ଗ୍ରାଉଣ୍ଡ ଜିରୋରେ ପୋଲିସ-ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

Key Points
- ମଦ ମାଫିଆଙ୍କ ବିରୋଧରେ ମୋହନ ସରକାରଙ୍କ ଆକ୍ସନ୍
- ଗ୍ରାଉଣ୍ଡ ଜିରୋରେ ପୋଲିସ-ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ
- ଭୁବନେଶ୍ବର ସାଲିଆ ସାହିରେ ମାଟିରେ ମିଶିଲା ଦେଶୀ ମଦ ଭାଟି
- ସାରା ରାଜ୍ୟରେ ଭାଙ୍ଗୁଛି ବେଆଇନ ମଦ ଭିତ୍ତିଭୂମି
- ଆଇନ ମନ୍ତ୍ରୀ କହିଥିଲେ, ବେଆଇନ ମଦ ଶିଳ୍ପ ଉପରେ ଚାଲିବ ବୁଲ୍ଡୋଜର
- ୨୪ ବର୍ଷରେ ବେଆଇନ ମଦ କାରବାରକୁ ଆଇନରେ ପରିଣତ କରିଥିଲା ବିଜେଡି
- ଗଞ୍ଜାମ ମଦ ମୃତ୍ୟୁରେ ବିଜେଡି ସପୃକ୍ତିର ପ୍ରମାଣ ଥିବାରୁ ବିଧାନସଭା ଚଳାଇ ନ ଦେବାକୁ କରୁଛି ହଙ୍ଗାମା
- ଜନତାଙ୍କ ସାମ୍ନାରେ ଖୋଲୁଛି ବିତର୍କକୁ ନ ଆସି ପ୍ରାୟୋଜିତ କରୁଥିବା ଦଳର ମୁଖା
ଅର୍ଗସ ବ୍ୟୁରୋ: ରାଜଧାନୀର ଛାତି ଉପରେ ଥିବା ବସ୍ତି । କିନ୍ତୁ ଏଠି ବେଧଡ଼କ ଚାଲିଥିଲା ବେଆଇନ ମଦ ଭାଟି । ଭୁବନେଶ୍ବର ସାଲିଆସାହିର ଏ ମଦ ସାମ୍ରାଜ୍ୟ ଉପରେ ଏବେ ଚାଲିଛି ମୋହନ ସରକାରର ବୁଲଡୋଜର । ବେଆଇନ ମଦ କାରବାର ବନ୍ଦ କରିବା ଏବଂ ମଦ ମାଫିଆଙ୍କୁ ସାବାଡ଼ କରିବାକୁ ବିଜେପି ସରକାରଙ୍କ ନିର୍ଦ୍ଦେଶରେ କଡ଼ା ଆକ୍ସନ୍ ମୁଡକୁ ଆସିଛି ପ୍ରଶାସନ ଓ ପୋଲିସ। ସାଲିଆସାହିରେ ଅବକାରୀ ବିଭାଗ ଓ ପୋଲିସର ଚଢ଼ାଉରେ ଘର ଭିତରେ ସିକ୍ରେଟ୍ ଚାମ୍ବର ମିଳିଛି। ଯେଉଁଠି ମଦ ପ୍ରସ୍ତୁତ କରାଯାଉଥିଲା। 3ଟି ମଦ ଭାଟିକୁ ଧ୍ବସ୍ତ କରି ମାଟିରେ ମିଶାଇ ଦିଆଯାଇଛି । ବହୁ ପରିମାଣର ଦେଶୀ ମଦ, ପୋଚ ନଷ୍ଟ କରାଯାଇଛି । ସରଞ୍ଜାମ ଜବତ ହୋଇଛି ।
କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ସାରା ରାଜ୍ୟରେ ବେଆଇନ ଦେଶୀ ମଦ କାରବାର ବନ୍ଦ କରିବାକୁ ଆକ୍ସନ ମୋଡରେ ମୋହନ ସରକାର । ବେଆଇନ ଦେଶୀ ମଦ ଭାଟି ଉପରେ ସବୁଠି ଜାରି ରହିଛି ଚଢ଼ାଉ । ଦୁଇ ଦିନ ତଳେ ଆଇନ ମନ୍ତ୍ରୀ କହିଥିଲେ ରାଜ୍ୟ ସାରା ବେଆଇନ ମଦ ଭାଟି ଉପରେ ବୁଲିବ ବୁଲଡୋଜର । ମାଟିରେ ମିଶିବ ବେଆଇନ ମଦ ଭାଟି । ବର୍ଷେ ଭିତରେ ଭାଙ୍ଗିବ ବେଆଇନ ମଦ ନେଟୱର୍କ । ଅନ୍ୟପଟେ କିଛି ଦିନ ତଳେ ଗଞ୍ଜାମ ଚିକିଟିରେ ହୋଇଥିବା ମଦ ମୃତ୍ୟୁ ଘଟଣା ଖୋଲିଦେଇଛି ପୂର୍ବ ବିଜେଡି ସରକାରର ମଦ ପ୍ରୀତିର ପୋଲ୍ । ଚିକିଟିରେ ଚୋରା ମଦ କାରବାର ପଛରେ ସେଠାରେ ବିଜେଡିର ସଙ୍ଗଠନ ବୁଝୁଥିବା ବିଜେଡି ନେତା ସୁରେନ୍ଦ୍ର ମଣ୍ଡଳ । ମାମଲାରେ ଗିରଫ ହେଉଥିବା ଲୋକେ ବି ବିଜେଡ଼ି ସହ ଲିଙ୍କରେ ।
ପ୍ରମାଣିତ ହେଉଛି ଚୋରା ମଦ ବେପାରୀଙ୍କୁ ସାବାଡ଼ କରିବା ପରିବର୍ତ୍ତେ ଅହେତୁକ ପ୍ରୋତ୍ସାହନ ଦେଉଥିଲେ ନବୀନ ସରକାର । ୨୪ ବର୍ଷରେ ବେଆଇନ ମଦ କାରବାରକୁ ଆଇନରେ ପରିଣତ କରିଥିଲା ବିଜେଡି । ମଦ ମାଫିଆଙ୍କୁ ଗେହ୍ଲାପୁଅ କରି ରଖିଥିଲେ। ଆଉ ଗଞ୍ଜାମ ମଦ ମୃତ୍ୟୁରେ ସପୃକ୍ତିର ପ୍ରମାଣ ସାମ୍ନାକୁ ଆସିବା ପରେ ବିଧାନସଭା ଚଳାଇ ନ ଦେବାକୁ ହଙ୍ଗାମା କରୁଛନ୍ତି ବିଜେଡି ବିଧାୟକ। ଆଉ ଏମିତି ଜନତାଙ୍କ ସାମ୍ନାକୁ ଆସୁଛି ବିତର୍କକୁ ନ ଆସି ପ୍ରାୟୋଜିତ କରୁଥିବା ଦଳର ମୁଖା ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...