Videos
|
Odisha

ରାଜ୍ୟରେ ଉପରମୁହାଁ ହେଲା ପାରଦ

Ritu Das
Browse all articles by Ritu Das
·2 years ago·2 min read
ରାଜ୍ୟରେ ଉପରମୁହାଁ ହେଲା ପାରଦ

ଅର୍ଗସ ବ୍ୟୁରୋ: କାଳବୈଶାଖୀ ବର୍ଷା ପ୍ରଭାବରେ କିଛି ଦିନ ଆଶ୍ବସ୍ତି ମିଳିବା ପରେ ଏବେ ପୁଣି ବୃଦ୍ଧି ହୋଇଛି ତାପମାତ୍ରା। ଉପାନ୍ତରୁ ଉପକୂଳ ସୁବୁଠି ବଢିଛି ତାତି। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ହିଟଓ୍ବେଭ୍ ସ୍ଥିତି ଦେଖାଦେବ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳରେ ବି ବଢିଲା ତାତି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ନାହିଁ ନିସ୍ତାର। ୧୭ ରୁ ୨୦ ଆକାଶରୁ ବର୍ଷିବ ନିଆଁ। ଅଧିକାଂଶ ସହରରେ ୪୩ ରୁ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା।

ଅସହ୍ୟ ପାଣିପାଗ ସ୍ଥିତି ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର। ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ହଟ୍ ଆଣ୍ଡ ହ୍ୟୂମିଡିଟି କଣ୍ଡିସନ ଲାଗି ରହିଛି। ଆସନ୍ତା ୨୪ ଘଣ୍ଟାରେ ହଟ ଆଣ୍ଡ ହ୍ୟୁମିଡ଼ିଟି ସ୍ଥିତି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼,କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଆସନ୍ତା  କାଲିଠୁ ରାଜ୍ୟରେ ବଢିବ ତାପମାତ୍ରା । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ସାଧାରଣ ଲୋକଙ୍କ ପାଇଁ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଘାତକ ସାଜିପାରେ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର। ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ। କାଲି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ କେନ୍ଦୁଝର, ମୟୁରଭଂଜ, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବାକି ୨୦ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରେ ବି ଅଗ୍ନି ବର୍ଷା ନେଇ ଆକଳନ କରାଯାଇଛି। 

କାଳବୈଶାଖୀ ବର୍ଷା ପ୍ରଭାବରେ କିଛି ଦିନ ଆଶ୍ବସ୍ତି ମିଳିବା ପରେ ଏବେ ପୁଣି ବୃଦ୍ଧି ପାଇଛି ତାପମାତ୍ରା । ଉପାନ୍ତରୁ ଉପକୂଳ ସବୁଠି ହେବ ଗ୍ରୀଷ୍ମ ପ୍ରବାହ । ହିଟ ୱେବରେ ସର୍ତକ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
state temprature | Argus News