Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁରୀ ରଥଯାତ୍ରା ନୀତି ନିର୍ଘଣ୍ଟ; ସକାଳ ସାଢ଼େ ୯ରେ ପହଣ୍ଡି; ୪ଟାରେ ରଥଟଣା

Odisha

Jagannath Rath Yatra / ପୁରୀ ରଥଯାତ୍ରା ନୀତି ନିର୍ଘଣ୍ଟ; ସକାଳ ସାଢ଼େ ୯ରେ ପହଣ୍ଡି; ୪ଟାରେ ରଥଟଣା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପୁରୀ ରଥଯାତ୍ରା ନୀତି ନିର୍ଘଣ୍ଟ; ସକାଳ ସାଢ଼େ ୯ରେ ପହଣ୍ଡି; ୪ଟାରେ ରଥଟଣା
Full Ritual Schedule and Rath Pulling Time

Key Points

ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଵୀକୃତି ପରେ ଚୂଡାନ୍ତ ହୋଇ ପ୍ରସ୍ତୁତ ରହିଛି ରଥଯାତ୍ରା ନୀତି ନିର୍ଘଣ୍ଟ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଶ୍ରୀଗୁଣ୍ଡିଚା ଯାତ୍ରାରେ ସକାଳ ୬ଟା ସୁଦ୍ଧା ମଙ୍ଗଳ ଆଳତି କରାଯିବ ।
ପୁରୀ: ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଵୀକୃତି ପରେ ଚୂଡ଼ନ୍ତ ହୋଇଛି ରଥଯାତ୍ରା ନୀତି ନିର୍ଘଣ୍ଟ ।

ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଶ୍ରୀଗୁଣ୍ଡିଚା ଯାତ୍ରାରେ ସକାଳ ୬ଟା ସୁଦ୍ଧା ମଙ୍ଗଳ ଆଳତି କରାଯିବ । ୬ଟା ୧୦ରୁ ୬ଟା ୩୦ ସୁଦ୍ଧା ମଇଲମ ଓ ତଡ଼ପଲାଗି, ୬ଟା ୩୦ରେ ରୋଷ ହୋମ, ସକାଳ ୭ ଟା ସୁଦ୍ଧା ଅବକାଶ ନୀତି, ୭ଟା ୧୦ ସୁଦ୍ଧା ସୂର୍ଯ୍ୟପୂଜା, ୭ଟା ୩୦ ସୁଦ୍ଧା ଦ୍ୱାରପାଳ ପୂଜା ହୋଇ ୮ରୁ ୯ଟା ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା... ରଥଖଳାରୁ ସିଂହଦ୍ବାର ନିକଟକୁ ଆସିଲେ ତିନ ରଥ 

ସେହିପରି ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ହୋଇ ୯ଟା ୧୫ ବେଳକୁ ମଙ୍ଗଳାର୍ପଣ ନୀତି କରାଯିବ । ସକାଳ ୯ଟା ୩୦ ବେଳକୁ ପହଣ୍ଡି ଆରମ୍ଭ କରିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ଦିନ ୧୨ଟା ୩୦ ସୁଦ୍ଧା ପହଣ୍ଡି ଶେଷ କରି ୧୨ଟା ୩୦ରୁ ୧ଟା ମଧ୍ୟରେ ମଦନ ମୋହନ ରାମ କୃଷ୍ଣ ବିଜେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି ।

ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ରାଜ-ନୀତି ଓ ଛେରା ପହଁରା କରାଯିବା ନେଇ ହୋଇ ନୀତି ନିର୍ଘଣ୍ଟ । ସେହିପରି ଦିନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବା କାର୍ଯ୍ୟ କରାଯିବ । ଅପରାହ୍ଣ ୪ଟା ବେଳକୁ ରଥଟଣା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି ।

ଧାଡ଼ି ପହଣ୍ଡିରେ ଆସିବେ ଚତୁର୍ଦ୍ଧାମୂରତି

ପ୍ରଥମେ ପ୍ରଭୁ ସୁଦର୍ଶନ, ଦ୍ୱିତୀୟରେ ବଳଭଦ୍ର, ତୃତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିବେ । ଶ୍ରୀମନ୍ଦିରର ରତ୍ନବେଦୀରୁ ବଡ଼ଦାଣ୍ଡରେ ଥିବା ତିନୋଟି ରଥକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ବିଜେ କରାଯିବ ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଲଘୁଚାପ; ଆଜି ଓ କାଲି ପୁରୀରେ କେମିତି ରହିବ ପାଗ ? 

ସର୍ବପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ନିଆଯିବ । ଏହାପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ୱଜ ରଥକୁ ବିଜେ କରାଯିବ । ତୃତୀୟରେ ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ ହାତରେ ଆଦରର ସହ ଉଠାଇ ନେଇ ଦେବଦଳନ ରଥରେ ସୁଦର୍ଶନଙ୍କ ପାଖରେ ବିଜେ କରାଇେବେ । ସର୍ବଶେଷରେ କାଳିଆ ସାଆନ୍ତ ଟାହିଆ ହଲାଇ ଗୋଟି ପହଣ୍ଡିରେ ଆସି ନନ୍ଦିଘୋଷ ରଥରେ ବିଜେ କରିବେ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored