Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦାୟିତ୍ଵ ବାହାରେ କାମ କଲେ କଡା ଆକ୍ସନ

Odisha

ଦାୟିତ୍ଵ ବାହାରେ କାମ କଲେ କଡା ଆକ୍ସନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଦାୟିତ୍ଵ ବାହାରେ କାମ କଲେ କଡା ଆକ୍ସନ

Key Points

.ଖଣି ମାଫିଆ-ପୋଲିସ ଅଧିକାରୀଙ୍କ ମଧୁଚନ୍ଦ୍ରିକାର ବଡ଼ ଖୁଲାସା

.ଆଇନ ଶୃଙ୍ଖଳା ଏଡିଜିଙ୍କ ଚିଠି ଖୋଲିଦେଲା ଗୁମର 

.ଦାୟିତ୍ବ ବାହାରେ କାମ କଲେ କଡା ଆକ୍ସନ ହେବ ବୋଲି ଡିଜିଙ୍କ ଚେତାବନୀ

.ଲଘୁ ଖଣିଜ ଲୁଟ ହେଲେ କଡା ଆକ୍ସନ ହେବ କହିଲେ ମୁଖ୍ୟମନ୍ତ୍ରୀ 
 

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର ୨୨- ୨୦୨୧ । କଟକ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୋଟୁ ଥାନା ଅଧିକାରୀ ଶୁଶାନ୍ତ ସାହୁ। ଥାନା ବାବୁଙ୍କ ଗାଡି ରୁ ବାହାରିଥିଲା ୨ ଲକ୍ଷ ୮୦ ହଜାର ଟଙ୍କା। ଅଭିଯୋଗ ହୋଇଥିଲା ଖଣି ମାଫିଆ ଙ୍କ ଟଙ୍କା ନେଇ ଯାଉଥିଲେ ମୋଟୁ ଆଇ ଆଇ ସି ।

ସେହିପରି 2019 ରେ ଖଣି ମାଫିଆଙ୍କ ସହ ଲିଙ୍କ ରେ ଖୋର୍ଦ୍ଦା ତତ୍କାଳୀଳ ଆଇଆଇସି ବିକ୍ରମ ଜେନା ଙ୍କ ନା ସାମ୍ନାକୁ ଆସିବୋ ଘଟଣା ବି ସୃଷ୍ଟି କରିଥିଲା ହଇଚଇ। ଏହା କେବଳ ଭାତ ହାଣ୍ଡିରୁ ଗୋଟିଏ। ଏଭଳି ଅନେକ ପୋଲିସ ଅଫିସର ଖଣିମାଫିଆଙ୍କ ସହ ଲିଙ୍କ ରେ ଥିବା ପୋଲିସ ବିଭାଗର ଏ ଚିଠି ପଦାରେ ପକାଇଛି । ନଜର ପକାନ୍ତୁ ସବୁ ଜିଲ୍ଲା ର ଏସ ପି ଓ ଡିସିପି ଙ୍କୁ ଆଇନ ଶୃଙ୍ଖଳା ଏ ଡିଜି ଲେଖିଥିବା ଏ ଚିଠି ଉପରେ । ଚିଠି ରେ ଉଲ୍ଲେଖ କରାଯାଇଛି କିଛି ଫିଲଡ ଅଫିସର ପୋଲିସ ଡ୍ୟୁଟି ଛାଡି ଖଣି ଅଂଚଳ ରେ ପରିବହନ ସହ ବେଆଇନ କାର୍ଯ୍ୟ ରେ ସମ୍ପୃକ୍ତି ରହୁଥିଛି । ପୋଲିସ ଡିଜି ଏ ଘଟଣା କୁ ଗୁରୁତର ସହ ନେଇ ଏଭଳି ଘଟଣା ସାମ୍ନା କୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବ ସରକାରରେ ବିଜେଡି ଫଣ୍ଡର ବଡ ଆଧାର ଥିଲା ବେଆଇନ ଖଣି କାରବାର। ଆଉ ଏଥିରେ ସାମିଲ ହୋଇଥିଲେ ପୋଲିସ ବାବୁ। ଅର୍ଥ ରାଜ୍ୟ ତହବିଲକୁ ନ ଯାଇ ଯାଉଥିଲା ପୋଲିସ ବାବୁ ଓ ନେତାଙ୍କ ପକେଟକୁ।  

ସେପଟେ ଦୁର୍ନ୍ନିତି ବିରୋଧ ରେ ଜିରୋ ଟଲରେନ୍ସ ନିତି ଆପଣେଇଛନ୍ତି ନୂଆ ସରକାର । ରାଜ୍ୟ ରେ ଲଘୁ ଖଣିଜ ଲୁଟ ହେଲେ ଏଣିକି କଡା ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ରେ ଲଘୁ ଓ ଖଣିଜ ପଦାର୍ଥ ଲୁଟ ଯୋଗୁଁ ରାଜସ୍ବ ହାନୀ ହେଉଥିବାରୁ ଚୋରା କାରବାର ରୋକିବାକୁ ଡ୍ରୋନ ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 
ରାଜ୍ୟ ରେ ବିଜେଡି ସରକାର ସମୟରେ ଖଣି ଲୁଟ ର ମାଳ ମାଳ ଅଭିଯୋଗ ଆସିଛି । କେଉଁଠି ବିଧାୟକ ଙ୍କ ପ୍ରୋତ୍ସାହନ ରେ ହେଉଛି ତ ହେଉଥିଲା ତ କେଉଁଠି ସରକାରୀ ଅଧିକାରୀଙ୍କ ଛତ୍ରଛାୟା ତଳେ । ଏବେ ଖଣି ଲୁଟ ରୋକିବାକୁ ନୂଆ ସରକାର ଙ୍କ ନୂଆ ପର୍ମୁଲା କେତେଦୂର କାମ କରୁଛି ତାହା ଉପରେ ନଜର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର...

Raja Festival
Sponsored
Strict action if acting beyond responsibility | Argus News