Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ 

Odisha

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଜିଲ୍ଲାପାଳଙ୍କ ସମ୍ମିଳନୀ  କକ୍ଷରେ ବୈଠକ 

ଗଜପତି : ଗଜପତି ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ । ସମସ୍ତ ବିଡିଓ, ତହସିଲଦାର, ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଏକ ଟିମ୍ ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜଳସେଚନ, କୃଷି, ପାନୀୟ ଜଳ ଯୋଗାଣ ଏବଂ ଯୋଗାଣ ଆଦି ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ ତାରିଖ ସନ୍ଧ୍ୟା ବେଳକୁ ଗଜପତି ଜିଲାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି ।

୬ ତାରିଖ ଦିନ ପ୍ରବଳ ବର୍ଷା ହେବା ସହ ୭ ତାରିଖ ଯାଏଁ ଏହା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବାରୁ ଧାନ, ମାଣ୍ଡିଆ,କପା ଆଦି ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ପରିପକ୍ବ ଫସଲକୁ ଅମଳ କରି କୌଣସି ସୁରକ୍ଷିତ ସ୍ଥାନରେ ରଖିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲାକୁ ୨୪ ଜଣିଆ ଓଡ୍ରାଫ ଟିମ୍ ଆସିଛନ୍ତି ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Storm preparation in Gajapati district | Argus News