Videos
|
Odisha

ଗୁଜବ ସୃଷ୍ଟି କଲେ ଓ ଟଙ୍କା ମାଗିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

Manini Pattanayak
Browse all articles by Manini Pattanayak
·2 years ago·1 min read
ଗୁଜବ ସୃଷ୍ଟି କଲେ ଓ ଟଙ୍କା ମାଗିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଭୁବନେଶ୍ୱର:  ସୁଭଦ୍ରା ଯୋଜନା ଫର୍ମ ଦେବା ଓ ଡ଼ିଜିଟାଇଜେସନ ନାଁରେ ଟଙ୍କା ମାଗିବା ପ୍ରସଙ୍ଗ।  ଗୁଜବ ସୃଷ୍ଟି କଲେ ଓ ଟଙ୍କା ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି କଟକ ଜିଲ୍ଲାପାଳ । ସୁଭଦ୍ରା ଫର୍ମରେ ଦିଆଯାଉଥିବା ସମସ୍ତ ତଥ୍ୟ ସୁରକ୍ଷିତ। ତଥ୍ୟ ଚୋରି ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ। ଏଥିପ୍ରତି କାହାକୁ ଭୟଭୀତ ହେବାର ନାହିଁ। ସୁଭଦ୍ରା ପାଇଁ ବ୍ୟାଙ୍କକୁ ଦିଆଯାଉଥିବା ତଥ୍ୟର ଅଡିଟ୍ ହୋଇଛି।

ଆଉ ସେ ତଥ୍ୟ ସବୁ ସୁରକ୍ଷିତ। ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ମାଗଣାରେ ଫର୍ମ ମିଳୁଛି । ମାଗଣାରେ କରାଯାଉଛି ଡ଼ିଜିଟାଇଜେସନ। କେବଳ ଆଧାର କେନ୍ଦ୍ରରେ ଆଧାର ସେବା ପାଇଁ କିଛି ନିର୍ଦ୍ଧିଷ୍ଟ ଅର୍ଥ ଦେବାକୁ ପଡ଼ିବ। କଟକ ଜିଲ୍ଲାରେ ସୁଭଦ୍ରା ଫର୍ମ ଆଳରେ ପଇସା ମାଗିବା ନେଇ ଦୁଇଟି ମାମଲା ସାମନାକୁ ଆସିଛି। କଟକ ସହର ଓ ଆଠଗଡରୁ ଦୁଇଟି ମାମଲା ଆସିଛି। ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: