Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛତୁଆରେ ଅପମିଶ୍ରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Odisha

ଛତୁଆରେ ଅପମିଶ୍ରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Ritu Das
Browse all articles by Ritu Das
·1 year ago·1 min read
ଛତୁଆରେ ଅପମିଶ୍ରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ: କୁନି କୁନି ପିଲାମାନଙ୍କୁ ଯୋଗାହେଉଥିବା ଛତୁଆରେ ଅପମିଶ୍ରଣକୁ ନେଇ କଡ଼ା ମନ୍ତବ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା | ଯଦି ଏପରି କୌଣସି ଜାଗାରେ ହେଉଥାଏ, ତେବେ ଉକ୍ତ ଛତୁଆ ଯୋଗାଣ ଅନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଯାଇଥିବା ଜିଲ୍ଲା ବିକାଶ ମେଳାରେ ଯୋଗ ଦେଇଥିଲେ ଶ୍ରୀମତୀ ପରିଡା। ଏହି କାର୍ଯ୍ୟକ୍ରମ ଅବସରରେ ମାର୍ଶାଘାଇ ବ୍ଲକ ଜଳପୋକ ପଞ୍ଚାୟତ କଣିବାଙ୍କ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା କିଛି କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭେଟିଥିଲେ। 

ସେମାନଙ୍କର ଅଭିଯୋଗ ଥିଲା ଯେ, କଣିବାଙ୍କ ଅଙ୍ଗନୱାଡି କେନ୍ଦ୍ରରେ ଆମ୍ଭ ଶିଶୁ ମାନଙ୍କୁ ପୋକ ସାଲୁ ସାଲୁ ହେଉଥିବା ଛତୁଆ ପ୍ରଦାନ କରାଯାଉଛି। ଅଭିଭାବକ ମାନେ ସାଙ୍ଗରେ ଆଣିଥିବା ପୋକ ବାହାରୁଥିବା ଛତୁଆ ପ୍ୟାକେଟକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖାଇଥିଲେ। ଏହି ପୋକ ବାହାରୁଥିବା ଛତୁଆ ଖାଇ ଆମ ପିଲାମାନେ ଝାଡାବାନ୍ତି ହେଉଛନ୍ତି। ପିଲାମାନଙ୍କୁ ମେଡିକାଲ ନେଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସରକାର ଯେଉଁ ସୁଭଦ୍ରା ଟଙ୍କା ଆମ୍ଭ ମାନଙ୍କୁ ଦେଇଥିଲେ ସହି ଟଙ୍କାକୁ ନେଇ ଆମେ ଡାକ୍ତର ଖାନାରେ ଖର୍ଚ୍ଚ କରୁଛୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜଣେ ଅଭିଭାବିକା। ଅନ୍ୟପଟରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଛତୁଆ ଯୋଗାଇ ଆସୁଥିବା ସଂସ୍ଥା ଗୁଡିକ ଉପରେ କଡ଼ା ନଜର ରଖାଯାଇଛି। ଛୋଟ ଛୋଟ ଶିଶୁ ମାନଙ୍କ ଖାଦ୍ୟକୁ ଯେଉଁମାନେ ବିଷ କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strict action | Argus News