Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାନୀୟ ଜଳ ଯୋଗାଣରେ ବିଳମ୍ବ ହେଲେ କଡ଼ା ଆକ୍ସନ୍

Odisha

ପାନୀୟ ଜଳ ଯୋଗାଣରେ ବିଳମ୍ବ ହେଲେ କଡ଼ା ଆକ୍ସନ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ପାନୀୟ ଜଳ ଯୋଗାଣରେ ବିଳମ୍ବ ହେଲେ କଡ଼ା ଆକ୍ସନ୍

Key Points

  • ପାଣ୍ଡିଆନଙ୍କ ତାମିଲ୍ କଣ୍ଟ୍ରାକ୍ଟରଙ୍କୁ ରବି ନାଏକଙ୍କ ନାଲି ଆଖି
  • ଅଧିକାଂଶ ପାଣ୍ଡିଆନଙ୍କ ଦକ୍ଷିଣି କଣ୍ଟ୍ରାକ୍ଟର
  •  ବିଜେଡି ନିର୍ବାଚନର କାରଣ ମହିଳା ଓ ପିଇବା ପାଣି
  •  ବିଜେଡି ଦକ୍ଷିଣି କଣ୍ଟ୍ରାକ୍ଟରଙ୍କୁ ସମର୍ଥନ ଦେଇ ମହିଳାଙ୍କୁ ହାତ ଛଡା କରିଦେଲା 

ଅର୍ଗସ ବ୍ୟୁରୋ : ପାନୀୟ ଜଳ ଯୋଗାଣରେ ବିଳମ୍ବ ହେଲେ ତୁରନ୍ତ ନିଆଯିବ କାର୍ଯ୍ୟନୁଷ୍ଠାନ । ବାହାର ଠିକାଦାରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକଙ୍କ କଡା ତାଗିଦ । କାମ ନେଇଥିବା ଏଜେନ୍ସି ମାନେ ବିଳମ୍ବ କଲେ ସେମାନଙ୍କ ଉପରେ ପେନାଲ୍ଟି ପକାଇବେ ସରକାର । କିଛି ଏଜେନ୍ସି ଉପରେ ଆକ୍ସନ ଆରମ୍ଭ ହୋଇ ସାରିଛି । ପୂର୍ବ ସରକାର ସମୟରେ ଏହି ବ୍ୟବସ୍ଥା ନଥିଲା । ଶିଘ୍ର କାମ ସାରିବା ନେଇ ପୂର୍ବ ସରକାରଙ୍କ  ଆନ୍ତରିକତାର ନଥିଲା । ସେଥିପାଇଁ ଯେଉଁ ଏଜେନ୍ସି ସବୁ କାମ କରୁଥିଲେ, ସେମାନେ ଖାମଖିଆଲି ଭାବେ କାମ କରୁଥିଲେ । ତେଣୁ ଏବେ ଏଜେନ୍ସି ମାନଙ୍କୁ ତାଗିଦ କରିଛି ପଞ୍ଚାୟତିରାଜ ବିଭାଗ । ଯେଉଁ ଏଜେନ୍ସି ମାନେ କାମ କରିବାରେ ବିଳମ୍ବ କରିବେ ସେମାନଙ୍କ ଉପରେ ପେନାଲ୍ଟି କରାଯାଉଛି । ଲୋକଙ୍କ ପାଖରେ ପାଣି ଯଥାଶୀଘ୍ର ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ୨୦୨୫ ଡିସେମ୍ବର ସୁଦ୍ଧା ସମଗ୍ର ଓଡ଼ିଶାରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ପୂର୍ବ ବିଜେଡି ସରକାରରେ ପାନୀୟ ଜଳ ପ୍ରକଳ୍ପ ଗୁଡିକର ସବୁ କାମ କରୁଥିଲେ ତାମିଲ ଠିକାଦାର । ତାମିଲ ବାବୁ ପାଣ୍ଡିଆନଙ୍କ ଅହେତୁକ ଅନୁକମ୍ପାରୁ ନିମ୍ନ ମାନର କାମ କରି ଶହ ଶହ କୋଟି ଉଠାଉଥିଲେ ବାହାର କଣ୍ଟ୍ରାକ୍ଟର । ଏଇ ଯେମିତି ଯାଜପୁର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ନାଁରେ ହୋଇଛି ୯୦୦ କୋଟିର ବଡ ଘୋଟାଲା  

