Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago
ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ । ଜିଲ୍ଲାର ରେମୁଣା, ବାଲିଆପାଳ ଓ ବସ୍ତାର ହଜାର ହଜାର ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ପାଚିଲା ଧାନ କିଆରୀରେ ଲହରୀ ମାରୁଛି ଉଛୁଳା ପାଣି । ପାଣିରେ ଭାସୁଛି ବର୍ଷଟା ଯାକର ଭରସା । ଏବେ ସରକାରଙ୍କ ଉପରେ ଅନେକ ଆଶା । ବିଜେପି ସରକାରଙ୍କଠାରୁ ମଧ୍ୟ ପ୍ରତିଶ୍ରୁତି ମିଳିଛି ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ମିଳିବ । ଯାହାକୁ ଚାହିଁ ରହିଛନ୍ତି ଚାଷୀ । ସେପଟେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସୁବର୍ଣ୍ଣରେଖା, କାଂସବାଂଶ, ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢୁଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Storm-effect winds and rain have broken the backbone of balasore County farmers | Argus News