Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ପାଗଳା କୁକୁର ଆତଙ୍କ ଉପରେ ଲାଗିବ ରୋକ୍

Jitendra Dash
Browse all articles by Jitendra Dash
·2 years ago·1 min read
ରାଜଧାନୀରେ ପାଗଳା କୁକୁର ଆତଙ୍କ ଉପରେ ଲାଗିବ ରୋକ୍

ଅର୍ଗସ ବ୍ୟୁରୋ : ରାଜଧାନୀରେ ପାଗଳା କୁକୁର ଆତଙ୍କ ଉପରେ ଲାଗିବ ରୋକ୍। ହାଇକୋର୍ଟ କୁକୁର ବନ୍ଧ୍ୟାକରଣ ନେଇ ଲଗାଇଥିବା ରହିତାଦେଶ ଉଠାଇବା ପରେ ବିଏମସି ତତ୍ପର ହୋଇଛି । ୧୦ନଂ ଓ୍ଵାର୍ଡ ମଂଚେଶ୍ଵର ଅଞ୍ଚଳରେ ଥିବା ଡ଼ଗ୍ କେନେଲରେ କୁକୁର ମାନଙ୍କୁ ବନ୍ଧ୍ୟାକରଣ ପାଇଁ ୧ କୋଟି ଖର୍ଚ୍ଚ କରିଛି ବିଏମ୍ସି । ୧୦ଟି କେଭ ଅପରେସନ ଥିଏଟର ସହ ଯନ୍ତ୍ରପାତି ବ୍ୟବସ୍ଥା କରାଯାଇଛି ।   

ଗୋଟିଏ ଦିନରେ ପାଖାପାଖି ୧୦୦ କୁକୁରଙ୍କ ବନ୍ଧ୍ୟାକରଣ ହୋଇ ପାରିବ ବୋଲି ଦାବି କରିଛି ବିଏମସି । ରାଜଧାନୀରେ କେତେ ସଂଖ୍ୟାରେ କୁକୁର ଅଛନ୍ତି ଏଯାଏ ଗଣନା ହୋଇନାହିଁ । ଭିତ୍ତିଭୂମିର ବିନା ଆକଳନରେ ବିଏମସି କିପରି ଯୋଜନା କାର୍ଯ୍ୟକାରୀ କରିବ ଏବଂ ଏଥିରେ ସଫଳ ହେବ ତାକୁ ନେଇ ପଶୁପ୍ରେମୀ ମାନେ ପ୍ରଶ୍ନ ଉଠାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ସରକାରଙ୍କର ଗାଇଡ ଲାଇନ ଅନୁଯାୟୀ ମାଇ କୁକୁରଙ୍କ ବନ୍ଧ୍ୟାକରଣ ଦ୍ଵାରା କୁକୁର ସଂଖ୍ୟାରେ ନିୟନ୍ତ୍ରଣ ଆସିପାରିବ । ବିଏମସି ପକ୍ଷରୁ କିନ୍ତୁ ମାଈ କୁକୁର ତୁଳନାରେ ଅଣ୍ଡିରା କୁକୁରଙ୍କୁ ଅଧିକ ବନ୍ଧ୍ୟାକରଣ କରାଯାଉଛି । ଏହାଦ୍ବାରା କେବଳ ଅଳ୍ପ ଟଙ୍କା ଖର୍ଚ୍ଚ ହେବା ସାର ହେବ କିନ୍ତୁ କୁକୁର ସଂଖ୍ୟାରେ ନିୟନ୍ତ୍ରଣ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । 

ଟେକ୍ନିକାଲ ସର୍ଭେ ହୋଇନଥିବା ବେଳେ କେବଳ ରାଜଧାନୀ ବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ତରବରିଆ ଭାବରେ ବିଏମସି ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରୁଥିବା ଅଭିଯୋଗ ହେଉଛି । ରାଜଧାନୀରେ ରାସ୍ତାଘାଟ, ବିଜୁଳି, ପିଇବା ପାଣି, ପରିମଳ ବ୍ୟବସ୍ଥା ସଜାଡ଼ିବାରେ ଫେଲ ମାରିଛି ବିଏମସି। ବିନା ମାଷ୍ଟରପ୍ଲାନରେ ବିଏମସିର କୁକୁର ବନ୍ଧ୍ୟାକରଣ ଯୋଜନା ମଧ୍ୟ ବାଟବଣା ହେବ ବୋଲି ଚର୍ଚ୍ଚା ହେଉଛି । 
 

Sponsored
Stray Dog Sterilization Programme To Resume Soon In Bhubaneswar | Argus News