Traffic News / ଅମାନିଆ ସାବଧାନ, ଆଜିଠୁ କଡାକଡି ହେବ ଚେକିଂ
·3 months ago·2 min read

Key Points
ଆଜିଠୁ ଅମାନିଆଙ୍କ ଉପରେ ବାଜିବ ଛାଟ
କଡାକଡି ହେବ ଯାଂଚ
ନିୟମ ଉଲଙ୍ଘନକାରୀଙ୍କ ଉପରେ ହେବ କଡ଼ା ଆକ୍ସନ
କଡାକଡି ହେବ ଯାଂଚ
ନିୟମ ଉଲଙ୍ଘନକାରୀଙ୍କ ଉପରେ ହେବ କଡ଼ା ଆକ୍ସନ
ଆଜିଠୁ ଅମାନିଆଙ୍କ ଉପରେ ବାଜିବ ଛାଟ। କଡାକଡି ହେବ ଯାଂଚ। ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଆଜି ଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍। ଓଡ଼ିଶା ପରିବହନ ବିଭାଗ ଏବଂ ପୁଲିସ ମିଳିତ ଭାବେ ଏହି ସ୍ପେଶାଲ ଡ୍ରାଇଭ୍ କରିବେ।
କେବଳ କଡ଼ାକଡ଼ି ଚେକିଂ ନୁହେଁ ସଡ଼କ ସୁରକ୍ଷା ନିୟମ ପାଳନ କରାଇବା ଓ ଜନସଚେତନତା କରାଯିବ। ଓଭରସ୍ପିଡିଂ, ଡ୍ରଙ୍କ ଆଣ୍ଡ ଡ୍ରାଇଭ, ହେଲମେଟ୍ ନ ପିନ୍ଧିବା, ଓଭରଲୋଡିଂ ଡ୍ରାଇଭିଂ ଲାଇସେନ୍ସ, RC, PUC କାଗଜପତ୍ର ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଭିଯାନ ରାଜ୍ୟର ସମସ୍ତ ଆରଟିଓ ଓ ପୋଲିସ ସହଯୋଗରେ ଚାଲିବ। ଯଦି ଆପଣ ଗାଡ଼ି ଚଳାଉଛନ୍ତି, ତେବେ ସମସ୍ତ କାଗଜପତ୍ର ଠିକ୍ ରଖନ୍ତୁ, ହେଲମେଟ୍/ସିଟ୍ ବେଲ୍ଟ୍ ବ୍ୟବହାର କରନ୍ତୁ ଓ ନିୟମ ମାନନ୍ତୁ ନହେଲେ ଜରିମାନା ଲାଗିପାରେ।
ସେପଟେ ବକେୟା ଇ-ଚାଲାଣରୁ ମିଳିଛି ମୁକ୍ତି । ୫୦% ପର୍ଯ୍ୟନ୍ତ ଛାଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ର ସରକାର। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ପ୍ରଦାନ କରାଯିବ। ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର ବିଭାଗୀୟ ବୋଝ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ‘ୱାନ୍ ଟାଇମ୍ ସେଟେଲମେଣ୍ଟ’ ଯୋଜନା ପ୍ରଣୟନ କରିଛନ୍ତି। ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ସ୍ୱଳ୍ପ ଜରିମାନା ଦେଇ ନିଜର ମାମଲାକୁ ସବୁଦିନ ପାଇଁ ରଫାଦଫା କରିପାରିବେ । ଯଦି କୌଣସି ମାମଲା ପୂର୍ବରୁ କୋର୍ଟରେ ବିଚାରଧୀନ ଅଛି, ତେବେ ଜରିମାନା ଦେବା ପରେ ସେହି ପ୍ରସିକ୍ୟୁସନ ରିପୋର୍ଟକୁ ପ୍ରତ୍ୟାହାର କରି ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।
ଟ୍ରାଫିକ୍ ଚାଲାଣ କଟିଥିବା ଗାଡ଼ି ଚାଳକଙ୍କ ପାଇଁ ବଡ଼ ସୁଯୋଗ । ବାକି ଥିବା ଇ-ଚାଲାଣର ସମାଧାନ ପାଇଁ ସରକାର ଜାରି କଲେ 'ୱାନ୍ ଟାଇମ୍ ସେଟେଲମେଣ୍ଟ୍' ବା 'ଓଟିଏସ୍' ସ୍କିମ୍ । ଜାତୀୟ ଲୋକ ଅଦାଲତ-୨୦୨୬ରେ କମ୍ ଜରିମାନା ଦେଇ ଚାଲାଣ ସମସ୍ୟାର ସମାଧାନ କରିପାରିବେ ଗାଡ଼ି ଚାଳକ । ସମସ୍ତ ବାକିଥିବା ଚାଲାଣ ଉପରେ ଏହି ନୂଆ ନିୟମ ଓ କୋହଳ ଦର ଲାଗୁ ହେବ । ଯଦି କୌଣସି ଚାଲାଣ ମାମଲା କୋର୍ଟରେ ପେଣ୍ଡିଂ ଥାଏ, ଲୋକ ଅଦାଲତରେ ଅର୍ଥ ଦାଖଲ ପରେ ତାହା ପ୍ରତ୍ୟାହାର ହୋଇଯିବ । ଚାଲାଣ କଟିଥିବା ବ୍ୟକ୍ତି ଅନଲାଇନରେ ଇ-ଚାଲାଣ ପୋର୍ଟାଲ୍ କିମ୍ବା ଲୋକ ଅଦାଲତ ଶିବିରରେ ଟଙ୍କା ପୈଠ କରିପାରିବେ । ଉଭୟ ରାଜ୍ୟ ସରକାର ଓ ନାଲସା (NALSA)ର ନିର୍ଦ୍ଦେଶନାମା ଅନୁଯାୟୀ ଏହି ସେବା ଯୋଗାଇ ଦିଆଯିବ ।
ଏଥିସହ ପଢ଼ନ୍ତୁ: ଟ୍ରାଫିକ୍ ଚାଲାଣ କଟିଛି କି? ମିଳିବ ୫୦ % ଡିସକାଉଣ୍ଟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories