Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଗୋଡ଼ ଭାଙ୍ଗି ଯିବାରୁ ପାଠ ପଢାରେ ଲାଗିଛି ଡୋରୀ 

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁଇ ଗୋଡ଼ ଭାଙ୍ଗି ଯିବାରୁ ପାଠ ପଢାରେ ଲାଗିଛି ଡୋରୀ 

Key Points

  • ଭାଙ୍ଗିଦେଲା ଦୁର୍ଘଟଣା
  • ଅଧାରେ ରହିଗଲା ଡାକ୍ତର ହେବା ସ୍ବପ୍ନ
  • ଦୁଇ ଗୋଡ଼ ଭାଙ୍ଗି ଯିବାରୁ ପାଠ ପଢାରେ ଲାଗିଛି ଡୋରୀ 
  • ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
  • ସରକାରୀ ସହାୟତା ପାଇଁ ଛାତ୍ରୀଙ୍କ ଗୁହାରୀ 

ଅର୍ଗସ ବ୍ୟୁରୋ:  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଗୌଡ଼ ସାହିର ଝିଅ ସୁସ୍ମିତା ଗୌଡ଼। ଛୋଟ ବେଳୁ ବାପ ଛେଉଣ୍ଡ । ମା ଶଶୀ ଗୌଡ଼, ଦୁଇ ଝିଅ ଓ ପୁଅଙ୍କୁ ନିଜ ବାପ ଘରେ ଛାଡ଼ି ତାମିଲନାଡୁରେ ସିଲେଇ କାମ କରାଇ ପାଠ ପଢ଼ାଇବା ସହିତ ଘର ଖର୍ଚ୍ଚ ତୁଲାଉଥିଲେ। ସୁସ୍ମିତା ଦଶମ ପାସ୍ କଲା ପରେ, ଡାକ୍ତର ହେଵା ଆଶା ନେଇ ବ୍ରହ୍ମପୁରର ରେସିଡେଣ୍ଟାଲ କଲେଜରେ SCIENCE ଵିଭାଗରେ ନାମ ଲେଖାଇ ପାଠ ପଢୁଥିଲେ । କିନ୍ତୁ ଏକ ଅଦିନିଆ ଝଡ ଭାଙ୍ଗିଦେଲା ସୁସ୍ମିତାଙ୍କର ସଵୁ ସ୍ବପ୍ନ । ଗୋଟିଏ ଦୁର୍ଘଟଣାରେ ଦୁଇ ଗୋଡ଼ ଭାଙ୍ଗିଯିବାରୁ ପାଠ ପଢାରେ ଲାଗିଛି ଡୋରୀ । ଆଉ ଚିକିତ୍ସା ପାଇଁ ଅର୍ଥ ସାଜିଛି ଵାଧକ ।

ଝିଅ ଦୁର୍ଘଟଣାର ଶିକାର ହେଵା ପରେ ସମସ୍ତ କାମ ଧନ୍ଦା ଛାଡି ସୁସ୍ମିତାଙ୍କ ମା ଵିଗତ ୯ ମାସ ହେଵ ଘରେ ଵସି ରହିଛନ୍ତି । ସୁସ୍ମିତାଙ୍କ ଆହୁରି ୪ଟି ଅପରେସନ ଵାକିଥିଵା ଵେଳେ ଅର୍ଥାଭାଵ ଦେଉଛି କଷ୍ଟ । ଯାହାକୁ ନେଇ ସଂପୂର୍ଣ୍ଣ ଭାଵେ ଭାଙ୍ଗି ପଡିଥିଵା କହିଛନ୍ତି ସୁସ୍ମିତାଙ୍କ ଅଜା । ସୁସ୍ମିତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଦେବାକୁ ଗୁହାରି କରିଛନ୍ତି ପରିବାର ଲୋକେ । ସାହାଯ୍ୟ ସହଯୋଗ ମିଳିଲେ ସୁସ୍ମିତାଙ୍କୁ ବଞ୍ଚିବାର ନୂଆ ରାହା ମିଳିବା ସହ ତାଙ୍କ ସ୍ବପ୍ନ ସାକାର ହୋଇପାରିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
stop reading the text after breaking both legs | Argus News