କିଛି ଦିନ ତଳେ ଅର୍ଗସରେ ହୋଇଥିଲା ଏହାର ଖୁଲାସା । ପଦାରେ ପଡିଛି ତାମିଲନାଡୁର ଠିକା ସଂସ୍ଥା 'ମେଗା'ର ବଡ କେଳେଙ୍କାରୀ । ଦଶରଥପୁର, ବିଞ୍ଝାରପୁର, ବଡ଼ଚଣା, ଧର୍ମଶାଳା, ରସଲପୁର ସମେତ ଯାଜପୁରର ୧୦ଟି ବ୍ଲକରେ ମେଗା କମ୍ପାନୀକୁ ଦିଆଯାଇଥିଲା ପ୍ରାୟ ହଜାରେ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ସବୁଠି ନିମ୍ନମାନର କାମ । ପୁଣି କୌଣସି ବି ସ୍ଥାନରେ ସମ୍ପୂର୍ଣ୍ଣ ହୋଇନାହିଁ ପ୍ରକଳ୍ପ । ଲୋକଙ୍କୁ ପାଣି ମିଳିନି । କିନ୍ତୁ ପ୍ରକଳ୍ପ ରାଶିର ୯୦ ପ୍ରତିଶତ ବା ୯୦୦ କୋଟି ଟଙ୍କା ଉଠାଇ ନେଇଯାଇଛି ତାମିଲନାଡୁର ଠିକା ସଂସ୍ଥା 'ମେଗା' ।  କେବଳ ଯାଜପୁର ନୁହେଁ ସାରା ଓଡିଶାରେ  ପାଣ୍ଡିଆନଙ୍କ ଇଶାରାରେ ତାମିଲ ଠିକାଦାର କାମ ନ କରି ଲୋକଙ୍କ ହନ୍ତସନ୍ତ କରିଥିବାର ଆସିଛି ସଂଙ୍ଗୀନ ଅଭିଯୋଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ତେବେ...

ତେବେ ଅଣ ଓଡିଆ ଠିକାଦାରଙ୍କୁ ପୂର୍ବ ବିଜେଡି ସରକାରରେ କିପରି ପୋଷା ଯାଉଥିଲା ତାହାର ସୂଚନା ଅଧିକାର ଆଇନରେ ହୋଇଛି ତାର ଖୁଲାସା । ରାସ୍ତା, ପୋଲ, ସରକାରୀ ଅଫିସ୍ ଭଳି ବଡ଼ ବଡ଼ ଭିତ୍ତିଭୂମି ନିର୍ମାଣ ସହ ମେଗା ପାନୀୟ ଜଳ ପ୍ରକଳ୍ପ ସବୁର କାମ ପାଉଥିଲେ ବାହାର ରାଜ୍ୟର ଠିକାଦାର । ୨୦୧୮ ରୁ ୨୦୨୩ ମସିହା ମଧ୍ୟରେ ୨୦୦ ଅଣ ଓଡିଆ ଠିକାଦାରଙ୍କୁ ଓଡ଼ିଶାର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଦିଆଯାଇଛି । କେବଳ ୨୦୧୯-୨୦ ଓ ୨୦୨୦-୨୧ ମସିହାରରେ ୧୭ ଅଣ ଓଡ଼ିଆ ଠିକାଦାରଙ୍କୁ ୩୫ ହଜାର କୋଟି ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପ ଦିଆଯାଇଛି ।

Argus Whatsapp Channel Mobile Top
Sponsored
Strict action in case of delay in drinking water supply | Argus News