Dog Terror / ବୁଲା କୁକୁରଙ୍କ ଆତଙ୍କ: ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଛନ୍ତି, ଦେଖାନାହିଁ RMCର କୁକୁର ଧରିବା ଗାଡି
·6 hours ago·2 min read

Key Points
ବୁଲା କୁକୁରଙ୍କ ଆତଙ୍କ
3 ମାସରେ 2600 କୁକୁର କାମୁଡ଼ା ଚିହ୍ନଟ
ଭୟରେ ସହରବାସୀ
3 ମାସରେ 2600 କୁକୁର କାମୁଡ଼ା ଚିହ୍ନଟ
ଭୟରେ ସହରବାସୀ
ସହରରେ ମାଡିଛନ୍ତି ବୁଲା କୁକୁର। ଯାହାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଇସ୍ପାତ ନଗରୀରେ ଗତ 3 ମାସରେ 2600 କୁକୁର କାମୁଡ଼ା ଚିହ୍ନଟ ଘଟଣା ସାମ୍ନାକୁ ଆସିଛି । ସେପଟେ ସହରରେ RMCର ବୁଲା କୁକୁର ଗାଡି ଦେଖା ନାହିଁ । ଏହା ସହିତ କୁକୁର ବନ୍ଧ୍ୟାକରଣ କେନ୍ଦ୍ରରେ ଏକ ବର୍ଷରୁ ଅଧିକ ବର୍ଷ ବିତିଯାଇଥିଲେ ମଧ୍ୟ ତାଲା ଝୁଲୁଥିବାରୁ ସହରରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ରାସ୍ତାରେ ଦୁର୍ଘଟଣା ସହ କୁକୁର କାମୁଡ଼ା ଘଟଣା ବଢ଼ିଚାଲିଛି ।''
ଇସ୍ପାତ ନଗର ରାଉରକେଲାରେ ସହରବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ସହରର RMC ଅଧୀନରେ ଥିବା ୱାର୍ଡ ହେଉ ବା ସେକ୍ଟର ଅଞ୍ଚଳ ଗୁଡ଼ିକରେ ଛକ ହେଉ କିମ୍ବା ରାସ୍ତାଘାଟ ଗଳି କନ୍ଧି ଯେଉଁଠି ଆଖି ବୁଲାଇବେ ବୁଲା କୁକୁରମାନଙ୍କ ଆତଙ୍କ ରହିଛି । RMCର କୁକୁର ଧରିବା ଗାଡି ସହରରେ ବୁଲୁ ନଥିବାରୁ ସହରର ବୁଲା କୁକୁରଙ୍କ ସଂଖ୍ୟା ବଢି ଚାଲିଛି ବୋଲି ଅଭିଯୋଗ ହୋଇଛି । ରାସ୍ତା ଉପରେ କୁକୁର ମାଳ ମାଳ ରହିଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିବା ସହ ଲୋକେ କୁକୁର କାମୁଡ଼ାର ଶିକାର ହେଉଛନ୍ତି ।''
ଏଥିସହ ପଢ଼ନ୍ତୁ: ପୁରୀ ରଥଯାତ୍ରା ନୀତି ନିର୍ଘଣ୍ଟ; ସକାଳ ସାଢ଼େ ୯ରେ ପହଣ୍ଡି; ୪ଟାରେ ରଥଟଣା
ଅପରପକ୍ଷରେ ରାଉରକେଲା ସହରର ସରକାରୀ ହସ୍ପିଟାଲରେ ଗତ 3 ମାସ ଭିତରେ 2600ରୁ ଉର୍ଦ୍ଧ୍ୱ କୁକୁର କାମୁଡାରେ ଶିକାର ହୋଇ ଲୋକେ ଟୀକା ନେଉଛନ୍ତି । ପ୍ରତେକ ଦିନ 15 ରୁ 20 କୁକୁର କାମୁଡ଼ାରେ ଘଟଣା ହସ୍ପିଟାଲକୁ ଆସୁଛି । ସେପଟେ ସହରରେ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ବାହାରୁ ଚକାଚକ ହେଲେ ଏଠି ନା କୁକୁର ନା କେହି ଲୋକଙ୍କ ଦେଖା ଅଛି । କୁକୁର ବନ୍ଧ୍ୟାକରଣ ପାଇଁ କେନ୍ଦ୍ର ରହିଛି ହେଲେ ପୁରା କେନ୍ଦ୍ର ଅବହେଳିତ ଅବସ୍ଥାରେ ପଡିରହିଛି । କୁକୁର ବନ୍ଧ୍ୟାକରଣ କେନ୍ଦ୍ର ପ୍ରାୟ 1 ବର୍ଷରୁ ଉର୍ଦ୍ଧ୍ବ ହେବ ଏଭଳି ଅବସ୍ଥାରେ ପଡିରହିଛି ।''
କେନ୍ଦ୍ର ଭିତରେ ଗୋଟିଏ କୁକୁରର ଶବ ପଡି ରହିଛି। ନା ଏଠି କିଏ ଦେଖିବାକୁ ରହିଛି ନା ଏଠି କେହି କହିବାକୁ ରହିଛି । ତେବେ ସହରର ବୁଲା କୁକୁରଙ୍କ ଉପରେ RMC କଣ ପଦକ୍ଷେପ ରହିବ ସେ ନେଇ ପ୍ରଶ୍ନ ପଚାରିବାରୁ RMC କମିଶନ କହିଛନ୍ତି ଖୁବ ଶୀଘ୍ର ସେହି କେନ୍ଦ୍ର ଖୋଲିବା ନେଇ ଆଲୋଚନା ହୋଇଛି । ପୁଣି କିପରି ଆରମ୍ଭ କରାଯିବ ତା ସହିତ କୁକୁର ସଂଖ୍ୟା ନିୟନ୍ତ୍ରଣ ହେବ ତାହା ଉପରେ ପଦକ୍ଷେପ ନିଆଯିବ । ଇସ୍ପାତ ନଗରୀରେ ବୁଲା କୁକୁର ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ RMC ଏହା ଉପରେ କଣ ପଦକ୍ଷେପ ଗ୍ରହଣ କରୁଛି ନା ସହରବାସୀ ମନରେ ବୁଲା କୁକୁରଙ୍କ ଭୟ ରହୁଛି ତାହା ହିଁ ଅପେକ୍ଷା ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories