Videos
|
Odisha

Police Social Media Guidelines / ପୋଲିସ୍‌ ପାଇଁ କଡ଼ା ଗାଇଡଲାଇନ୍‌, ଡ୍ୟୁଟି ବେଳେ ସୋସିଆଲ ମିଡିଆରେ କରିପାରିବେନି ଫଟୋ-ଭିଡିଓ ପୋଷ୍ଟ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·1 min read
ପୋଲିସ୍‌ ପାଇଁ କଡ଼ା ଗାଇଡଲାଇନ୍‌, ଡ୍ୟୁଟି ବେଳେ ସୋସିଆଲ ମିଡିଆରେ କରିପାରିବେନି ଫଟୋ-ଭିଡିଓ ପୋଷ୍ଟ
Police Guidelines

Key Points

ଡ୍ୟୁଟି ବେଳେ ଫଟୋ-ଭିଡିଓ ପୋଷ୍ଟ କରିପାରିବେନି ପୋଲିସ
ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା
କମିସନରେଟ୍‌ ପୋଲିସ୍ ଜାରି କଲା କଡ଼ା ଗାଇଡଲାଇନ୍‌
ଡ୍ୟୁଟି ସମୟରେ ପୋଲିସ ଅଧିକାରୀଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ କଡ଼ା ଗାଇଡଲାଇନ ଜାରି କରିଛି କମିସନରେଟ ପୋଲିସ । ବିଶେଷକରି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନେ ବର୍ଦ୍ଦିରେ ଥାଇ ଫଟୋ କିମ୍ବା ଭିଡିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ ।

ସୂଚନା ଅନୁଯାୟୀ, ଡ୍ୟୁଟି ସମୟରେ ବିଭିନ୍ନ ସ୍ଥାନରେ ଫଟୋ ଓ ଭିଡିଓ କରି ତାହାକୁ ଫେସବୁକ୍, ଇନଷ୍ଟାଗ୍ରାମ୍ ସମେତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଉଥିବା ନଜରକୁ ଆସିଥିଲା । ଏଭଳି ପୋଷ୍ଟ ଯୋଗୁଁ ଡ୍ୟୁଟି ସ୍ଥଳ, ସୁରକ୍ଷା ବ୍ୟବସ୍ଥା ଓ ପୋଲିସର ଗତିବିଧି ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହେବାର ଆଶଙ୍କା ରହିଛି ।

ତୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଯେପରିକି- ଲୋକ ଭବନ, ଲୋକସେବା ଭବନ, ଶ୍ରୀଲିଙ୍ଗରାଜ ମନ୍ଦିର, ଓଡ଼ିଶା ବିଧାନସଭା, ଓଡ଼ିଶା ହାଇକୋର୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନ୍ୟ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ମୁତୟନ ପୋଲିସ କର୍ମଚାରୀଙ୍କୁ ବିନା ଅନୁମତିରେ ଫଟୋ ଉଠାଇବା କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍‌ରେ ଭିଡିଓ ରେକର୍ଡ କରିବାକୁ ବାରଣ କରାଯାଇଛି । ବର୍ଦ୍ଦିରେ ଥାଇ ଡ୍ୟୁଟି ସ୍ଥଳର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ଅଧିକାରୀଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଆସିଥିବା ଏହି ନୂଆ ଗାଇଡଲାଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ସମ୍ବେଦନଶୀଳ ସୂଚନା ଅନଧିକୃତ ଭାବେ ସାର୍ବଜନୀନ କରିବାରୁ ରୋକିବା । ନିର୍ଦ୍ଦେଶନାମାର ଉଲ୍ଲଂଘନକୁ ଗୁରୁତର ଭାବେ ନିଆଯିବ ଏବଂ ନିୟମ ଅନୁସାରେ ଉଲ୍ଲଂଘନକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: