୍ବାଚନ ପାଇଁ କସରତ ଯେତିକି, ବିଜେଡ଼ି - ବିଜେପି ମେଣ୍ଟ ସମ୍ଭାବନା ନେଇ ଚର୍ଚ୍ଚା ବି ସେତିକି । ଏଭଳି ସ୍ଥିତି ଭିତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜାତୀୟ ଗଣମାଧ୍ୟମରେ ବୟାନ ଆଣିଛି ନୂଆ ଟ୍ୟୁଇଷ୍ଟ । ଶାହ କହିଛନ୍ତି, ଓଡ଼ିଶାରେ ବିଜେପିର ଶକ୍ତିଶାଳୀ ହେବାକୁ ଯାଉଛି । ଓଡ଼ିଶାରେ ବଢ଼ିଛି ମୋଦିଙ୍କ ଲୋକପ୍ରିୟତା। ଉଭୟ ଲୋକସଭା ଏବଂ ବିଧାନସଭାରେ ବୃଦ୍ଧି ହେବ ସିଟ ସଂଖ୍ୟା। ରାଜନୈତିକ ବିଶାରଦଙ୍କ ଆକଳନ ଠାରୁ ବହୁ ଗୁଣ ଅଧିକ ଆସନ ଜିତିବ ବିଜେପି । ଏକା ଲଢିଲେ ବି ସରକାର ଗଢ଼ିବା ପାଇଁ ବିଜେପି ଓଡ଼ିଶାରେ ଲଢିବ ବୋଲି କହିଛନ୍ତି ଶାହ ।

ସେପଟେ ନିର୍ବାଚନୀ ପାଇଁ ଫୁଲ ଦମରେ ପ୍ରସ୍ତୁତି ଚଳାଇଛି ଭାରତୀୟ ଜନତା ପାର୍ଟି । 147 ବିଧାନସଭା ଓ 21 ଲୋକସଭା ଆସନରେ ନିର୍ବାଚନ ଲଢିବା ପାଇଁ ରୋଡ଼ ମ୍ୟାପ ତିଆରି କରୁଛି ଦଳ। କୋର କମିଟି ଓ ନିର୍ବାଚନ କମିଟିରେ ବିସ୍ତୃତ ଆଲୋଚନା ପରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ସଭାପତି । ଏପଟେ ଗାଁ ଚାଲ, ବୁଥ ଚାଲ ଅଭିଯାନ  ଜୋରଦାର ଢ଼ଙ୍ଗରେ ଜାରି ରଖିଛି ଦଳ। ଆଗାମୀ ନିର୍ବାଚନରେ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛି ବିଜେପି । ଅନ୍ୟପଟେ ବିଜେଡ଼ି ମଧ୍ୟ 24 ରାନଙ୍ଗଣକୁ ଓହ୍ଲାଇବା ପାଇଁ ପାଗ ଭିଡୁଛି । ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀୱାରୀ ପ୍ରତିଦିନ ନବୀନ ନିବାସରେ ବସୁଛି ବୈଠକ । ପର୍ଯ୍ୟବେକ୍ଷକ ଓ ନେତାଙ୍କ ସହ ସମୀକ୍ଷା କରୁଛନ୍ତି ସୁପ୍ରିମୋ । ଅନ୍ତଃ କନ୍ଦଳ ଉପରେ ପ୍ୟାଚ ପକାଇବାଠୁ ନେଇ କେଉଁ ସିଟରେ କିଏ ହେବ ପ୍ରାର୍ଥୀ ତାକୁ ନେଇ ଚାଲିଛି ଅଙ୍କକଷା । ସେପଟେ କଂଗ୍ରେସ ଉଭୟ ଦଳଙ୍କ କାର୍ଯ୍ୟକଳାପ ଉପରେ ରଖିଛି ନଜର ।

ପୂର୍ବରୁ ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥାର ସର୍ଭେ କହୁଛି ଓଡ଼ିଶାରେ ତୀବ୍ର ହୋଇଛି ସରକାର ବିରୋଧୀ ହାୱା । ଯାହାର ସିଧା ଲାଭ ବିଜେପିକୁ ମିଳିପାରେ । ଦ ଫେଡରାଲ ଇଣ୍ଡିଆର ସର୍ଭେ ଅନୁଯାୟୀ ଏଥର ଓଡ଼ିଶାରେ ବିଜେପିକୁ ମିଳିବ 54.90 ପ୍ରତିଶତ ଭୋଟ ଏବଂ ବିଜେଡିକୁ ମିଳିବ ମାତ୍ର 19.35 ପ୍ରତିଶତ ଭୋଟ ।ସେମିତି ଟାଇମ୍ସ ନାଓ, ଇଣ୍ଡିଆ ଟୁଡେ ଏବଂ ନ୍ୟୁଜ-18 ଭଳି ପ୍ରମୁଖ ଗଣମାଧ୍ୟମ ମଧ୍ୟ ଓଡ଼ିଶାରେ ବିଜେପି ବଢିବା ଓ ବିଜେଡ଼ି କମିବା ନେଇ ଆକଳନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Painting
Sponsored
State politics in an interesting position within the mint community | Argus News