Videos
|
Odisha

ଖାଇଗଲେ ଜଗନ୍ନାଥଙ୍କ ଖଣି ଖାଦାନ

Manini Pattanayak
Browse all articles by Manini Pattanayak
·1 year ago·2 min read
ଖାଇଗଲେ ଜଗନ୍ନାଥଙ୍କ ଖଣି ଖାଦାନ

ପୁରୀ: ଖାଇଗଲେ ଜଗନ୍ନାଥଙ୍କ ଖଣି ଖାଦାନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଡା ଆକ୍ସନ । ୧୭ ନିର୍ମାଣ ପଥର ଓ ୨ଟି ମାଙ୍କଡ଼ା ପଥର ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍। ରୟାଲିଟି ଓ ପେନାଲଟି ଦେବାକୁ କଡା ନିର୍ଦ୍ଦେଶ ନଚେତ୍ ଖଣି ଚୁକ୍ତି ପତ୍ର ରଦ୍ଦ। ସିବିଆଇ ତଦନ୍ତ ଦାବି କଲେ ବୁଦ୍ଧିଜୀବୀ ଓ ସେବାୟତ। ୨୪ ବର୍ଷ ଧରି ଖଣି ମାଫିଆ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା। ଆଇନ ମନ୍ତ୍ରୀ କହିଲେ ଖିଲାପକାରୀଙ୍କୁ ଦିଆଯିବ କଡା ଦଣ୍ଡ । 

ମହାପ୍ରଭୁଙ୍କ ଖଣି ଖାଦାନ ଲୁଟିନେଲେ ମାଫିଆ । ମିନିମମ୍ ଗ୍ୟାରେଣ୍ଟି କ୍ବାଣ୍ଟିଟି ଠାରୁ ଦୁଇ ତିନି ଗୁଣା ତାଡି ବିକ୍ରି କରି କୋଟି କୋଟି ଟଙ୍କା ଚଳୁ । ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ଖଣିଜ ସମ୍ପଦ ଉତ୍ତୋଳନ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୯ ଖଣି ଲିଜଧାରୀଙ୍କୁ ନୋଟିସ୍ । ୧୭ ନିର୍ମାଣ ପଥର ଖଣି ଓ ୨ଟି ମାଙ୍କଡ଼ା ପଥର ଖଣିରେ ଉତ୍ତୋଳନ ହୋଇଛି ମିନିମମ୍ ଗ୍ୟାରେଣ୍ଟି କ୍ବାଣ୍ଟିଟି ଠାରୁ ଅଧିକ ଖଣିଜ । ଲଘୁ ଖଣିଜ ଆଇନ - ୨୦୧୬ ଆଧାରରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ପେନାଲିଟି ଓ ରୟାଲିଟିରେ ବାରମ୍ବାର ଖିଲାପ ଯୋଗୁଁ ଏହି ନୋଟିସ ଦିଆଯାଇଛି । ୭ ଦିନ ଭିତରେ ରୟାଲିଟି ଓ ପେନାଲିଟି ବାବଦକୁ ଦେୟ ଜମା ନକଲେ ଖଣି ଚୁକ୍ତି ପତ୍ର ରଦ୍ଦ ହେବ ବୋଲି ନୋଟିସ ରେ କଡା ନିର୍ଦ୍ଦେଶ ରହିଛି। 
ଖଣି ଲୁଟ୍ କୁ  ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।ଦାୟିତ୍ବରେ ଥିବା ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ ଏଭଳି ଘଟିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ । ଦୀର୍ଘ ୨୪ ବର୍ଷର ଅଫିସର ରାଜ୍ ଭିତରେ ମାଫିଆ - ଅଫିସର ମଧୂଚନ୍ଦ୍ରିକା ଯୋଗୁଁ ମହାପ୍ରଭୁଙ୍କ ଭୁସମ୍ପତ୍ତି ସହ ଖଣି ଖାଦାନ ବି ଲୁଟ୍ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥପ୍ରେମୀ ।

ଅନ୍ୟପଟରେ କାଇପଦର ନୂଆ ପଥର ଖଣି ଲିଜଧାରୀ ଦେବେନ୍ଦ୍ର ଜେନା ଆଉଥରେ ପୁନଃ ବିଚାର ଆବେଦନ କରିଛନ୍ତି । ୩୦ହଜାର MGQ ଉତ୍ତୋଳନ ପାଇଁ ଅନୁମତି ପାଇଥିବା ଦେବେନ୍ଦ୍ର ଖଣି ପରାମର୍ଶଦାତା ଙ୍କ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୨୨ ହଜାର ୮୫୭ MGQ ଉତ୍ତୋଳନ କରିଛନ୍ତି ବୋଲି ତାଙ୍କୁ ନୋଟିସ କରାଯିବା ସହ କୋଟିଏ ୮୪ ଲକ୍ଷ ୧୨ ହଜାର ୨୧୬ ଟଙ୍କା ଜମା କରିବାକୁ ତାଙ୍କୁ ନିର୍ଦ୍ଦେଶ ରହିଛି ।ମାତ୍ର ଏହି ସର୍ଭେ ସଠିକ୍ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଖଣି ଲିଜଧାରୀ ଦେବେନ୍ଦ୍ର ଜେନା । ସେପଟେ ଡ୍ରୋନ୍ ସର୍ଭେ ଅନୁଯାୟୀ mgq ଆକଳନ କରାଯାଇଥାଏ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ୨୪ ବର୍ଷର ସରକାର ମହାପ୍ରଭୁଙ୍କ ଜମି ଓ ଭୁ ସମ୍ପତ୍ତି ସୁରକ୍ଷା ପାଇଁ କୌଣସି ଚିନ୍ତା କରିନାହାନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମହାପ୍ରଭୁଙ୍କ ୫୮ହଜାର ଏକର ପାଖାପାଖି ସମ୍ପତ୍ତି ରୁ ୩୬ ହଜାର ଏକରର କାଗଜପତ୍ର ରହିଛି ଏବଂ ଜବରଦଖଲକାରୀଙ୍କ କବଜାରେ ଥିବା ବାକି ସମ୍ପତ୍ତିର ମଧ୍ୟ ହିସାବ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଖିଲାପକାରୀଙ୍କୁ କଡା ଦଣ୍ଡ ଦିଆଯିବ କହିଛନ୍ତି ଆଇନ ମନ୍ତ୍ରୀ ।  ମୋହନ ସରକାରରେ ପୁଣି ମାଫିଆଙ୍କ ଉପରେ ବଡ ପ୍ରହାର । ୨୪ ବର୍ଷ ଧରି ରାଜ୍ କରୁଥିବା ମାଫିଆଙ୍କ ଛାତି ଧଡ଼ ଧଡ ହେଉଛି । ମୋଦି କହିସାରିଛନ୍ତି ମାଫିଆଙ୍କ ଅଣ୍ଟା ଭଙ୍ଗାଯିବ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Strict action by the chief administrator of Srimandir. Show cause notice to 17 construction stone and 2 stone quarry lease holders. | Argus News