Appeals for EV Usage / EV ଗାଡ଼ି ବ୍ୟବହାର ପାଇଁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଅପିଲ୍,ଏଣିକି ସେ ସରକାରୀ ବସ୍ରେ ଯିବେ
·1 hour ago·3 min read

Key Points
ଆଜିର ଦିନରେ ଇଭି ଗାଡ଼ିର ଆବଶ୍ୟକତା ରହିଛି
ଅଧିକ ଇଭି ଗାଡ଼ି ବ୍ୟବହାର ପାଇଁ କଲେ ଅପିଲ କଲେ ମନ୍ତ୍ରୀ
ଏଣିକି ସରକାରୀ ବସ୍ରେ ଯିବେ ପରିବହନ ମନ୍ତ୍ରୀ
ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା

ଭୁବନେଶ୍ବର,୧୩/୦୫: ଲୋକଙ୍କୁ ଅଧିକରୁ ଅଧିକ ଇଭି ଗାଡି ବ୍ୟବହାର ପାଇଁ ଅପିଲ କଲେ ପରିବହନ ମନ୍ତ୍ରୀ । ତେଲ କମ୍ ବ୍ୟବହାର କରିବାକୁ ସାଧାରଣ ଲୋକଙ୍କ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ । ଇଭି ଗାଡ଼ିର ଆଜିର ଦିନରେ ଆବଶ୍ୟକତା ରହିଛି । 2028 ପର୍ଯ୍ୟନ୍ତ ଇଭି ଗାଡି କିଣା ସବ୍ସିଡ଼ିକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ । ଏଣିକି ସରକାରୀ କାର୍ଯ୍ୟରେ ଗଲେ ଗୋଟିଏ ଗାଡ଼ିରେ ଯିବା ନେଇ କହିଲେ ମନ୍ତ୍ରୀ ବିଭୂତି ଜେନା। ପୂର୍ବରୁ ମନ୍ତ୍ରୀଙ୍କୁ ସରକାରୀ ସ୍ତରରେ ମିଳୁଥିବା ତିନୋଟି ଗାଡ଼ି ବ୍ୟବହାର କରୁଥିଲେ । ଜରୁରୀ ନଥିଲେ ବସରେ ଯିବି କହିଲେ ପରିବହନ ମନ୍ତ୍ରୀ ।
ଦେଶବାସୀଙ୍କୁ ପେଟ୍ରୋଲ୍-ଡିଜେଲ୍ କମ୍ ଖର୍ଚ୍ଚ କରିବା ଓ ସାଧାରଣ ପରିବହନ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି । ଜନତାଙ୍କୁ ନିବେଦନ ଭିତରେ ପ୍ରଧାନମନ୍ତ୍ରୀ ମୋଦି ନେଇଛନ୍ତି ବଡ଼ ନିଷ୍ପତ୍ତି । ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାରକେଡ୍ ଗାଡ଼ି ସଂଖ୍ୟା ଅଧା କରି ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୁରକ୍ଷାରେ ମୁତୟନ ରହିଥିବା ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍ (SPG)କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାରକେଡ୍ରୁ ୫୦ ପ୍ରତିଶତ ଗାଡ଼ି ହ୍ରାସ୍ କରିଛନ୍ତି । ଭଦୋଦରା ଓ ଆସାମରେ ହିମନ୍ତ ବିଶ୍ଵ ଶର୍ମାଙ୍କ ଶପଥ ଗ୍ରହଣ ବେଳେ ଗୁଆହାଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ହ୍ରାସ୍ କରାଯାଇଥିଲା । SPGକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ୍ କରାଯାଇଛି । କାରକେଡ୍ରେ ଇଲେକ୍ଟ୍ରିକ୍ ଗାଡ଼ି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
୫ ରାଜ୍ୟରେ ଆକ୍ସନ୍
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍ ଭିତରେ ବିଜେପି ଶାସିତ ୫ ରାଜ୍ୟ ଆକ୍ସନ ମୋଡ୍କୁ ଆସିଛନ୍ତି । ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟ ଓ ମହାରାଷ୍ଟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ ପରି ରାଜ୍ୟଗୁଡ଼ିକ ଏବେ ଇନ୍ଧନ ବଞ୍ଚାଇବାକୁ ଜରୁରୀ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ପଢନ୍ତୁ ଏହି ଖବର: ପେଟ୍ରୋଲ୍-ଡିଜେଲ୍ ସଂକଟ ଭିତରେ ପିଏମ୍ ମୋଦିଙ୍କ ବଡ଼ ନିଷ୍ପତ୍ତି; ଅଧା ହେଲା କାରକେଡ୍ ଗାଡ଼ି ସଂଖ୍ୟା
ଉତ୍ତରପ୍ରଦେଶରେ ସରକାରୀ ଗାଡ଼ି ବ୍ୟବହାରରେ ୫୦% ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର କ୍ୟାବିନେଟ୍ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସରକାରୀ ଗାଡ଼ି ବ୍ୟବହାର ତୁରନ୍ତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ସ୍ପଷ୍ଟ କରିଛନ୍ତି ଯେ ସରକାରୀ କାର୍ଯ୍ୟକ୍ରମରେ କୌଣସି ଅନାବଶ୍ୟକ ଗାଡ଼ି ରହିବ ନାହିଁ। ଏପରିକି ଜନପ୍ରତିନିଧିମାନଙ୍କୁ ସପ୍ତାହକୁ ଅତିକମରେ ଥରେ ସର୍ବସାଧାରଣ ପରିବହନ ବା ବସ୍-ଟ୍ରେନ୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସପ୍ତାହକୁ ଅତିକମରେ ଦୁଇ ଦିନ ‘ୱାର୍କ ଫ୍ରମ୍ ହୋମ୍’ ଓ ଅନ୍ଲାଇନ୍ କ୍ଳାସ୍ କରିବାକୁ କୁହାଯାଇଛି, ଯାହାଫଳରେ ରାସ୍ତାରେ ଭିଡ଼ କମିବା ସହ ତେଲ ଖର୍ଚ୍ଚ ହ୍ରାସ ପାଇବ।
ମଧ୍ୟପ୍ରଦେଶରେ ଶୋଭାଯାତ୍ରା ଓ ବଡ଼ କନ୍ଭୟ ଉପରେ ରୋକ ଲଗାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ସୁରକ୍ଷା କନ୍ଭୟରେ ଗାଡ଼ି ସଂଖ୍ୟାକୁ ୧୩ରୁ କମାଇ ଦେଇଛନ୍ତି।
ଗୁଜରାଟ ରାଜ୍ୟପାଳ ହେଲିକପ୍ଟର ଛାଡ଼ି ମେଟ୍ରୋ ଓ ବସ୍ରେ ଯାତ୍ରା କରିବାକୁ ଘୋଷଣା କରିଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କହିଛନ୍ତି ଯେ ଶକ୍ତି ସଙ୍କଟ ସ୍ଵାଭାବିକ ନହେବା ପର୍ଯ୍ୟନ୍ତ ସେ ରାଜ୍ୟ ଭିତରେ ହେଲିକପ୍ଟର ବା ବିମାନ ଯାତ୍ରା କରିବେ ନାହିଁ ।
ଦିଲ୍ଲୀ ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇ ଗୋଟିଏ ଗାଡ଼ିରେ ଅନେକ ଅଧିକାରୀ ଯିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ସାର୍ବଜନୀନ ପରିବହନ ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁତ୍ବ ଦେଇଛନ୍ତି |
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମଧ୍ୟ ଇନ୍ଧନ ବ୍ୟବହାର ହ୍ରାସ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories